ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ, ନ୍ୟାର୍ଯ୍ୟ ଦାବିକୁ ପୂରଣ କରୁନି ଜିଲ୍ଳା ପ୍ରଶାସନ

ପ୍ରସୂତି ମହିଳା ସୂଲାବତୀଙ୍କ ମୃତ୍ୟୁରେ କ୍ଷତିପୂରଣ ଦେଇନାହାନ୍ତି ସରକାର : କଂଗ୍ରେସ

ରାୟଗଡା/୧/୨/୨୩  // ଖଣିଜ ସଂପଦରେ ଭରପୂର ଥିବା ରାୟଗଡା ଜିଲ୍ଳାରେ ଦେଖାଦେଉଛି ବେକାରୀ ସମସ୍ୟା । ଜିଲ୍ଳାରେ ଗଢି ଉଠିଛି ଜେକେ କାଗଜ କଳ,ଇମ୍ଫା,ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଭଳି ବୃହତର କମ୍ପାନୀ । ତଥାପି ଏହି ଜିଲ୍ଳାରେ ଶିକ୍ଷିତ ବେକାର ଯୁବକଯୁବତୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ କାମଧନ୍ଦା ନ ପାଇ ଆର୍ଥିକବସ୍ଥା ସ୍ୱଜ୍ୱଳ ନ ଥିବାରୁ ଗରିବୀରେ ଦିନ କାଟୁଛନ୍ତି । ଜିଲ୍ଳା ଓ ପୋଲିସ ପ୍ରଶାସନକୁ ହାତବାରିସି କରି କମ୍ପାନୀ ନିଜର ମନମୁଖୀ କାର୍ଯ୍ୟକଳାପ କରିଚାଲିଛି । କମ୍ପାନୀ ବିରୁଦ୍ଧରେ ନ୍ୟାର୍ଯ ଦାବି ପାଇଁ ସ୍ୱର ଉତୋଳନ କଲେ କମ୍ପାନୀ ଚାପରେ ପୋଲିସ ତାଙ୍କୁ ମିଥ୍ୟା କେସରେ ଜେଲରେ ପୁରାଇ ଦେଉଥିବା ଭଳି ଅଭିଯୋଗ କରି ଆସୁଛି ଜିଲ୍ଳା କଂଗ୍ରେସ । ନିକଟରେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅଣ୍ଡିରାକଂଚ ଥାନା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଫଳରେ ଜଣେ ଗର୍ଭବତୀ ମହିଳା ଜାମିନରେ ଆସି ଶିଶୁପୁତ୍ରଟିଏ ଜନ୍ମ କରି ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ଗତ ୧୪ତାରିଖରେ ରାୟଗଡା ଠାରେ ପ୍ରେସ୍ ମିଟ୍ ମାଧ୍ୟମରେ ସରକାରଙ୍କ ତରଫରୁ କ୍ଷତିପୂରଣ ପ୍ରଦାନ ସହ ଅନ୍ୟାନ୍ୟ ଦାବି ସଂପର୍କରେ ପ୍ରଶାସନକୁ ଅବଗତ କରାଯାଇଥିଲା । ଜାନୁଆରୀ ୩୧ତାରିଖ ସୁଦ୍ଧା ଆଲୋଚନା ତଥା ପଦକ୍ଷେପ ପାଇଁ ପ୍ରଶାସନକୁ କାଶିପୁର ଅଂଚଳର ନିର୍ଦ୍ଧିଷ୍ଠ କେତେକ ମୈାଳିକ ଦାବିକୁ ନେଇ ଜିଲ୍ଳା ପ୍ରଶାସନ ପାଖେ କଂଗ୍ରେସ ଦଳ ଉପସ୍ଥାପନା କରିଥିଲେ ସୁଦ୍ଧା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କୈାଣସି ପ୍ରକାର ଆଲୋଚନା କିମ୍ବା କାର୍ଯ୍ୟାନୁଷ୍ଠାନ ଜିଲ୍ଳା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଆଜି ସ୍ଥାନୀୟ ପୂର୍ତ ବଙ୍ଗଳା ଠାରେ ଜିଲ୍ଳା ପ୍ରଶାସନର କମ୍ପାନୀ ପ୍ରିତିକୁ ବିରୋଧ କରି ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଆସନ୍ତା ଫେବୃଆରୀ ୬ତାରିଖ ଦିନ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିଶୃଙ୍ଖଳା ସହିତ ପ୍ରତିବାଦ ଓ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

କଂସାରୀଗୁଡା ଠାରେ କାରଖାନା ପ୍ରତିଷ୍ଠା ନଚେତ୍ ଅଧିକୃତ ଜମିର ବର୍ତମାନ ଦରର ୪ଗୁଣା ମୂଲ୍ୟ ଦେଇ ଜମି ଫେରସ୍ତ କରିବା, ଡି.କରଳ ଓ ଦ୍ୱିମୁଣ୍ଡି ଗ୍ରାମକୁ ବିସ୍ଥାପିତ ମାନ୍ୟତା ପ୍ରଦାନ କରିବା, ଖଣି ପ୍ରଭାବିତ ଅଂଚଳ ତଥା କାଶୀପୁର ବ୍ଳକର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଏବଂ ପ୍ରଦ୍ୟୁଷଣ ମୁକ୍ତ ଓ ପାରିପାଶ୍ୱିର୍କ ଉନ୍ନତୀ ପାଇଁ ପଦକ୍ଷେପ ଗ୍ରହଣ କରିବା,କମ୍ପାନୀ ଓ ଜିଲ୍ଳା ପ୍ରଶାସନର ଚାପରେ ସ୍ଥାନୀୟ ପୋଲିସଙ୍କ ମିଥ୍ୟା କେସ ଓ ୩୦୭ଦଫା ଲଗାଇ ନିରୀହ ଲୋକଙ୍କୁ ଜୁଲୁମ ବନ୍ଦ କରିବା,ଅଣ୍ଡିରାକଂଚ ଗ୍ରାମର ମୃତ୍ୟୁବରଣ କରିଥିବା ସୁଲାବତୀ ନାୟକଙ୍କ ପରିବାରଙ୍କୁ ସରକାର ୧କୋଟି ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ଶିଶୁପୁତ୍ରକୁ ପୋଷଣ ଏବଂ ସ୍ୱାମୀଙ୍କୁ ନିଯୁକ୍ତି ଦେବା ଭଳି ଦାବି ସହ କନଭର ବେଲଟ୍ ଦ୍ୱାରା ଖଣିଜ ପରିବହନ ଓ ଉତ୍ପାଦିତ ଆଲୁମିନା ପରିବହନ ବ୍ୟବସ୍ଥା ଶିିକ୍ଷିତ ତଥା ସ୍ଥାନୀୟ ଲୋକଙ୍କୁ ପ୍ରଦାନ କରିବା ଏବଂ ଉତ୍କଳ କମ୍ପାନୀରେ କାମ କରୁଥିବା କମ୍ୟୁନିକେଟର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ଅଂଚଳବାସୀଙ୍କ ମୈାଳିକ ଓ ନ୍ୟାର୍ଯ୍ୟ ୭ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରାଯିବ ।

ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଯୋଗ ଦେବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଯୁବ କଂଗ୍ରେସ କମିଟି ସଭାପତି ଆସଲାମ ଖାନ,କାଶିପୁର ବ୍ଳକ କଂଗ୍ରେସ କମିଟି ସଭାପତି ଅଙ୍ଗଦ ନାଏକ,ଜିଲ୍ଳା କମିଟି ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା,ସଂପାଦକ ଶଙ୍ର୍କଷଣ ମଙ୍ଗରାଜ,ଏନସୟୁଆଇ ଉପସଭାପତି ଅଂଶୁମାନ ପଟ୍ଟନାୟକ,କୁଶୋର କୁମାର କୁଶଲିଆ,ନଗର ସଭାପତି ଏମ.ଶଙ୍କର ରାଓ,ହୁତାସେନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଏବିଭିପି ର ଚାରିଦିନିଆ ଅଭ୍ୟାସ ବର୍ଗ ଉଦଯାପିତ

Sunil Chandra Nayak

ବିଜେପି ପକ୍ଷରୁ ଲଡୁଗାଁ ଓ ଆମପାଣି ପଞ୍ଚାୟତରେ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଚାଉଳ କଟାକୁ ବିରୋଧ କରି ୨୬ଗୋଟି ପଞ୍ଚାୟତର ବ୍ଲକ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!