ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଉତ୍ସବ ପାଳିତ

କାମାକ୍ଷା( ମ ନି ସ) 11/06/2023 // ଆଗାମୀ ୨୦୨୪ ଇଲେକ୍ସନକୁ ଆଖି ଆଗରେ ରଖି ଦିଲୀପ ଦାସଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ପଞ୍ଚାୟତ ଅନ୍ତର୍ଗତ ବନ୍ଦାଣିଆ ଗ୍ରାମର ମହାନ୍ତ ସାହି ଠାରେ ବି.ଜେ.ଡି ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ଅଧକ୍ଷ କାର୍ତ୍ତିକ ସାହୁ ଯୋଗ ଦେଇ ଥିଲେ । ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ମୋ ଘର” ଯୋଜନା ଓ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଘରେ ଘରେ ପହଞ୍ଚିବା ପାଇଁ ଆଲୋଚନା କରିବା ସହିତ କର୍ମୀ ମାନକୁ ଆହ୍ବାନ ଦେଇ ଥିଲେ ଓ ଲୋକଙ୍କ ସମସ୍ୟା ପଚାରି ବୁଝି ଥିଲେ। ଆଗକୁ ଆଗାମୀ ସାଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ କର୍ମୀ ମାନକୁ ଗୁରୁମନ୍ତ୍ର ଦେଇ ଥିଲେ। ପ୍ରତ୍ୟେକ୍ ୱାର୍ଡ ଓ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ସହିତ ପରଜଙ୍ଗ ନିର୍ବାଚନ ମଣ୍ଡଳୀକୁ ଦଳର ସୁଦୃଢ଼ କରି ବହୁ ବ୍ୟବଧାନ ଭୋଟରେ ବିଜୁ ଜନତା ଦଳକୁ ଆଗେଇ ନେବା ପାଇଁ ଆହ୍ବାନ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିରାଶାଳ ପଞ୍ଚାୟତର ପ୍ରତେକ ୱାର୍ଡ ରୁ ବିଜୁ ଜନତା ଦଳର ମହିଳା ଓ ପୁରୁଷ ପାଞ୍ଚଶହ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିଲେ।

କାମାକ୍ଷନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସରେ ପ୍ରବାଦ ପୁରୁଷ ଦିବସ ପାଳନ କଲା ବିଜେଡି

Sunil Chandra Nayak

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସା ଘଟଣା ଅରାଜକତା ଆଡ଼କୁ ଗତି କରୁଛି ଓଡ଼ିଶା: ବିଜେଡି

ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ: ବିଜେଡି

Sunil Chandra Nayak

Leave a Comment

error: Content is protected !!