ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧୃବ ଙ୍କ ନେତୃତ୍ବରେ ବିକଶିତ ରାଜନଗର ନିର୍ବାଚନ ମଣ୍ଡଳୀରେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ପ୍ରତି ସମର୍ଥନ ବୃଦ୍ଧି

ଧୃବ ଙ୍କ ନେତୃତ୍ବରେ ବିକଶିତ ରାଜନଗର ନିର୍ବାଚନ ମଣ୍ଡଳୀରେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ପ୍ରତି ସମର୍ଥନ ବୃଦ୍ଧି

ରାଜନଗର-୨୬.୪.୦୨୪ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଏବେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନି କବଜ୍ଜାରେ ରହିବା ଭଳି ଧୃବ ସାହୁଙ୍କର‌ ବିକଶିତ ଜନକଲ୍ୟାଣ ଉନ୍ନୟନ କାର୍ଯ୍ୟରେ ବାନ୍ଧି ହୋଇପଡିଛନ୍ତି ସାଧାରଣ ଜନତା।ରାଜନଗର ରାଜନୀତିରେ ପରିବର୍ତ୍ତନ ଓ ନୂତନ ସମୀକରଣ ଦେଖିବାକୁ ମିଳିଛି। ପୂର୍ବରୁ ଧୃଵ ଙ୍କର ମୁଖ୍ୟ ବିରୋଧି ଥିବା ରାଜନଗରର ବରପୁତ୍ର ସ୍ଵର୍ଗତ ନଳିନୀକାନ୍ତ ମହାନ୍ତିଙ୍କ‌ ସୁ ପୁତ୍ର ଅଂଶୁମାନ ମହାନ୍ତି କଙ୍ଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡି ଦଳରେ ଯୋଗ ଦେବା ଫଳରେ ଧୃବ ସାହୁଙ୍କ ପାଇଁ ସ୍ଥିତି ପୂର୍ବ ଅପେକ୍ଷା ଅତ୍ୟନ୍ତ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ହେଲେ ଏଠାରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି। ବିଜେପିରୁ ଜଣେ ଅଜଣା ବ୍ୟକ୍ତି ଲଳିତ ବେହେରା ପ୍ରାର୍ଥୀ ହୋଇଥିବା ବେଳେ ଲୋକମାନଙ୍କର ନା ପସନ୍ଦ ଥିବାରୁ ୨୦୨୪ରେ ରନ୍ ଆଉଟ୍ ର ସମ୍ଭାବନା ଯଥେଷ୍ଟ ରହିଥିବା ରାଜନୈତିକ ମହଲରୁ ସ୍ପଷ୍ଟ ବାରିହୋଇ ପଡିଛି। ଏଠାରେ ଧୃବ‌ସାହୁଙ୍କର ଏକାନ୍ତ ଅନୁଗତ୍ୟ କହୁଥିବା ଅଶୋକ କୁମାର ପ୍ରତିହାରୀ ଯିଏକି ବିଜେଡି ଟିକେଟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ହୋଇଥିଲେ। ଗତ ମାସରେ ବିଜେଡି ପ୍ରାଥମିକ ‌ସଭ୍ୟରୁ ଇସ୍ତଫା ଦେଇ ଶେଷ ମୂହୂର୍ତ୍ତରେ କଙ୍ଗ୍ରେସରେ‌ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହେଵାର ସୋଭାଗ୍ୟ ଲାଭ କରିଛନ୍ତି। ରାଜନଗର ନିର୍ବାଚନ ମଣ୍ଡଳୀରେ କଙ୍ଗ୍ରେସ ଦୁର୍ବଳ ଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ସହ କଙ୍ଗ୍ରେସ ପ୍ରାର୍ଥୀ ଆଶୋକ ପ୍ରତିହାରୀ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ମୁଣ୍ଡ ଟେକିଛନ୍ତି। ହେଲେ ଧୃବ ସାହୁଙ୍କ ବିଗତ ପାଞ୍ଚ ଵର୍ଷ ର ବିଧାୟକ ସମୟରେ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ବିଧାୟକ ‌ଶ୍ରୀସାହୁ ରାଜନଗର ଓ ପଟ୍ଟାମୁଣ୍ଡାଇର ଗଳିକନ୍ଦିରେ ଲୋକଙ୍କ ନିକଟରେ ବିକାଶ ପହଞ୍ଚାଇ ବିକାଶର ସାରଥୀ ସାଜି ଜନମାନସରେ ପ୍ରିୟପାତ୍ର ହେଵାର ଗୈାରବ ଆଣି ପାରିଛନ୍ତି। ସେଥିପାଇଁ ଵିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧୃଵଙ୍କ ଜନ କଲ୍ୟାଣ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପୁନର୍ବାର ଚଳିତ ନିର୍ବାଚନ ରେ ନିର୍ବାଚିତ ପାଇଁ ସୁଯୋଗ ଦେଇଛନ୍ତି।ଏହି ନିର୍ବାଚନରେ ଧୃଵଙ୍କ ଅନୁଗତ ‌ଅଶୋକ‌ ପ୍ରତିହାରୀ, ସେତେବେଳର କଙ୍ଗ୍ରେସରେ ଥିବା ‌ଅଶୁମାନଙ୍କ‌ଭଳି‌ ନେତା ଚୈ।କା ମାରିବାକୁ ସମ୍ଭବ ନଥିବା ବେଳେ ଲୋକଙ୍କ ସେବାରେ ସାମିଲି ଥିବା ଧୃବ ଛକା ମାରିବାକୁ ଜନସାଧାରଣଙ୍କ ଆଶୀର୍ବାଦ ଅତୁଟ ରହିଛି।ନବୀନ ପଟ୍ଟନାୟକଙ୍କ ‌ବିକାଶ ଘରେ ଘରେ ‌ପହଞ୍ଚିଥିଵା ବେଳେ ସମସ୍ତଙ୍କର ପ୍ରିୟ ଅଂଶୁମାନ ମହାନ୍ତିଙ୍କୁ‌ ଲୋକସଭା ସାଂସଦ ‌ପାଇଁ ବିଧାୟକ ପ୍ରାର୍ଥୀ ଧୃବ ସାହୁଙ୍କ ବିକାଶ ଦୁଇଜଣଙ୍କୁ‌ ରାଜନଗର ‌ନିର୍ବାଚନ ମଣ୍ଡଳରେ ଯୋଡି ଶଙ୍ଖ‌ବନାମ‌ ଡବଲ ଇଞ୍ଜିନି ର‌‌ ସ୍ଵୀକୃତି ‌ଦେଵାକୁ ଜନମାନସରେ ‌ଉତ୍ସାହ ଦେଖାଦେଉଛି,ଯାହାକି ଆଗାମୀ ଦିନରେ ‌ ଲୋକମାନଙ୍କର ଡବଲ ଶଙ୍ଖ ଵାଜଣା କର୍ଣ୍ଣପାତ ହେବା ଅପେକ୍ଷା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଜନ ଏକ  ମଣ୍ଡଳିର ଆଲୋଚନା ବୈଠକ 

masiha

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

masiha

ଵିଜୁଵାବୁଙ୍କ ଅଧୁରାସ୍ବପ୍ନକୁ ପୁରଣ କରିବାକୁ ଗୋଟିଏ ମଞ୍ଚରେ ଶପଥ ନେଲେ ଦୁଇଭାଇ ଧୃଵ ଓ ଅଂଶୁମାନ

masiha

Leave a Comment

error: Content is protected !!