ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

ନବରଙ୍ଗପୁର:( ୨୫|୪)(ରବି ନାରାୟଣ ମହାନ୍ତି) ଚଳିତ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ,ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ଲୋକସଭା ନିର୍ବାଚନ ମଣ୍ଡଳୀ, ୭୩ ଉମରକୋଟ, ୭୪ ଝରିଗାଁ, ୭୫ ନବରଙ୍ଗପୁର ଓ ୭୬ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ କରିବା ପାଇଁ ସାଧାରଣରେ ପର୍ଯ୍ୟବେକ୍ଷକ ଭାବେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଶ୍ରୀ ପଲ୍ଲଭ ଗୋପାଳ ଝା, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ନବରଙ୍ଗପୁର ରେ ଆସି ପହଞ୍ଚିଛନ୍ତି । ସେ ସ୍ଥାନୀୟ ସର୍କିଟ ହାଉସ ରେ ରହି ସାଧାରଣ ନିର୍ବାଚନ ପରିଚାଳନା ର ତଦାରଖ କରିବେ। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଙ୍କ ସହିତ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନ ସମ୍ୱନ୍ଧୀୟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ଙ୍କ ସର୍କିଟ ହାଉସରେ ରହଣି ସମୟରେ ସାଧାରଣ ନିର୍ବାଚନ ସମ୍ୱନ୍ଧୀୟ କୌଣସି ଅଭିଯୋଗ ଥିଲେ, ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ମୋବାଇଲ ନମ୍ବର ୯୬୯୨୯୧୬୪୯୯ ରେ ଯୋଗାଯୋଗ କରିପାରିବେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଷ୍ଟୀୟଏକତା ଦିବସରେସଂସାରଫଳ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଏକୁଲସେକୁଲ-ପୁଟିପାଳରେ ସ୍ପେଶାଲ ସ୍କ୍ରିନିଂ କ୍ୟାମ୍ପ

masiha

ରାୟଗଡ ନାଗରିକ ମଞ୍ଚ ପକ୍ଷରୁ ଗୁମ୍ମା ଲେଲିବାଡି ଗାଆଁରେ ବସ୍ତ୍ରଦାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!