ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

ନବରଙ୍ଗପୁର:( ୨୫|୪)(ରବି ନାରାୟଣ ମହାନ୍ତି) ଚଳିତ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ,ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ଲୋକସଭା ନିର୍ବାଚନ ମଣ୍ଡଳୀ, ୭୩ ଉମରକୋଟ, ୭୪ ଝରିଗାଁ, ୭୫ ନବରଙ୍ଗପୁର ଓ ୭୬ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ କରିବା ପାଇଁ ସାଧାରଣରେ ପର୍ଯ୍ୟବେକ୍ଷକ ଭାବେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଶ୍ରୀ ପଲ୍ଲଭ ଗୋପାଳ ଝା, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ନବରଙ୍ଗପୁର ରେ ଆସି ପହଞ୍ଚିଛନ୍ତି । ସେ ସ୍ଥାନୀୟ ସର୍କିଟ ହାଉସ ରେ ରହି ସାଧାରଣ ନିର୍ବାଚନ ପରିଚାଳନା ର ତଦାରଖ କରିବେ। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଙ୍କ ସହିତ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନ ସମ୍ୱନ୍ଧୀୟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ଙ୍କ ସର୍କିଟ ହାଉସରେ ରହଣି ସମୟରେ ସାଧାରଣ ନିର୍ବାଚନ ସମ୍ୱନ୍ଧୀୟ କୌଣସି ଅଭିଯୋଗ ଥିଲେ, ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ମୋବାଇଲ ନମ୍ବର ୯୬୯୨୯୧୬୪୯୯ ରେ ଯୋଗାଯୋଗ କରିପାରିବେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଲାଲବାହାଦୁର ଶାସ୍ତ୍ରୀ ଙ୍କ 57 ତମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ପାଳିତ

Sunil Chandra Nayak

ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କ ପିଏଚ୍.ଡି ଲାଭ

Sunil Chandra Nayak

Leave a Comment

error: Content is protected !!