ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ 

ଗୁଣପୁର ତା:୨୬-୦୪-୨୦୨୪ରିଖ ଦିନ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ଗୁଣପୁର କିରନଦୀପ କୌରଙ୍କ ତତ୍ୱାବୋଧାନରେ ଗୁଣପୁର ସହରର ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଣମଞ୍ଜରୀ ବେବର୍ତ୍ତା (୧୦୭) ଓ ଗୌରଚନ୍ଦ୍ର ପାଢ଼ୀ(୧୦୪)ଙ୍କ ଘରକୁ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ପ୍ରମୁଖ ଯାଇ ସମ୍ବର୍ଦ୍ଧିତ କରିଥିଲେ । ପୋୖର କାର୍ଯ୍ୟାଳୟର ତାପସ ପଟ୍ଟନାୟକ, ରଶ୍ମିରଂଜନ ଚୌଧୁରୀ ମାନପତ୍ର ତିଆରି କରିଥିଲେ । ସମ୍ବର୍ଦ୍ଧିତ ସମ୍ବରର ଗୁଣମଞ୍ଜରୀଙ୍କ ପୁତ୍ର ବିଶିଷ୍ଟ କୃଷିବିତ କୃଷ୍ଣ ଚନ୍ଦ୍ର ବେବର୍ତ୍ତା ଓ ଗୌରଚନ୍ଦ୍ରଙ୍କ ପୁତ୍ର ପ୍ରଦୀପ ପାଢ଼ୀ(ନୁନୁ ପାଢ଼ୀ) ଉପସ୍ଥିତ ଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

masiha

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

masiha

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!