ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁହୁରା ଭାଟି ଛକ ଠାରୁ ଭୂର୍ଷାଗୁଡା ରାସ୍ତା ଅତ୍ୟନ୍ତ ଶୋଚନୀୟ

କୁହୁରା ଭାଟି ଛକ ଠାରୁ ଭୂର୍ଷାଗୁଡା ରାସ୍ତା ଅତ୍ୟନ୍ତ ଶୋଚନୀୟ

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଭାଟି ଛକ ଠାରୁ ଭୂର୍ଷାଗୁଡ଼ା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ଏହି ରାସ୍ତା ଦୀର୍ଘ ଦିନ ଧରି ଖରାପ ରହିବା ଫଳରେ ବର୍ଷା ଦିନରେ ଖାଲଖମାରେ ଆଣ୍ଠୁଏ ପାଣି ଜମି ରହୁଛି। ରାସ୍ତାକୁ ନେଇ ଗୋଲାମୁଣ୍ଡା ବ୍ଲକ ବିଜେପି କର୍ମୀ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର ସୁଫଳ ହୋଇପାରି ନାହିଁ ବୋଲି ମତ ପ୍ରକାଶ ପାଇଛି।ଏହି ରାସ୍ତାଟି ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଯାଉଥିବା ମୁଖ୍ୟ ରାସ୍ତାରେ ସଂଯୋଗ ଥିବା ବେଳ ଗୋଲାମୁଣ୍ଡା ବ୍ଲକର ଲୋକେ ଏ ରାସ୍ତା ଉପରେ ବିଶେଷ ପରିମାଣରେ ନିର୍ଭର କରିଥାନ୍ତି । ରାସ୍ତାରେ ପ୍ରାୟତଃ ଗାତ ଗୁଡିକ ଭରପୁର ମାତ୍ରାରେ ଥିବା ବେଳେ ସଦାସର୍ବଦା ପୋଖରୀ ପରି ପାଣି ଜମା ରହୁଛି । ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଭାରୀଯାନ ଗୁଡିକ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୀବନ ପ୍ରତି ବିପଦ ଥିବାରୁ ଭାରୀଯାନ ଚଳାଚଳ ବନ୍ଦ ରହିଛି କେବଳ ଦୁଇ ଚକିଆ ଗାଡି ବି ବହୁ କଷ୍ଟରେ ଯିବା ଆସିବା କରୁଛି। ଏ ନେଇ ପୂର୍ବରୁ ମଧ୍ୟ ଅନେକ ଥର ଖବର କାଗଜରେ ପ୍ରକାଶିତ ହୋଇଥିଲା। ତଥାପି ବିଭାଗୀୟ କର୍ମଚାରୀଙ୍କ ନଜରରେ ପଡୁ ନାହିଁ । ଏ ଉପରେ ଧର୍ମଗଡ଼ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ନିର୍ମାଣ ବିଭାଗ କର୍ମଚାରୀଙ୍କୁ ଫୋନ ଯୋଗାଯୋଗ କଲେ ଏ ରାସ୍ତାଟି ଆମ ବିଭାଗର ନୁହଁ ବୋଲି ସଫେଇ ଦେଉଥିବା ବେଳେ ଲୋକେ କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ଦିଗରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାପାଳ ଦୃଷ୍ଟି ଦେଇ କାମ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସମ୍ବର୍ଦ୍ଧିତ 

Sunil Chandra Nayak

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଦାବୀ କଲା ବିଜୁ ଜନତା ଦଳ

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟ କନର୍ଲାର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Leave a Comment

error: Content is protected !!