ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଚାଲିଥିବା ଆମରଣ ଅନସନ, ଜିଲ୍ଲା ପ୍ରଶାସନ ଦାବୀ ପୂରଣ ପ୍ରତିଶ୍ରୁତି ପରେ ଭଙ୍ଗହେଲା

ଜୁନାଗଡ଼,୧୩/୩(ମ ନି ସ) ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମ୍ବୁଖରେ ଚାଲିଥିବା ଆମରଣ ଅନଶନ ଶେଷରେ ଦାବୀ ପୂରଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଅନସନକାରି ଏହା ଭଙ୍ଗ କରିଥିବା ଜଣାଯାଇଛି । ଅନଶନର ଚତୁର୍ଥ ଦିନରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ସ୍ଥାନୀୟ ତହସିଲଦାର ସୁଭଦୀପ୍ତା ମହାନ୍ତି ଉପସ୍ଥିତ ହୋଇ ଅନଶନ କାରୀଙ୍କୁ ବୁଝାସୁଝା କରିଥିଲେ ,ହେଲେ ଡାକ୍ତର ନିଯୁକ୍ତି ଏବଂ ରଖିଥିବା ଦାବୀ ପୂରଣ ନହେଲେ ଅନସନରୁ ଉଠିବୁ ନାହିଁ ବୋଲି ଅନସନକାରି ଚରମ ନିଷ୍ପତି ନେଇଥିଲେ।ଶେଷରେ ସେହିଦିନ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାକେଶ ସାହୁ, ବରିଷ୍ଠ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ବରିଷ୍ଠ ମୁଖ୍ୟ ସହାୟକ ଅଭୟ କୁମାର ପଣ୍ଡା ସମେତ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ପଣ୍ଡା,ଥାନା ଭାରପ୍ରାପ୍ତ ଅଧିକାରୀ ଉତ୍ତମ ସାହୁ ପ୍ରମୁଖ ଉପସ୍ଥିତ ହୋଇ ଅନସନକାରି ଏବଂ ଉପସ୍ଥିତ ସଂଗ୍ରାମ ସମିତି କର୍ମକର୍ତାଙ୍କ ସମ୍ବୁଖରେ ଦୀର୍ଘ ଦୁଇ ଘଣ୍ଟା ଧରି ଏହିସବୁ ଦାବିନେଇ ଆଲୋଚନା କରାଯାଇଥିଲା।ରଖିଥିବା ଦାବୀ ମଧ୍ୟରୁ ଡାକ୍ତର ଙ୍କ ଟ୍ରେନିଂ ପରେ ଅର୍ଥାତ ୧୫ଦିନ ମଧ୍ୟରେ ରକ୍ତ ସଂରକ୍ଷଣ କେନ୍ଦ୍ର ଓ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ହେବ, ସର୍ଜରୀ ସ୍ପେଶାଲିଷ୍ଟଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ନିଯୁକ୍ତି, ଏବଂ ଆନେସ୍ଥେସିୟା ଡାକ୍ତର ଧର୍ମଗଡ଼ରେ ରହି ଜୁନାଗଡ଼ରେ ମଧ୍ୟ ଜରୁରୀ ସେବା କରିବେ ,ଏଥିସହ ମେଡ଼ିସିନ ସ୍ପେଶାଲିଷ୍ଟ ଜିଲ୍ଲାରେ ଅଭାବ ଥିବାରୁ ଯଦି ବିକଳ୍ପ ଭାବେ ଏହି ବିଶେଷଜ୍ଞ ଡାକ୍ତର ଆଗ୍ରହ ପ୍ରକାଶ କରନ୍ତି ତାହାହେଲେ ତାଙ୍କୁ କଣ୍ଟ୍ରାକ୍ଟଚୁଆଲ ଭାବେ ନିଯୁକ୍ତି ଦିଆଯିବାକୁ ନିଷ୍ପତି ନିଆଯାଇଛି ।ସେହିପରି ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ଉନ୍ନୀତ କରାଯିବା ପ୍ରସ୍ତାବ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟସରକା ରଙ୍କ ଠାରେ ପ୍ରସ୍ତାବ ପଠାଯିବ ବୋଲି ଏହି ପ୍ରତିନିଧ ଦଳ ସ୍ପଷ୍ଟ କରିଥିଲେ ।୫ଟି ଅଧୀନରେ ଏହି ଡାକ୍ତରଖାନା ସାମିଲ ହୋଇ ଥିବାରୁ ଏହାର କାର୍ଯ୍ୟ ଅତିଶୀଘ୍ର ଆରମ୍ଭ କରାଜୀବ ବୋଲି କହିଥିଲେ।ଅନ୍ୟପକ୍ଷରେ ଯଦି ଏହିସବୁ ଦାବୀ ୧୫ଦିନ ମଧ୍ୟରେ ପୂରଣ ନ ହୁଏ ତାହା ହେଲେ ସଂଗ୍ରାମ ସମିତି ତରଫରୁ ପୁଣିଥରେ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତି ନିଆ ଯାଇଛି। ଶେଷରେ ରଖିଥିବା ଦାବୀସମୂହ ପୂରଣ ପାଇଁ ସ୍ପଷ୍ଟ ହେବା ପରେ ଆମରଣ ଅନସନରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରାମ ସମିତିର ପୂର୍ବତନ ବ୍ଲକ ଅଧକ୍ଷ୍ୟ ରଶ୍ମିରଞ୍ଜନ ନାୟକ ,ପ୍ରଭାତ ଦାସ ଉପସ୍ଥିତ ଜିଲ୍ଲା ପ୍ରତିନିଧି ଏବଂ ଉପସ୍ଥିତ କର୍ମକର୍ତାଙ୍କ ଅନୁରୋଧ କ୍ରମେ ସେମାନେ ଅନସନରୁ ଉଠିଥିଲେ।ଦୀର୍ଘ ୪ଦିନର ଅନଶନ ପରେ ଡାକ୍ତରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଥିଲା। ଏହି ଆଲୋଚନା ସମୟରେ ଜିଲ୍ଲା ପ୍ରତିନିଧିଙ୍କ ସମେତ ସଚେତନ ସଂଗ୍ରାମ ସମିତିର ର ସଦସ୍ୟ ସମେତ , ମଜଦୂର ସଂଘରୁ ବିରଞ୍ଚି ପଣ୍ଡା ,ଗୋପବନ୍ଧୁ ସେବାସଂସ୍ଥାର ରମେଶ ନାୟକ, ସାମ୍ବାଦିକ ସଂଘ ଓ ଓକିଲ ସଂଘରୁ ,ହିମାଂଶୁ ବରାଡ଼, ସମ୍ପାଦକ ନରେନ୍ଦ୍ର କ୍ଷୀତୀ, ଜିଲ୍ଲା ସମ୍ପାଦକ ସନ୍ତୋଷ ସିଂହଦେଓ, , ରବି ସୁନାନୀ, , ଉଗ୍ରେସନ କନ୍ଦପାନ , ଆଦିତ୍ୟ ମହାନ୍ତି , ସ୍ବେଚ୍ଛାସେବୀ ବିଶ୍ୱନାଥ କର ,ସଂଗ୍ରାମୀ ନେତା କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା , ସିପିଆଇ ରୁ ଦାମୋଦର ବେହେରା, କୈଳାସ ଖେମକା, ବିନୋଦ ପାଣିଗ୍ରାହୀ ,ଶ୍ରୀବନ୍ତ ଭାର ,ଯୁଧିଷ୍ଠିର ଦଣ୍ଡସେନା, ଏବଂ ଅନେକ ସଂଗଠର କର୍ମକର୍ତ୍ତା ଓ ସହରର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାୟଗଡା ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ଜିଲ୍ଳାରେ ଭୋଟରଙ୍କ ସଂଖ୍ୟା ୭୨୦୦୪୧

masiha

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

masiha

ଝାଡଖଣ୍ଡରେ ଓଡିଆ ଭାଷାକୁ ଅବହେଳା ନେଇ ଉଦବେଗ

Sunil Chandra Nayak

Leave a Comment

error: Content is protected !!