ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବର୍ଣ୍ଣାଢ଼୍ୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ଉତ୍ସବ -୨୦୨୬ ଅନୁଷ୍ଠିତ        

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବର୍ଣ୍ଣାଢ଼୍ୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ଉତ୍ସବ -୨୦୨୬ ଅନୁଷ୍ଠିତ        

ଢ଼େଙ୍କାନାଳ,ତା.୦୩.୯.୨୦୨୬ରିଖ : ( ମ ନି ସ): ସୁସ୍ଥ ଶିଶୁ,ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ନେଇ ଗତ ସେପ୍ଟେମ୍ବର ୯ ରୁ ଜିଲ୍ଲା ସ୍ତରୀୟ ୯ ମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଅଛି।ଏହି ଅବସରରେ ଆଜି ପୂର୍ବାହ୍ନରେ ନୂତନ ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବର୍ଣ୍ଣାଢ଼୍ୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ଉତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ପଦ୍ମ ଚରଣ ସାହୁ ଯୋଗ ଦେଇ,ଶିଶୁ ଓ ମହିଳାଙ୍କ ଶରୀର ସୁସ୍ଥ ଓ ନିରାମୟ ରହିଲେ, ସମାଜର ସାମଗ୍ରିକ ବିକାଶ ତ୍ବରାନ୍ବିତ ହୋଇ ପାରିବ ବୋଲି କହିଥିଲେ।ନିୟମିତ ଭାବେ ଶିଶୁର ଓଜନ ପରୀକ୍ଷା କରିବା ସହିତ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇ ଅଙ୍ଗନୱାଡ଼ି କେନ୍ଦ୍ରର ରକ୍ଷଣା ବେକ୍ଷଣ ପ୍ରତି ସଜାଗ ରହିବା ଉଚିତ ବୋଲି ସେ କହିଥିଲେ।କର୍ତ୍ତବ୍ୟନିଷ୍ଠ ହୋଇ କାର୍ଯ୍ୟ ନିର୍ବାହ କଲେ ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ନବଜାତ ଶିଶୁର ଆବଶ୍ୟକ ଯତ୍ନ ନେବା ସହିତ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପିଆଇବା ପରେ ପୋଷକ ତତ୍ତ୍ଵ ପୂର୍ଣ୍ଣ ବିଭିନ୍ନ ପ୍ରକାରର ସନ୍ତୁଳିତ ଖାଦ୍ୟ ଖୁଆଇବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା କହିଥିଲେ। ଜିଲ୍ଲାରେ ଶିଶୁ କନ୍ୟା ହାର ବୃଦ୍ଧି ନିମନ୍ତେ,ଯେ କୌଣସି ବ୍ୟକ୍ତି ଲିଙ୍ଗ ନିରୁପଣ ହେଉଥିବା ସଂପର୍କରେ ସୂଚ଼ନା ପ୍ରଦାନ କଲେ,ତାଙ୍କର ପରିଚୟ ସଂପୂର୍ଣ୍ଣ ଗୋପନ ରଖାଯିବ ଓ ଖବରଦାତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରୁକ୍ମିଣୀ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି”ସୁସ୍ଥ ଶିଶୁ,ସୁସ୍ଥ ପରିବାର ଓ ସମୃଦ୍ଧ ଓଡିଶା” ଓ “ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ” ବିଷୟବସ୍ତୁ ସଂପର୍କରେ ସବିଶେଷ ଆଲୋଚନା କରି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ତଥା ଆଭିମୁଖ୍ୟ ଓ ଏହାର ସଫଳ ରୂପାୟନ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।ଏଥିପାଇଁ ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ବାଲ୍ଯ ବିବାହ ରୋକିବା,ଶିଶୁ ଏବଂ ମହିଳାଙ୍କ ବିକାଶ ଓ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।ଏହି ପୋଷଣ ମାସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର କୃତୀ ପ୍ରତିଯୋଗୀ ଭାବରେ ପ୍ରବନ୍ଧ ପ୍ରତିଯୋଗିତାରେ ସନ୍ତୋଷୀ ସିଦ୍ଧୁ,ଅତିଫା ଜରୀନ,ସ୍ଥିତିପ୍ରଜ୍ଞା ମହାପାତ୍ର,କୁଇଜ୍ ପ୍ରତିଯୋଗିତାରେ ବଳଭଦ୍ର ଖିଲାର,ସୋନାଲିକା ବେହେରା,ସନ୍ତୋଷୀ ସାହୁ ଡ୍ରଇଂ ପ୍ରତିଯୋଗିତାରେ ଆଶୀର୍ବାଦ ରାଉତ, ଶୁଭଲକ୍ଷ୍ମୀ ବେହେରା,ଶ୍ରୀୟା ବିଶ୍ୱାଳ ଓ ଶୁଭମ୍ ସାହୁ ପ୍ରମୁଖଙ୍କୁ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସ୍ୱାଦିଷ୍ଟ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନୀକୁ ବୁଲିଦେଖି ସମସ୍ତ ପ୍ରଦର୍ଶନକାରୀମାନଙ୍କୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକ୍ କୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମଞ୍ଚାସୀନ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ଏହି ଅବସରରେ ସମସ୍ତେ ଶିଶୁ ଓ ମହିଳାଙ୍କ ଯତ୍ନ ଓ ସୁରକ୍ଷା ସଂପର୍କୀତ ଏକ ଶପଥ ପାଠ କରିଥିଲେ।ଏହି ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ,ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଦେହୁରୀ,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପଙ୍କଜିନୀ କର,ଜିଲ୍ଲା ପୋଷଣ ସଂଯୋଜକ ଅଭିମନ୍ୟୁ ପ୍ରଧାନ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀ,ସମସ୍ତ ସି.ଡ଼ି.ପି.ଓ.,ସୁପର ଭାଇଜର୍, ଅଙ୍ଗନୱାଡ଼ି କର୍ମୀ,ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ ସଂଯୋଜକ ତଥା ସମ୍ବାଦ ଦାତା ଡା.ଦେବୀ ପ୍ରସାଦ ମିଶ୍ର,ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୃତୀ ଛାତ୍ରୀ,ଛାତ୍ର ସେମାନଙ୍କର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ,ବିଚାରକ ମଣ୍ଡଳୀ ସଦସ୍ୟା,ସଦସ୍ୟ ଡ.ଅନୁପମା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ଓ ସମସ୍ତେ ସ୍ଵୀୟ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରଦର୍ଶନୀ ବୁଲି ଦେଖି ଏହାର ଭୂୟସୀ ପ୍ରଶଂସା କରି ଥିଲେ।ସିନିୟର ଆସିଷ୍ଟାଣ୍ଟ ଦେବଦର୍ଶିନୀ ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପଙ୍କଜିନୀ କର ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସ୍ୱାଧୀନ ସମ୍ବାଦଦାତା ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ସତସଙ୍ଗ ବିହାରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଜନ୍ମ ମହାମହୋତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!