ରାଇରଙ୍ଗପୁରରେ ଉତ୍ତର ଭାରତୀୟ ବିହାରୀ ସମ୍ପ୍ରଦାୟ ତରଫରୁ ୩୨ ତମ ପ୍ରଷିଦ୍ଧ ଛଟ ମହୋତ୍ସବ ; ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ମାନସିକଧାରୀ
ମୟୂରଭଂଜ – ୨୮/୧୦ — ଵିଶେଷତଃ ଉତ୍ତର ଭାରତ ବିହାରୀ ସଂପ୍ରଦାୟର ଆସ୍ଥା, ବିଶ୍ଵାସ,,ଭକ୍ତି,ସ୍ବଚ୍ଛତା,ପବିତ୍ରତା,ନିଷ୍ଠା ର ପର୍ବ ଛଟ୍ ପର୍ବ ।ବିହାରୀ ସମାଜର ଏହା ଗଣପର୍ବ ।ସୂର୍ଯ୍ୟ ଦେବତା ହେଉଛନ୍ତି ତାଙ୍କର ମୁଖ୍ଯ ଦେବତା ।ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟାସ୍ତ ଭଳି ମଣିଷର ଜୀବନ ଚକ୍ର । ସୃଷ୍ଟିର ସକଳ ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା ।ପ୍ରସିଦ୍ଧ ଛଟ୍ ପର୍ବକୁ ନେଇ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର,ବିଶୋଇ, ଗୋରୁମହିଷାଣୀ,ବହଳଦା ,ହାଟବାଦଡା,ଯଶିପୁର ଉତ୍ସବ ମୁଖର ।ସାଂପ୍ରଦାୟିକ ସଦଭାବନା ସହିତ ଧର୍ମୀୟ ଭାବନାର ଵାର୍ତାବହ କରୁଥିବା ଏହି ଛଟ ପର୍ବକୁ ରାଇରଙ୍ଗପୁର ଛଟ କମିଟି ତରଫରୁ ୩୨ ତମ ବାର୍ଷିକ ଛଟ ମହୋତ୍ସବ ଆନନ୍ଦ ଉଲ୍ଲାସର ପାଳନ କରାଯାଇଛି । ଦିର୍ଘ ୪ ଦିନ ଧରି ମାନସିକ ଧଗରୀମାନେ ଏହି ବ୍ରତକୁ ଅତ୍ୟନ୍ତ ନିଷ୍ଠା ,ସାତ୍ତ୍ୱିକ ଓ ପବିତ୍ରତାର ସହ ପାଳନ କରିଥାନ୍ତି । ପ୍ରସିଦ୍ଧ ପବିତ୍ର ଧର୍ମର ମାସ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ପ୍ରଥମ ଦିନରେ ନାହାଇ ଖାଇ,ଦିତୀୟ ଦିବସରେ କଦୁଭାତ,ଖରନା ,ତୃତୀୟ ଦିନ ସଂଧ୍ଯାରେ ବର୍ଷାର ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ଖଡଖାଇ ନଦୀ ପଠାରେ ଛଟ ଘାଟରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତ ଧାରୀମାନେ ଫୁଲ,ଫଳ, ଭୋଗରାଗ ନେଇ ଅର୍ଘ୍ୟ ଦେଇଥିଲେ ।ଆଜି ଚତୁର୍ଥ ଦିଵସ ଅନ୍ତିମ ଦିଵସ ମଙ୍ଗଳବାର ଆଜି ଭୋରୁ ବ୍ରତଧାରୀମାନେ ଭୋର ୪ ଟାରୁ ନିକଟସ୍ଥ ନଦୀ,ପୋଖରୀ,ଜଳାଶୟରେ ଶୌଚ ସାରି ନବ ବସ୍ତ୍ର ପରିଧାନ କରିଥିଲେ ।ପରେ ପୁରୁଷମାନେ କଦଳୀ କାନ୍ଦି,ନଡ଼ିଆ,ଆଖୁ,ଫଳ,ପିଠାପଣା,ଠେକୁଆ ପିଠାକୁ ମୁଣ୍ଡରେ ବୋହି ଖଡଖାଈ ନଦୀ ର ଛଟ ଘାଟକୁ ନେଇଥିଲେ ତାଙ୍କ ପରିବାରର ମହିଳା, ଛୁଆ,ପିଲା ,ମୁରଵୀମାନେ ସାଙ୍ଗରେ ନଦୀରେ ଛଟ୍ ମୈୟାଙ୍କୁ ପୂଜାର୍ଚ୍ଚନା କରି ରୀତିନୀତି ଅନୁସାରେ ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ ।ପରିବାର ଏଵଂ ମାନବ ସମାଜରର ସୁଖ ଶାନ୍ତି,ସମୃଦ୍ଧି,ହସଖୁସି,ଉନ୍ନତ ସ୍ଵାସ୍ଥ୍ଯ ପାଇଁ ସୂର୍ଯ୍ୟ ଦେଵଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।ସେଠାରୁ ଫେରି ଛଟ ମହୋତ୍ସବ ସାମାଜିକ ଓ ସାଂସ୍କୃତିକ କମିଟି ତରଫରୁ ନିର୍ମାଣ କରାଯାଇଥିବା ଆକର୍ଷଣୀୟ ସୂର୍ଯ୍ୟଦେବଙ୍କ ମୃଣ୍ମୟ ମୂର୍ତିକୁ ପୂଜାର୍ଚ୍ଚନା କରିଥିଲେ ମୁଖ୍ୟ ପୂଜକ ଅବଧେଶ ମିଶ୍ର ଶ୍ରଦ୍ଧାଳୁ ମାନଙ୍କ ଭୋଗରାଗ ପୂଜାର୍ଚ୍ଚନା କରିଥିଲେ ।ସେଠାରେ ଘରର ଶାଶୁମାନେ ବୋହୂ ମାନଙ୍କ ସିମନ୍ତୀରେ ସିନ୍ଦୂର ଲଗାଇ ଦୀର୍ଘାୟୁ କାମନା କରିବା ସହ ଆଶୀର୍ବାଦ ଦେଇଥିଲେ । ଏହି ପବିତ୍ର ଛୋଟ ପର୍ବ କେବଳ ଯେ ବିହାରୀ ସମ୍ପ୍ରଦାୟର ଲୋକେ ପାଳାଥାନ୍ତି ତାହା ନୁହେଁ ଜାତି ଧର୍ମ ନିର୍ବିଶେଷରେ ସନାତନିମାନେ ଓଡ଼ିଆ,ବଙ୍ଗାଳି,ଗୁଜରାଟୀ ,ମାରଓ୍ବାଡୀ,ମରାଠୀ ,ପଞ୍ଜାବୀ ସବୁ ଧର୍ମର ପୁରୁଷ ,ମହିଳା,ଛୁଆ ପିଲାମାନେ ଭୋରୁ ଶୌଚ କରି ନବବସ୍ତ୍ର ପରିଧାନ କରି ଭୋଗରାଗ ଧରି ଛଟଘାଟରେ ପହଞ୍ଚି ସକଳ ଦେବତା ଶ୍ରେଷ୍ଠ ଦେବତା ଉଦିତ ସୂର୍ଯ୍ଯଙ୍କୁ ଅର୍ଘ୍ଯ ଦେଇ ଆଶୀର୍ବାଦ ନେଇଥିଲେ । ଛଟ ସାଂସ୍କୃତିକ କମିଟି ତରଫରୁ ସମସ୍ତଙ୍କ ପାଇଁ ଚା’ ଓ ବିସ୍କୁଟ ଵ୍ଯଵସ୍ଥା କରାଯାଇଥିଲା ।ପ୍ରବଳ କୁହୁଡି ଏବଂ ଆଶଙ୍କା ବାତ୍ୟା ମୋନ୍ଥାର ପ୍ରକୋପକୁ ଭୟ ନକରି ଵହୁ ସଂଖ୍ଯାରେ ଶ୍ରଦ୍ଧଗଳୁମାନେ ଏହି ମହୋତ୍ସବରେ ବହୁ ଦୂରଦୂରାନ୍ତରୁ ତଥା ରାଉରକେଲା,ସମ୍ବଲପୁର,ଭୂବନେଶ୍ବର,ଟାଟା ନଗର,ରାୟପୁର ,ବୋକରୋ,ଚକ୍ରଧରପୁର, କୋଲକୋତାରେ କାର୍ଯ୍ୟରତ ବିହାରୀ ସମ୍ପ୍ରଦାୟ ଲୋକେ ନିଜ ଘରକୁ ଛଟ ପର୍ବ ମନାଇବା ସହ ସାଙ୍ଗସାଥୀ ମାନଙ୍କ ଭେଟଘାଟ ପାଇଁ ଛୁଟି ଆସିଥିଲେ ।ପୋଲିସ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ଉପରେ କଡା ନଜର ରଖା ଯାଇଥିଲା ।ସମଗ୍ର ଖଡଖାଇ ନଦୀ ଘାଟ ଶ୍ରଦ୍ଧାଳୁମୟ ହୋଇ ଉଠିଥିଲା ।ଛଟ୍ ମୈୟା ଗୀତରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠୁଥିଲା ।ଛଟ୍ ପୂଜା ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟରେ ସଦସ୍ୟ ବୃନ୍ଦ ରାଜେଶ ପ୍ରଜାପତି, ସମାଜସେବୀ ନବୀନ ରାମ ଅଧ୍ୟାପକ ବିଜୟ ରାମ,ରଞ୍ଜନ ରାମ,ରାଜେଶ ରାମ,ରବୀନ୍ଦ୍ର ସାଓ,ଲାଲ ବାବୁ, ଵେଦ୍ଯନାଥ ସାଓ ,ମୟୂର ଗୁପ୍ତା,ସୁଧିର ସାଓ ଙ୍କ କମିଟିର ସଦସ୍ୟ ବୃନ୍ଦ ଦୁର୍ଗାପୂଜା ପରଠାରୁ ଆଜିଯାଏଁ ଦିନରାତି ଏକ କରି କାର୍ଯ୍ୟକ୍ରମ ସଫଳ କରାଇବାରେ ସଫଳ ଭୂମିକା ନିଭାଇଥିଲେ ।
ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

