ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋନ୍ଥା ପାଇଁ ଚିନ୍ତା ରେ ଦୁର୍ଗମ ଅଞ୍ଚଳ ବାସୀ

.ମୋନ୍ଥା ପାଇଁ ଚିନ୍ତା ରେ ଦୁର୍ଗମ ଅଞ୍ଚଳ ବାସୀ

  ମୟୂରଭଂଜ – ୨୮।୧୦   — ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ସ୍ଥଳଭାଗ ନିକଟତର ହେଉଛି। ବାତ୍ୟା ‘ମୋନ୍ଥା’ ମଛଲିପଟନମଠାରୁ ୧୪୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାଠାରୁ ୨୪୦ କିମି, ଗୋପାଳପୁର ଠାରୁ ୫୩୦ କିମି ଦୂରରେ ରହିଛି। ମଙ୍ଗଳବାର ସନ୍ଧ୍ୟା କିମ୍ବା ରାତିରେ ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ମୋନ୍ଥା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ଆକଳନ କରାଯାଇଛି।

‘ମୋନ୍ଥା’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଏଭଳିସ୍ଥିତିରେ ମୟୁରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ବିଜାତଳା ପାଟପୁର ଛକରୁ ୧.୫କିମି ଦୂର ପାଟପୁର ପୋଲରେ ବର୍ଷାଦିନ ପାହାଡିଆ ପାଣି ଜୁଆର ଯୋଗୁଁ ଉଚୁରା ପାଣି ରହୁଥିବାରୁ ରାସ୍ତା ବିଛିନ୍ନ ହୋଇଯାଏ ।ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଏ ।ଏହି ରାସ୍ତାଟି ଲୁହାଶିଳା,ମଢେଇକଚା,ମାଣିକପୁର,ସର ଗଡା,ଚଢ଼େଇ ପାହାଡି,ଗୋରୁମହିଷାଣୀକୁ ସୁଦିର୍ଘ ୨୦ କିମି ରାସ୍ତା ଲମ୍ବିଛି ପାହାଡ଼ିଆ ଅଂଚଳର ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା ନିର୍ଭର କରନ୍ତି । ‘ମୋନ୍ଥା’ପ୍ରଭାବ ରେ ଯଦି ହଠାତ୍ ପାଣି ଆସି ବନ୍ୟା ହୋଇଯାଏ । ପୋଲ ଉପରେ ବନ୍ୟା ହେଲେ ଠିକ ସମୟରେ ଲୋକ ମାନଙ୍କ ପାଖକୁ ମଧ୍ୟ ପ୍ରଶାସନ ପହଂଚି ପାରିବ ନାହିଁ l ଵିଶେଷତଂ ଆମ୍ବୁଲାନ୍ଯସ ମଧ୍ୟ ଯାଇପାରେ ନାହିଁ ।ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାୟଗଡା ଜିଲ୍ଲା ଉପକଣ୍ଠ ରେ ଥିବା ସାଇ ଲକ୍ଷ୍ମୀ ନଗର ଅଞ୍ଚଳ କୁ ରାୟଗଡା ବିଧାୟକ ଅପୁଲୁ ସ୍ୱାମୀ କାଡ୍ରକା ଙ୍କ ପରିଦର୍ଶନ 

Sunil Chandra Nayak

ରାଜ୍ୟ ସ୍ତରୀୟ ନିଯୁକ୍ତି ପ୍ରକ୍ରିୟାକୁ ବିରୋଦ୍ଧ ଓ ଜିଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବୈଠକ

masiha

ଜଲଦା ଏ ବ୍ଲକ ଅଞ୍ଚଳରେ ସ୍ଵଛ ଭାରତ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!