ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବୀର କମ୍ୟୁନିଟି ସେଣ୍ଟର ନାମରେ ଅର୍ଥ ଆତ୍ମସାତ ଅଭିଯୋଗ

ମହାବୀର କମ୍ୟୁନିଟି ସେଣ୍ଟର ନାମରେ ଅର୍ଥ ଆତ୍ମସାତ ଅଭିଯୋଗ

 ତଦନ୍ତ ନହେଲେ ଭିଜିଲାନ୍ସ ଦ୍ୱାରସ୍ତ ହେବେ ଗ୍ରାମବାସୀ 

ବିଂଝାରପୁର ୨୯|୧୦ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ : ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ଠାରେ ମହାବୀର କମ୍ୟୁନିଟ ସେଣ୍ଟର ନାଁରେ ଅର୍ଥ ଆତ୍ମସାତ କରାଯାଇଥିବା ଗ୍ରାମବାସୀ ମନେ ଅଭିଯୋଗ କରିଛନ୍ତି | ଏହି ଦୃନୀତି ରେ ଖୋଦ ବିଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଗ୍ରାମବାସୀ ମନେ ଗଣମାଧ୍ୟମରେ ପ୍ରକଶ କରିଛନ୍ତି | ସେମାନଙ୍କ ଅଭିଯୋଗ ଅନୁଯାଇ ୨୦୨୩/୨୪ ଆର୍ଥିକ ବର୍ଷରେ ଘଣ୍ଟିଆଳି ଗ୍ରାମର ୧୩ ନଂ ୱାର୍ଡ଼ରେ ମହାବୀର କମ୍ୟୁନିଟ ସେଣ୍ଟର ନିର୍ମାଣ ପାଇଁ ସିଏମଏସଏ ପକ୍ଷରୁ ଅର୍ଥ ବରାଦ କରାଯାଇଥିଲା | ମାତ୍ର ଏଠାରେ କୋଣସି କମ୍ୟୁନିଟ ସେଣ୍ଟର ନିର୍ମାଣ ହୋଇନଥିବା ବେଳେ ଗ୍ରାମରେ ଥିବା ଏଏନଏମ ସେଣ୍ଟର ସଲଗ୍ନ ଜଣଙ୍କ ବ୍ୟକ୍ତିଗତ ଘରକୁ ଦେଖାଇ ମହାବୀର କମ୍ୟୁନିଟ ସେଣ୍ଟର ନାମରେ କନିଷ୍ଠ ଯନ୍ତ୍ରୀ ବିଲ କରାଇ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଗ୍ରାମବାସୀ କରିଛନ୍ତି | ତେବେ ଘଟଣା ଜଣା ପଡିବା ପରେ ଗ୍ରାମବାସୀ ମନେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ଏଥିନେଇ ଅଭିଯୋଗ କରିବା ସହ ଏହି ବେଆଇନ କାର୍ଯ୍ୟ କରି କିପରି ବିଲ ପ୍ରଦାନ କରାଯାଇଛି ବୋଲି ପଚାରିବାରୁ କନିଷ୍ଟ ଯନ୍ତ୍ରୀ କୁଆଡେ ବିଡ଼ିଓଙ୍କ ଚାପରେ ବିଲ କରିଥିବା ଦର୍ଶାଇଥିଲେ | ଏହାକୁ ନେଇ ବିଡ଼ିଓ ହିତାଂଶୁ ଶେଖର ସାମଲ ଙ୍କୁ ଭେଟି ଗ୍ରାମବାସୀ ମନେ ଲିଖିତ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଦାବି ଜଣାଇଛନ୍ତି | ତୁରନ୍ତ ତଦନ୍ତ କରାନଗଲେ ଜିଲ୍ଲା ଦୃନୀତି ନିବାରଣ କାର୍ଯ୍ୟାଳୟ ରେ ଏଥିନେଇ ଅଭିଯୋଗ କରିବାକୁ ଗ୍ରାମବାସୀ ମନେ ଚେତାବନୀ ଦେଇଛନ୍ତି | ତେବେ ବିଞ୍ଝାରପୁର ବ୍ଲକରେ ଏଭଳି ଦୁର୍ନୀତି ର ଚେର ଲମ୍ବି ଲମ୍ବି ଚାଲିଥିଲେ ମଧ୍ୟ ଦୃନୀତି ରେ ସମ୍ପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧ ରେ ସରକାର କାଯ୍ୟନୁଷ୍ଠାନ ଗ୍ରହଣ କାହିଁକି କରୁନାହାନ୍ତି ତାକୁ ନେଇ ମଧ୍ୟ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି | ତେବେ ଏହି ଘଟଣାରେ ପ୍ରଥମ ପର୍ଯ୍ୟାୟରେ ୩.୫ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ବେଳେ ପୁଣି ୧.୫ ଲକ୍ଷ ଟଙ୍କା ହଡ଼ପ ପାଇଁ ମସୁଧା ସମୟରେ ଘଟଣା ନଜରକୁ ଆସିଛି | 

Related posts

୧- ଵିଜାତଳା ତହସିଲ ; ଵନ୍ଧଗାଁର ବାଲେଇମୁଣ୍ଡା ଘର ବର୍ଷାରେ ଭୁଷୁଡିଲା  , ୨- ତିରିଂ ତହସିଲ ! କାନ୍ଥ ପଡ଼ି ମହିଳା ମୃତ

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ

Sunil Chandra Nayak

ସ୍ୱପ୍ନେଶ୍ୱର ମଣ୍ଡଳସ୍ଥିତ ଗୋବର୍ଦ୍ଧନପୁରଠାରେ ଯୁବମୋର୍ଚ୍ଚା ପକ୍ଷରୁ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!