ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ ମୋଟରସାଇକଲ ମୁହାଁ ମୁହିଁ ଧକ୍କା ୩ ଆହାତ ୧ ଗୁରୁତର

୨ ମୋଟରସାଇକଲ ମୁହାଁ ମୁହିଁ ଧକ୍କା ୩ ଆହାତ ୧ ଗୁରୁତର 

ଡାବୁଗାଁ, ୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ମହେନ୍ଦ୍ରୀ ଛକ ନିକଟରେ ରାଜ୍ୟରାଜପଥ – ୩୯ ଉପରେ ସୋମବାର ଅପରାହ୍ନ ସମୟରେ ୨ ଟି ମୋଟରସାଇକଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହାତ ଓ ଜଣେ ଗୁରୁତର ହୋଇଛନ୍ତି । ସୁଚନାଯୋଗ୍ୟ:- ଡାବୁଗାଁ ଥାନା ଅଧିନ କେନ୍ଦୁଗୁଡ଼ା ଗ୍ରାମର ମଦନ ସିଂ ବିନ୍ଧାଣି , ସନମତି ବିନ୍ଧାଣି ଓ ତୁଲାରାମ ବିନ୍ଧାଣି ଏକ ମୋଟରସାଇକଲ ନଂ ଓ ଡି ୨୪ଏଫ୍ ୫୩୩୪ ଯୋଗେ ଡାବୁଗାଁ ଥାନା ଅଧିନ ବାଣୁଆଗୁଡା ଗ୍ରାମରୁ ବାହାରି ନିଜ ଘର କେନ୍ଦୁଗୁଡା କୁ ଯାଇଥିବା ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ମୋଟସାଇକଲ ନଂ ଓଡ଼ି ୨୪ଏଫ୍ ୧୨୬୩ ଯୋଗେ ଯାଉଥିବା ମାହେନ୍ଦ୍ରୀ ଗ୍ରାମର ଧରମୁ ଗୌଡ ଓ ବଦର ଲହରା ମହେନ୍ଦ୍ରି ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲେ । ଫଳରେ ୨ ଗାଡ଼ି ରାସ୍ତା କଡ଼କୁ ଛିଟିକି ପଡ଼ିଥିଲା ଯାହା ଫଳରେ ୫ଜଣ ଆହାତ ହୋଇଥିଲେ । କିନ୍ତୁ ଘଟଣା ସ୍ଥଳରୁ ତୁଳାରାମ ଲୁଚି ପଳାଇଥିଲେ । ପରେ ସେମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ମଦନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ୨ଟି ମୋଟରସାଇକଲ କୁ ଜବତ କରି ତଦନ୍ତ ଚଳାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବସନ୍ତପୁର ର ଢିପାସାହି ରାସ୍ତା ବେହାଲ / ସାହି ରେ ସ୍କୁଲ ଏବଂ ଆଶ୍ରମ ରହି ମଧ୍ୟ ରାସ୍ତା କାଦୁଅ ରେ ପଚ ପଚ

Sunil Chandra Nayak

ଆନନ୍ଦ ମାର୍ଗ ପ୍ରଚାରକ ସଂଘ ତରଫରୁ ଦହି ସର୍ବତ ବଂଟନ

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!