ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ରେ ନୂଆ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା ଆରମ୍ଭ

ଜୁନାଗଡ଼,୩/୩(ନି.ପ୍ର) ସ୍ଥାନୀୟ ଅଞ୍ଚଳ ର ବେକାର ଯୁବକ ଯୁବତୀ ମାନଙ୍କୁ ବ୍ୟବସାୟ ପାଇଁ ଭଡା ସୂତ୍ର ରେ ଘର ଯୋଗେଇ ଦେବା ପାଇଁ ଜୁନାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଚାରବାହାଲ ସପ୍ତାହିକ ବଜାର ପରିସର ରେ ୧୦ ଟି ଦୋକାନ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି,ମାର୍ଚ୍ଚ ପହିଲାରୁ ଏହି ଦୋକାନ ଘର ଗୁଡ଼ିକ ର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଦୋକାନ ଘର ନେଇ ବ୍ୟବସାୟ କରିବା ପାଇଁ ବହୁତ ଗରିବ ଯୁବକ ଯୁବତୀ ଆଶାୟୀ ଅଛନ୍ତି। ତେବେ ପଞ୍ଚାୟତ କତୃପକ୍ଷ ସଲା ସୁତୁରା କରି କିଛି ନିର୍ବାଚିତ ପ୍ରତିନିଧି ଙ୍କ ସମ୍ପର୍କୀୟ କୁ ଦୋକାନ ଘର ଦେବା ପାଇଁ ଭିତିରିଆ ଯୋଜନା କରୁଛନ୍ତି ବୋଲି ଯୁବ ସମାଜ ସେବୀ ନିକୁଞ୍ଜ ବିହାରୀ ଚଲାନ ଅଭିଯୋଗ କରିଛନ୍ତି। ସେହିପରି ଏହି ଦୋକାନ ଘର ଗୁଡ଼ିକ ପାଇଁ ୫୦ ହାଜର ଟଙ୍କା ଲେଖାଏଁ ଡିଲ୍ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି,ଏ ନେଇ ଜିଲ୍ଲାପାଳ ଓ ଭିଜଳାନ୍ସ ରେ ଅଭିଯୋଗ କରିବେ ବୋଲି ଗ୍ରାମ ର ରବି ନାରାୟଣ ଚଲାନ ଅଭିଯୋଗ କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ପୂର୍ବ ରୁ ଚାରବାହାଲ ବସଷ୍ଟାଣ୍ଡ ରେ ଥିବା ୮ ଟି ଦୋକାନ ଘର ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଏବେ ବି ବିବାଦ ଘେରରେ ରହିଛି। ସମସ୍ତ ଦୋକାନ ଘର ବାବଦ କୁ ଦୀର୍ଘ ବର୍ଷ ହେବ ପଞ୍ଚାୟତ କତୃପକ୍ଷ ଟଙ୍କା ଟିଏ ମଧ୍ୟ ଭଡା ପାଉ ନ ଥିବା ଜଣାପଡିଛି। ଏହି ଦୋକାନ ଘର ଗୁଡ଼ିକ ର ନିଲାମ ସମ୍ପର୍କିତ କାଗଜ ପତ୍ର ହଜି ଯାଇଥିବା କହି ପଞ୍ଚାୟତ କତୃପକ୍ଷ ଚୁପ୍ ବସିଛନ୍ତି। ଫଳରେ ସରକାର ଙ୍କ ଲକ୍ଷ୍lଧିକ ଟଙ୍କା ରାଜସ୍ୱ ହାନି ହେଉଛି,ଏହା ସହ ଜଣ ଙ୍କ ନlରେ ଦୋକାନ ଘର ଆବଣ୍ଟନ ହୋଇଥିବା ବେଳେ ଆଉ କିଏ କବଜା କରି ଦୋକାନ କରିଛନ୍ତି,ଏପରିକି ବେଆଇନ ଭାବେ ବିଦୂତ ସଂଯୋଗ ହୋଇଥିବ ମଧ୍ୟ ଦେଖିବାକୁ ମିଳିଛି। ଏହି ପରିସ୍ଥିତି ରେ ସର୍ବ ପ୍ରଥମ ମାର୍କେଟ କମ୍ପ୍ଲେକ୍ସ ର ନିଲାମ କରଣ କରିବା ପରେ ଉପରୋକ୍ତ ଦୁଇ ନୂଆ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କରାଯିବା କୁ ଗ୍ରାମବାସି ଦାବି କରିଛନ୍ତି।ସେହିପରି ଦୁଇ ନୂତନ ମାର୍କେଟ କମ୍ପ୍ଲେକ୍ସ ନେଇ ପଞ୍ଚାୟତ କତୃପକ୍ଷ କରୁଥିବା ଟଙ୍କା ଲେଣ ଦେଣ ଘଟଣା ର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ମଧ୍ୟ ଦାବି ହୋଇଛି।ଏ ନେଇ ସରପଞ୍ଚ ସତ୍ୟଭାମା ପଣ୍ଡା ପଚାରିବା ରୁ ଅଭିଯୋଗ କୁ ଖଣ୍ଡନ କରିବା ସହିତ ଗ୍ରାମବାସି ଙ୍କ ଅଭିଯୋଗକୁ ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରିବା ପାଇଁ କହିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ରାୟଗଡା ଏସୟୁଯେ ସାମ୍ବାଦିକ ସଙ୍ଘ , ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ମୁଖ୍ୟ ଦାବି

Sunil Chandra Nayak

HDFC ବ୍ୟାଙ୍କ ର ନୂତନ କୋଠା ଉଦଘାଟିତ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ.

Sunil Chandra Nayak

Leave a Comment

error: Content is protected !!