ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରରେ ବ୍ୟାପକ ଝାଡ଼ାବାନ୍ତି ଓ ମୃତ୍ୟୁ ନେଇ ସି ପି ଆଇ ଏମ୍ ଉଦବେଗ, ପ୍ରତିକାର ପାଇଁ ପ୍ରଶାସନ ନିକଟରେ ଦାବି

ସହରରେ ବ୍ୟାପକ ଝାଡ଼ାବାନ୍ତି ଓ ମୃତ୍ୟୁ ନେଇ ସି ପି ଆଇ ଏମ୍ ଉଦବେଗ, ପ୍ରତିକାର ପାଇଁ ପ୍ରଶାସନ ନିକଟରେ ଦାବି

ରାଉରକେଲା/ସଂପ୍ରତି ଓଡ଼ିଶାର ଦିତୀୟ ସ୍ମାର୍ଟ ସହର ରାଉରକେଲା ରେ ଶହ ଶହ ଜନ ସାଧାରଣ ସଂକ୍ରମଣ ର ଶିକାର ହୋଇ ବ୍ୟାପକ ଝାଡ଼ାବାନ୍ତି ଜନିତ ଡାଇରିଆ ଯୋଗୁଁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲା ବେଳେ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ମୃତ୍ୟୁ ବରଣ କରିଥିବା ର ଖବର ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ରାଜ୍ୟର ସ୍ଵାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଔଟକୋ କର୍ତ୍ତୃପକ୍ଷ ଙ୍କ ଖାମଖିଆଲି ପରିଚାଳନା ଯୋଗୁଁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ପାଇପ୍ ଫାଟି ସେଥିରେ ଡ୍ରେନ ପାଣି ମିଶିବା ଏବଂ ସେହି ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରିବା ଯୋଗୁଁ ଏପରି ପରିସ୍ଥିତି ହୋଇଛି ବୋଲି ଆଲୋଚନା ହେଉଥିଲା ବେଳେ ଘଟଣା ର ତଦନ୍ତ କରି ଦୋଷୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ପରିସ୍ଥିତିର ଯୁଦ୍ଧକାଳୀନ ପ୍ରତିକାର ସହ ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା, ଫାଟି ଯାଇଥିବା ପାଇପ୍ ଗୁଡିକର ତ୍ବରିତ ମରାମତି, ଡାଇରିଆ ରେ ପୀଡ଼ିତ ଙ୍କୁ ମାଗଣା ଚିକିତ୍ସା ଓ କ୍ଷତିପୂରଣ ପ୍ରଦାନ ସହ ମୃତ୍ୟୁ ବରଣ କରିଥିବା ପରିବାର କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା କୁ ସି ପି ଆଇ ଏମ୍ ପକ୍ଷରୁ ଦାବି କରାଯାଇଛି। ତତ୍ ସହିତ ବିଭିନ୍ନ ଡାକ୍ତରଖାନାରେ ଡାଇରିଆ ପୀଡିତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଭିଜ୍ଞ ଡାକ୍ତର,ପାରା ମେଡିକାଲ ଷ୍ଟାଫ୍ ସଂଖ୍ୟା ବୃଦ୍ଧି କରିବା ସହିତ ବେଡ୍ ସଂଖ୍ୟା ବୃଦ୍ଧି କରିବା,ଟେଷ୍ଟିଙ୍ଗ ତ୍ବରିତ କରିବା,ଇ ଏସ ଆଇ ସି ବୀମାଧାରୀ ଶ୍ରମିକ ମାନଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ ରେଫର କରିବା ପାଇଁ ବ୍ୟବସ୍ଥା କରିବା କୁ ଦାବି କରାଯାଇଛି। ସରକାର ଲୋକମାନଙ୍କୁ ସେମାନଙ୍କ ମୌଳିକ ସେବା ଯୋଗାଇ ଦେବା ରେ ଟାଳଟୁଳ ନୀତି ଗ୍ରହଣୀୟ ନୁହେଁ ବୋଲି ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ର ଏକ ପ୍ରତନିଧି ଦଳ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ମହାନଗର ନିଗମ ର କମିଶନର ଙ୍କୁ ପ୍ରଦତ୍ତ ଏହି ସ୍ମାରକପତ୍ର ରେ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ସଂପାଦକ ମଣ୍ଡଳୀ ସଦସ୍ୟ ବି ପି ମହାପାତ୍ର, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଆଞ୍ଚଳିକ କମିଟି ସଦସ୍ୟ ଅରିନ୍ଦମ ଦତ୍ତ, ପ୍ରଭାତ ମହାନ୍ତି, ଅରୁଣ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇନ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା 

masiha

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ

masiha

ସ୍ଵଚ୍ଛତା ହିଁ ସେବା- ୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ “ ଏକ୍ ଦିନ୍ ଏକ୍ ଘଣ୍ଟା ଏକ୍ ସାଥ ” ସଫେଇ ନିମନ୍ତେ ଶ୍ରମଦାନ

Sunil Chandra Nayak

Leave a Comment

error: Content is protected !!