ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ପୁରାତନ ଛାତ୍ରଛାତ୍ରୀ
ବାଲେଶ୍ଵର,୦୮/୧୧/୨୩ – ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ବିଭାଗ ମୁଖ୍ୟ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ବରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଯୁକ୍ତ ୩ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନବାଗତ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଗୀତା, କଲମ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସ୍ବାଗତ ସମ୍ବର୍ଦ୍ଧନା ସଭାକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ପ୍ରାଧ୍ୟାପକ କମଳାକାନ୍ତ ଦାସ, ସମ୍ମାନିତ ବକ୍ତା ଭାବେ ଅର୍ଥନୀତି ପ୍ରାଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜନୀତି ପ୍ରାଧ୍ୟାପକ ହରିହର ପଣ୍ଡା ଓ ଶିକ୍ଷା ବିଭାଗ ଡେମୋନ୍ ଷ୍ଟେଟର ରଞ୍ଜିତା ପଲାଇ ଯୋଗଦେଇ ପିଲାମାନେ ସମୟାନୁବର୍ତ୍ତି ଏବଂ ଶୃଙ୍ଖଳିତ ହେବା ପାଇଁ ସୁ ପରାମର୍ଶ ଦେଇଥିଲେ । ୨ୟ ବର୍ଷର ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ବେଦପାଠ କରିଥିଲେ । ସ୍ବାଗତ ସଙ୍ଗୀତ ଗାନ
କରିଥିଲେ ଛାତ୍ରୀ ସୁଧାରାଣୀ ବାରିକ, ଅଲିଭା ନାୟକ, ଶୁଭସ୍ମିତା ତ୍ରିପାଠୀ ଓ ମମତଞ୍ଜଳୀ ରାଉତ । ଛାତ୍ରଛାତ୍ରୀ ମାନେ ମୋବାଇଲ ଫୋନର ଅସତ ବ୍ଯବହାର ନକରିବା ପାଇଁ ବକ୍ତାମାନେ ଉଦବୋଧନ ଦେଇଥିଲେ । ନବାଗତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ମୋଟ ୨୪ ଜଣ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀ କବିତା ବେହେରା, କ୍ଷୀରୋଦ ବିଶ୍ବାଳ, ଦୈତାରି କୁଅଁର, ମଧୁସୂଦନ ମହାପାତ୍ର, ଅନିତା ରଣା, ବନଶ୍ରୀ ବିଶ୍ବାଳ, ସବିତା ହାତୀ, ସୁବ୍ରତ ବେହେରା, ସୁଚିତ୍ରା ପ୍ରିୟଦର୍ଶିନୀ ସାଉ, ଶ୍ରାବଣୀ ବାରିକ ଓ ୨ ବର୍ଷର ଛାତ୍ରଛାତ୍ରୀ ସୁଧାରାଣୀ ବାରିକ, ଶୁଭଶ୍ରୀ ସେଠୀ, ମମତଞ୍ଜଳୀ ରାଉତ, ଶୀତଳ ମହାପାତ୍ର, ପ୍ରଜ୍ଞା ପରମିତା ନାୟକ, ପ୍ରଦୀପ ବେହେରାଙ୍କ ସମେତ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।।