ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ପୁରାତନ ଛାତ୍ରଛାତ୍ରୀ

ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ପୁରାତନ ଛାତ୍ରଛାତ୍ରୀ

ବାଲେଶ୍ଵର,୦୮/୧୧/୨୩ – ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ବିଭାଗ ମୁଖ୍ୟ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ବରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଯୁକ୍ତ ୩ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନବାଗତ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଗୀତା, କଲମ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସ୍ବାଗତ ସମ୍ବର୍ଦ୍ଧନା ସଭାକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ପ୍ରାଧ୍ୟାପକ କମଳାକାନ୍ତ ଦାସ, ସମ୍ମାନିତ ବକ୍ତା ଭାବେ ଅର୍ଥନୀତି ପ୍ରାଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜନୀତି ପ୍ରାଧ୍ୟାପକ ହରିହର ପଣ୍ଡା ଓ ଶିକ୍ଷା ବିଭାଗ ଡେମୋନ୍ ଷ୍ଟେଟର ରଞ୍ଜିତା ପଲାଇ ଯୋଗଦେଇ ପିଲାମାନେ ସମୟାନୁବର୍ତ୍ତି ଏବଂ ଶୃଙ୍ଖଳିତ ହେବା ପାଇଁ ସୁ ପରାମର୍ଶ ଦେଇଥିଲେ । ୨ୟ ବର୍ଷର ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ବେଦପାଠ କରିଥିଲେ । ସ୍ବାଗତ ସଙ୍ଗୀତ ଗାନ କରିଥିଲେ ଛାତ୍ରୀ ସୁଧାରାଣୀ ବାରିକ, ଅଲିଭା ନାୟକ, ଶୁଭସ୍ମିତା ତ୍ରିପାଠୀ ଓ ମମତଞ୍ଜଳୀ ରାଉତ । ଛାତ୍ରଛାତ୍ରୀ ମାନେ ମୋବାଇଲ ଫୋନର ଅସତ ବ୍ଯବହାର ନକରିବା ପାଇଁ ବକ୍ତାମାନେ ଉଦବୋଧନ ଦେଇଥିଲେ । ନବାଗତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ମୋଟ ୨୪ ଜଣ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀ କବିତା ବେହେରା, କ୍ଷୀରୋଦ ବିଶ୍ବାଳ, ଦୈତାରି କୁଅଁର, ମଧୁସୂଦନ ମହାପାତ୍ର, ଅନିତା ରଣା, ବନଶ୍ରୀ ବିଶ୍ବାଳ, ସବିତା ହାତୀ, ସୁବ୍ରତ ବେହେରା, ସୁଚିତ୍ରା ପ୍ରିୟଦର୍ଶିନୀ ସାଉ, ଶ୍ରାବଣୀ ବାରିକ ଓ ୨ ବର୍ଷର ଛାତ୍ରଛାତ୍ରୀ ସୁଧାରାଣୀ ବାରିକ, ଶୁଭଶ୍ରୀ ସେଠୀ, ମମତଞ୍ଜଳୀ ରାଉତ, ଶୀତଳ ମହାପାତ୍ର, ପ୍ରଜ୍ଞା ପରମିତା ନାୟକ, ପ୍ରଦୀପ ବେହେରାଙ୍କ ସମେତ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ୧୮୩ତମ ଜୟନ୍ତୀ ପାଳିତ.

masiha

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ? 

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!