ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ 

ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ 

ଛତ୍ରପୁର, ୧/୪: ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ- ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଭି. ରାଜେନ୍ଦ୍ର ରାଜୁ ଯୋଗଦେଇ ଓଡିଶା ଗଠନ ସମ୍ବନ୍ଧରେ ସବିଶେଷ ତଥ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁନୀଲ କୁମାର କେର୍କଟା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଯୋଗଦେଇ ଥିଲେ l ପ୍ରାରମ୍ଭ ରେ ଅତିଥି ମାନେ ଜଗନ୍ନାଥ ମାଗପ୍ରଭୁ ଙ୍କ ନିକଟରେ ଦୀପ ପ୍ରଜ୍ବଳନ ସହିତ ବରପୁତ୍ର ଙ୍କ ଫୋଟ ଚିତ୍ର ଫୁଲ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ l ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସକାଳ ୭ ଟାରେ ଛତ୍ରପୁର ସହର ରେ ଥିବା ବିଭିନ୍ନ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଜିଲ୍ଲାପରିଷଦ ର ସିଡିଓ ସମୀର ପ୍ରଧାନ ପୁଷ୍ପମାଲ୍ୟାର୍ପଣ କରି ସମ୍ମାନ ଜଣାଇଥିଲେ।

Related posts

ଡ଼ାବୁଗାଁ କୃଷି ଫାର୍ମ ରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ 

masiha

ନାଳରେ ନାହିଁ ପୋଲ, ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

Sunil Chandra Nayak

ବାଲିଗୁଡା ବ୍ଲକ୍ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ

Leave a Comment

error: Content is protected !!