ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଜୀବ କୁମାର ଭୋଇଙ୍କ ‘ ମିଛ ଯାଦୁଗର’ ଲୋକାର୍ପିତ

ରାଉରକେଲା/ ସେକ୍ଟର ୫ କଲଚରାଲ ଏକାଡ଼େମୀ ଠାରେ ଗାଳ୍ପିକ ସଂଜୀବ କୁମାର ଭୋଇଙ୍କ ଗଳ୍ପ ପୁସ୍ତକ ‘ ମିଛ ଯାଦୁଗର ‘ଲୋକାର୍ପିତ ହୋଇଯାଇଛି । ଏକାଡେମୀର ମାସିକ ସାହିତ୍ୟ ଆସର ଓ ଆଲୋଚନା ଚକ୍ର ‘ଯୁଦ୍ଧ ପ୍ରତିବାଦୀ ସାହିତ୍ୟ ‘ ଶୀର୍ଷକ ସଂପର୍କରେ ଆଲୋଚନା କରି ଆଲୋଚକ କେଦାରନାଥ ପ୍ରଧାନ କହିଲେ ଯେ ଯୁଦ୍ଧର ଭୟାବହତା ସଂପର୍କରେ ସମସ୍ତେ ଅବଗତ। ତେଣୁ ଯୁଦ୍ଧକୁ ସମସ୍ତେ ପ୍ରତିବାଦ କରିବାକୁ ଆହ୍ବାନ ଦେଇଥିଲେ । ବିଷ୍ଣୁପିୟା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ କାଶୀନାଥ ପାତ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଗାଳ୍ପିକ ଶ୍ରୀଭୋଇ ନିଜ ପୁସ୍ତକ ସଂପର୍କରେ ବକ୍ତବ୍ଯ ରଖିଥିବା ବେଳେ ଗାଳ୍ପିକ କାଶୀନାଥ ନନ୍ଦୀ ପୁସ୍ତକ ଟିର ମାର୍ମିକ ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ବଳରାମ ରାଉଳ ଓ ମୀନକେତନ ପଶାୟତଙ୍କ ସଂଯୋଜନାରେ କୃପାସିନ୍ଧୁ ନାୟକ, ଗଙ୍ଗାଧର ପୁହାଣ, ଉପେନ୍ଦ୍ର ବସ୍ତିଆ, ଶ୍ରୀଧର ସୁନା, ଅକ୍ଷୟ ସାମଲ, ଅର୍ଚ୍ଚନା ପାତ୍ର,କୁଞ୍ଜବିହାରୀ ରାଉତ,ପ୍ରକାଶଚନ୍ଦ୍ର ସେଠୀ,ସାଗର ମହାନ୍ତି, ରଶ୍ମି ସାହୁ,ନୃସିଂହ ଚରଣ ବିଶ୍ବାଳ,ପ୍ରତାପ କୁମାର ପଣ୍ଡା, ସୁନିଲ୍ ମହାନ୍ତି ତଥା ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ନଗେନ ଦାସଙ୍କ ସଂଯୋଜନାରେ ବିଶିଷ୍ଟ କବି ଓ କଥାକାର କୁମାର ହାସନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଗନ ବିହାରୀ ଧଳ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରୀତମ ମହାନ୍ତି, ବିଜୟ ରାୟ, ଅଜିତ କୁମାର ଗୌଡ, ରାଜୀବ ପାଣି, ତ୍ରିନାଥ ସିଂହ, ରାଜକୁମାର ମହାନ୍ତି, ନଳିନୀକାନ୍ତ ଧର,ହେମେନ୍ଦ୍ର ଦଳପତି, ଚନ୍ଦନ ନାଗ,ରାଧାମୋହନ ନାୟକ,ସ୍ବରୂପ ମହାପାତ୍ର, ସତ୍ୟ ନାରାୟଣ ଦାସ, ଭଗବାନ ପରିଡା, ଅଙ୍ଗୁରବାଳା ପରିଡା, ସୁମନ୍ତ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୁମିଆପାଲିର ୮୪ ଆଦିବାସୀ ପରିବାରଙ୍କ ସମ୍ପୂର୍ଣ୍ଣ ପୁନର୍ବାସ ଓ ଥଇଥାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ବାରମ୍ବାର ବିଦ୍ୟୁତ କାଟ କୁ ନେଇ ବିଦ୍ୟୁତ ଅଫିସ ଘେରିଲା ବିକାଶ ମଞ୍ଚ !!

masiha

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

masiha

Leave a Comment

error: Content is protected !!