ପାପଡାହାଣ୍ଡି,30/01, ମନିସ — – ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗକୁ ନେଇ ସୋମବାର ପାପଡାହାଣ୍ଡି ବ୍ଲକ ବିଜେଡି ତରଫରୁ ଶୋକ ସଭା କରାଯାଇଥିଲା | ଶହୀଦ ମିନାର ପରିସରରେ ଥିବା ତ୍ରିରଙ୍ଗା ପତକାକୁ ଅର୍ଦ୍ଧ ନମିତ କରାଯାଇଥିଲା | ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସଦସ୍ୟ ପ୍ରମୁଖ 2 ମିନିଟ ନିରବ ପ୍ରାଥନା କରିବା ସହ ଗଭୀରତମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭଗବାନ ନିକଟରେ ତାଙ୍କର ପବିତ୍ର ଆତ୍ମା କୁ ଶାନ୍ତି ଓ ସତଗତି କାମନା କରିଥିଲେ | ଦାସ ଙ୍କ ମୃତ୍ୟୁ ଫଳରେ ଓଡିଶା ରାଜନୀତି ରେ ଏକ ଅପୁରଣୀୟ କ୍ଷତିହେବାସହ ଏହି ଦୁଃଖଦ ଓ ଘଡିସନ୍ଧି ସମୟକୁ ସାମ୍ନା କରିବାକୁ ଭଗବାନ ତାଙ୍କର ଶୋକସନ୍ତପ୍ତ ପାରିବାର କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଉପାଧକ୍ଷ ମତ ରଖିଥିଲେ | ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାତୀୟ ପତାକା କୁ ତିନିଦିନ ଧରି ଅର୍ଦ୍ଧନମିତ ରଖାଯିବାକୁ ଥିବାବେଳେ ପାପଡାହାଣ୍ଡି ଶହୀଦ ମିନାର ପରିସରରେ ଥିବା ଜାତୀୟ ପତାକା କୁ ଅର୍ଦ୍ଧନିମିତ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ବ୍ଲକ ର ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ସହ ମଣ୍ଟୁ ପରିଡା, ସୁଶାନ୍ତ ନାୟକ, ସରୋଜ ଜାଲ, ସୁକାନ୍ତ ନାଗ, ସାହେବ ବେସରା, ବିଶ୍ୱଜିତ ନାୟକ ଏବଂ ବ୍ଲକ ର ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ |
previous post