ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାର ପୁନଃ କାର୍ଯ୍ୟ କ୍ଷେମ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ମାରକ ପତ୍ର ପ୍ରଦାନ
ରାୟଗଡ: ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମହୋନ ଚରଣ ମାଝୀଙ୍କ ଉଦେଶ୍ୟରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ୭ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି l ପୂର୍ବ ବିଜେଡି ସରକାରଙ୍କ ସମୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି ପ୍ରଥମେ ୨ ଲକ୍ଷ ଟଙ୍କାର ବୀମାରଶି ପ୍ରଦାନ କରିଥିଲେ ଏବଂ ପରେ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ l ଯାହାଦ୍ୱାରା କାର୍ଯ୍ୟରତ ସାମ୍ବାଦିକ ଏହି ବୀମା ଯୋଜନାରେ ଉପକୃତ ହୋଇପାରୁଥିଲେ l ବର୍ତମାନ ଉକ୍ତ ବୀମାର ଅବଧି ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ରହିଚି l ୩୧ ତାରିଖ ପରେ ଉକ୍ତ ବୀମା କାର୍ଡ଼ ମାଧ୍ୟମରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ କାର୍ଯ୍ୟରତ ସମ୍ବାଦିକ ମାନେ l ଉକ୍ତ ବୀମା ପୁନଃ କାର୍ଯ୍ୟ କ୍ଷେମ କରିବା ନେଇ ନୂତନ ସରକାରଙ୍କ ନିକଟରୁ ସୂଚନା ପ୍ରଦାନ କରାଯାଇ ନାହିଁ l ଏହି ପରିପ୍ରେକ୍ଷୀରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୭ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ଉକ୍ତ ଦାବୀପତ୍ରରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୁନଃ କାର୍ଯ୍ୟ କ୍ଷେମ କରାଇବା, ସ୍ୱାସ୍ଥ୍ୟ ବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାରେ ବୃଦ୍ଧିକରିବା ସହ ସେହି ଯୋଜନାରେ ପିତା ଓ ମାତାଙ୍କୁ ଅନ୍ତର୍ଭୁକ୍ତ କରିବା, କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଯାତ୍ରା ନିମନ୍ତେ ବସ ଓ ରେଳବାଇ ପାସର ବ୍ୟବସ୍ଥା, ସାମ୍ବାଦିକ ମାନଙ୍କ ଅବସର ପରେ ଜୀବନ ବ୍ୟାପି ପେନସନର ବ୍ୟବସ୍ଥା କରିବା, କାର୍ଯ୍ୟରତ ସାମ୍ବାଦିକ ମାନେ ଖବର ସଂଗ୍ରହ ସମୟରେ ଓ ଖବର ପରିବେଷଣ ପରେ ସେମାନଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ହେଉଥିବା ଆକ୍ରମଣ ଉପରେ ସୁରକ୍ଷା ଦେବା ସହ ସୁରକ୍ଷା ଆଇନ ପ୍ରଣୟନ କରିବା, ଓ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବାସଗୃହ ପାଇଁ ଜମି ପ୍ରଦାନ କରିବା ସହ ବାସଗୃହ ଯୋଗାଇ ଦେବା ନେଇ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ ରହିଚି l ସାମ୍ବାଦିକ ମାନଙ୍କ ହେଉଥିବା ସମସ୍ତ ସମସ୍ୟାର ଗରୁତର ସହ ବିଚାର କରି କାର୍ଯ୍ୟ କ୍ଷେମ କରିବେ ବୋଲି ଅନୁରୋଧ କରୁଛୁ l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲାର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ସଭ୍ୟ ଶ୍ରୀ କେ. କ୍ରିଷ୍ଣା ମୂର୍ତ୍ତି ଓ ହରି ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


