ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ 

ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ 

 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେବାକୁ ଥିବା ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅନୁଷ୍ଠାନ ସମ୍ପାଦକ ରୋହିତ ରଣା, ଦେବେନ୍ଦ୍ର ରଣା, ବୁଲୁ ରଣା, ସମ୍ପଦ ରଣା, ନଟୁ ରଣା, ବିଦ୍ୟୁତ୍ ରଣା, ଅଜୟ ରଣା, ବିନୟ ରଣା, ବିନିତ ରଣା, ଯଶୋବନ୍ତ ଭୋଇ, ଅନାଦି ରଣା, ହରିଶଙ୍କର ମାଝୀ, ଚିନ୍ତାମଣି ପରାଭୁଏ ପ୍ରମୁଖ ଯୋଗ ଦେଇଥିଲେ l ପ୍ରତିବର୍ଷ ପରି ଚଳିତ ମଧ୍ଯ କୃଷି, ଶିକ୍ଷା, କଳା, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବାକୁ କମିଟି ସ୍ଥିର କରିଛି l ନୂଆଁଖାଇ ଦିନ ହିଁ ନୃତ୍ୟ, ଗୀତ, ଖେଳ ସହ ବିଭିନ୍ନ ପ୍ରତିଯୋଗିତା କରିବାକୁ ଅନୁଷ୍ଠାନ ଦିନ ଧାର୍ଯ୍ୟ କରିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ମ୍ୟୁନିସିପାଲ କଲେଜରେ ଉଦ୍ୟୋଗୀ ଦକ୍ଷତା ବିକାଶ ଓ କ୍ୟାମ୍ପସ ଜାଇକା ୨୦୨୫ ଅନୁଷ୍ଠିତ 

Sunil Chandra Nayak

ବାଇକ୍ ଦୁର୍ଘଟଣା, ଜଣେ ଗୁରୁତର 

masiha

Leave a Comment

error: Content is protected !!