ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

 ତେନ୍ତୁଳିଖୁଣ୍ଟି ୨୫/୦୧/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତ ର କାଦ ବେଡା ଗ୍ରାମ ରେ ପାନୀୟ ଜଳ ବ୍ୟବସ୍ଥା ନାହିଁ କି ଯାନବାହନ ଚଳାଚଳ କରିବା ଭଳି ରାସ୍ତା ନାହିଁ। ଗ୍ରାମବାସୀ ଚୁଆ ପାଣି ରେ ନିଜ ନିତ୍ୟ ନୈ ମିତିକ କାର୍ଯ୍ୟ କରନ୍ତି। ଆଜି ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ କାଦବେଡା ଗ୍ରାମ ଯାଇ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପ୍ରତିଶୃତି ଦେଇଥିଲେ। ବିଡ଼ିଓ ନିଜେ ଡାଇକ ପର୍ଯ୍ୟନ୍ତ ସରକାରୀ ଗାଡି ରେ ଯିବା ପରେ ବାଇକ ରେ କାଦ ବେଡା ଗ୍ରାମରେ ପହଞ୍ଚି ଥିଲେ। ଯାହାକି ଗ୍ରାମବାସୀ ଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଏହି ଗ୍ରାମ କୁ କୌଣସି ଅଧିକାରୀ ଙ୍କ ପାଦ ପଡି ନଥିବା ବେଳେ ବିଡ଼ିଓ ନିଜେ ସମସ୍ୟା ସମ୍ପର୍କରେ ହୃଦବୋଧ ହେଲେ।ବିଡ଼ିଓ ଏହି ଗ୍ରାମ ରେ ଦୁଇଟି କଲଭର୍ଟ ନିର୍ମାଣ କରିବା ପାଇଁ ଫାଇଲ ଖୋଲିବା ପାଇଁ କହିବା ସହ ଅଵଶ୍ୟକୀୟ ମରାମତି କରି ତୁରନ୍ତ ପନ୍ଦର ଦିନ ମଧ୍ୟରେ ନଳ କୂପ ଖନନ କରିବା କୁ କହିଥିଲେ। ଗ୍ରାମ୍ୟ ରାସ୍ତା ସଂଯୋଗୀକରଣ ସ୍କିମ ରେ ମନରେଗା ଫାଇଲ ରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା କୁ କହିଥିଲେ। ଦେଖିବାକୁ ରହିଲା ଗ୍ରାମ ବାସୀ ଙ୍କ ସମସ୍ୟା।ସମାଧାନ କେବେ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ସରକାରଙ୍କ ପ୍ରତିଶ୍ରୁତି କେବଳ କଥାରେ ସୀମିତ : ଆଉଟସୋସିଂ କର୍ମଚାରୀଙ୍କ ଅସନ୍ତୋଷ ବଢ଼ୁଛି 

Leave a Comment

error: Content is protected !!