ନିର୍ବାଚନ ପରିଚାଳନା ନେଇ ଜିଲାପାଳଙ୍କ ସମୀକ୍ଷା, ବୁଥ ପରିଦର୍ଶନ
ଡାବୁଗାଁ, ୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟରେ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର ନିର୍ବାଚନ ପରିଚାଳନା ନେଇ ଶୁକ୍ରବାର ସମୀକ୍ଷା କରିଛନ୍ତି | ୨୦୨୪ ସାଧାରଣ ନିର୍ବାଚନ ପାଇଁ ବୁଥ ଗୁଡିକରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ରହିଛି କି ନାହିଁ ସେ ନେଇ ବିଡିଓ, ସେକ୍ଟର ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଜିପିଡିଓ ମାନଙ୍କ ସହ ଆଲୋଚନା କରିଥିଲେ | ଯେଉଁ ବୁଥରେ କିଛି ସମସ୍ଯା ରହିଛି ତାହା ତୁରନ୍ତ ଦୃଷ୍ଟିକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ପରେ ବ୍ଲକ ସଦରମହକୁମାସ୍ଥିତ ସରକାରୀ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟ ଓ ଏକ୍ସ- ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ବୁଥ) ପରିଦର୍ଶନ କରିଥିଲେ | ପାଣି, ଆଲୋକ ବ୍ୟବସ୍ଥା, ଫ୍ୟାନ ବ୍ୟବସ୍ଥା ରହିଚିକି ନାହିଁ ତାହା ଦେଖିଥିଲେ | ଜିଲପାଳ ଙ୍କ ସହ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା ଓ ରୋହିତ କିଶାନ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ |