ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ପରିଚାଳନା ନେଇ ଜିଲାପାଳଙ୍କ ସମୀକ୍ଷା, ବୁଥ ପରିଦର୍ଶନ 

ନିର୍ବାଚନ ପରିଚାଳନା ନେଇ ଜିଲାପାଳଙ୍କ ସମୀକ୍ଷା, ବୁଥ ପରିଦର୍ଶନ 

ଡାବୁଗାଁ, ୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟରେ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର ନିର୍ବାଚନ ପରିଚାଳନା ନେଇ ଶୁକ୍ରବାର ସମୀକ୍ଷା କରିଛନ୍ତି | ୨୦୨୪ ସାଧାରଣ ନିର୍ବାଚନ ପାଇଁ ବୁଥ ଗୁଡିକରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ରହିଛି କି ନାହିଁ ସେ ନେଇ ବିଡିଓ, ସେକ୍ଟର ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଜିପିଡିଓ ମାନଙ୍କ ସହ ଆଲୋଚନା କରିଥିଲେ | ଯେଉଁ ବୁଥରେ କିଛି ସମସ୍ଯା ରହିଛି ତାହା ତୁରନ୍ତ ଦୃଷ୍ଟିକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ପରେ ବ୍ଲକ ସଦରମହକୁମାସ୍ଥିତ ସରକାରୀ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟ ଓ ଏକ୍ସ- ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ବୁଥ) ପରିଦର୍ଶନ କରିଥିଲେ | ପାଣି, ଆଲୋକ ବ୍ୟବସ୍ଥା, ଫ୍ୟାନ ବ୍ୟବସ୍ଥା ରହିଚିକି ନାହିଁ ତାହା ଦେଖିଥିଲେ | ଜିଲପାଳ ଙ୍କ ସହ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା ଓ ରୋହିତ କିଶାନ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୁଟୁରିଆ ଠାରେ ରାଷ୍ଟ୍ରମାତା ସାବିତ୍ରୀବାଇ ଫୁଲେ ଙ୍କ ୧୯୨ତମ ଜୟନ୍ତୀ ପାଳିତ

Sunil Chandra Nayak

ବିଶ୍ରାମ ଘର ଭଙ୍ଗା କୁ ଯାତ୍ରୀ ବାହାରେ !!!

Sunil Chandra Nayak

ଆଦିବାସୀ ମାନ୍ୟତା ଦାବିରେ କୁଡୁମି ସେନାର ୬ ଘଣ୍ଟିଆ ବନ୍ଦ ସଫଳ

Sunil Chandra Nayak

Leave a Comment

error: Content is protected !!