ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ କାର୍ଯ୍ୟକ୍ରମ

ଡାବୁଗାଁ, ୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଜିଲା ମତ୍ସ୍ୟ ବିଭାଗ ତରଫରୁ ବୈଜ୍ଞାନିକ ପ୍ରଣାଳୀରେ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିଥି ମାନେ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଵଳନ କରିବା ପରେ ରାଇଘର ବ୍ଲକ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଅଶ୍ଵିନୀ କୁମାର ଜେନା ଅତିଥି ପରିଚୟ ଦେବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ମତ୍ସ୍ୟ ଅଧିକାରୀ ଜି. ଜଗଦୀଶ ରାଓ ଯୋଗ ଦେଇ ବୈଜ୍ଞାନିକ ପ୍ରଣାଳୀରେ କିପରି ମାଛ ଚାଷ କରାଯିବ, ମାଛ କୁ କିପରି ଖାଦ୍ୟ ଦିଆଯିବ, ସକାଳେ କି ସନ୍ଧ୍ୟାରେ ଦିଆଯିବା ଦରକାର ସେ ନେଇ ବୁଝାଇଥିଲେ | ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲା ମତ୍ସ୍ୟ ଅଧିକାରୀ ପୋଖରୀ ପରିଚାଳନା, ପାଣିର ପରିଚାଳନା, ପାଣିର ପି.ଏଚ ପରୀକ୍ଷା କିପରି କରାଯିବ, ପାଣିରେ ଜୈବିକ ଖାଦ୍ୟ ଅଛି କି ନାହିଁ ତାହା କିପରି ଭାବେ ଜାଣିବା, ପୋଖରୀରେ କେତେ ମାଛ ଛାଡିବା ଏବଂ କେଉଁ କେଉଁ ପ୍ରକାର ମାଛ ଚାଷ କରାଯିବ ଓ ମିଶ୍ରିତ ମାଛ ଛାଡିବା ଦରକାର ବୋଲି କହିଥିଲେ | ଡାବୁଗାଁ ସିଡିପିଓ ଗୀତାଞ୍ଜଳୀ ମହାରଣା ଯୋଗ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀ କୁ କିପରି ମାସିକ ବୈଠକ କରିବେ, ଗୋଷ୍ଠୀ ର ଖାତାପତ୍ର କିପରି ଭାବେ ପରିଚାଳନା କରିବେ ଓ କିପରି ମାଛ ଚାଷ କରି ଉନ୍ନତି କରିବେ ସେ ଉପରେ କହିଥିଲେ | ଏଥିରେ ଡାବୁଗାଁ ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରୁ ମୋଟ ୧୭ ଟି ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ଡାବୁଗାଁ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

Sunil Chandra Nayak

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତଙ୍କ ପୂଣ୍ଯତିଥି ପାଳିତ

masiha

ରାଷ୍ଟୀୟଏକତା ଦିବସରେସଂସାରଫଳ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!