ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଫାଇବ୍ ଟି ଜରିଆରେ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ  କୋରାପୁଟ ଜିଲ୍ଲାପାଳ ଗସ୍ତ କରି ଭିତ୍ତି ଭୁମି ତର୍ଜମା କଲେ

କୋରାପୁଟ ଜିଲ୍ଲାପାଳ ଅବୁଦୁଲ ଅବତାର ଆଜି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଭିତ୍ତି ଭୁୁୁୁମି ତର୍ଜମା କରି ଭାରପ୍ରାପ୍ତ ଡାକ୍ତର ନବ କିଶୋର କୁଣ୍ଡୁଙ୍କ ସହ ଆଲୋଚନା  କରିଥିଲେ କିଛି ଦିନ ତଳେ ରାଜ୍ୟ ସରକାର ଫାଇବ୍ ଟି ଜରିଆରେ ମୋ ହସ୍ପିଟାଲ ଯୋଜନାରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର  କୁ ସାମିଲ କରି ଥିଲେ। ତେେଣୁ ଆଜି  କୋରାପୁଟ ଜିଲ୍ଲା ପାଳଗସ୍ତ କରି କେଉଁ ସ୍ଥାନରେ ନୂତନ କୋଠା ଗୁଡ଼ିକ ତିଆରି କରାଯାଇ ପାରିବ ବୋଲି ସାଧାରଣର ଲୋକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । କୋରାପୁଟ ଜିଲ୍ଲାପାଳ ଅବୁଦୁଲ ଅକତାର ସାଙ୍ଗରେ ଥିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ । ତେବେ ପୁରୁଣା କୋଠାର କିଛି ଅଂଶ ଭଙ୍ଗା ଯାଇ ସେଠାରେ ମୋ ହସ୍ପିଟାଲ ଯୋଜନାରେ ଆସିବା ଟଙ୍କା ବିନିଯୋଗ କରାଯିବ ବୋଲି ବିଡ଼ିଓ ପ୍ରୀତି ରଞ୍ଜନ ରଥ ପ୍ରକାଶ କରିଛନ୍ତି। ଆଜି ରାଜ୍ୟ ସରକାରଙ୍କ ଫାଇବ୍ ଟି ମୋ ହସ୍ପିଟାଲ ଯୋଜନାର ବୋର୍ଡ଼ ବସୁଥିବାରୁ କୋରାପୁଟ ଜିଲ୍ଲାପାଳ ସାର୍ ଲକ୍ଷ୍ମୀପୁର ଗସ୍ତ କରିଛନ୍ତି ତେବେ ୪/୫ କୋଟି ଟଙ୍କା ରାଜ୍ୟ ସରକାର ଦେଇ ପାରନ୍ତି ବୋଲି ବିଡ଼ିଓ ପ୍ରକାଶ କରିଥିଲେ। ସେହିପରି ଭାରପ୍ରାପ୍ତ ଡାକ୍ତର ନବ କିଶୋର କୁଣ୍ଡୁ କହିଥିଲେ କି ହସ୍ପିଟାଲ ଫାଇବ୍ ଟି ମାଧ୍ୟମରେ ନବି କରଣ କରାଯାଉଛି ଏହି ସମୟରେ ରୋଗୀମାନଙ୍କୁ କେଉଁ ଭଳି ସେବା କେଉଁ ସ୍ଥାନରେ ଯୋଗାଇ ଦେଇ ପାରିବା ସେ ଉପରେ ଏବଂ ନୂତନ କୋଠା ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା ବୋଲି ଡାକ୍ତର କୁଣ୍ଡୁ ପ୍ରକାଶ କରିଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଭିନ୍ନକ୍ଷମ ଝିଅ ହେଲେ ବି ପାଠରେ ପଢିନି ଡୋରି:ଯୁକ୍ତ +୨ ଶ୍ରେଣୀରେ ହେଲେ ପ୍ରଥମ

ଗଛରେ ପିଟିଲା ନାଇଟ କୋଚ ବସ, ୨ ଆହତ , ଅଳ୍ପକେ ବର୍ତ୍ତିଲେ ୫୦ ଜଣ ଯାତ୍ରୀ

Sunil Chandra Nayak

ଚନ୍ଦାହାଣ୍ଡିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!