ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ଖାଲି ମାଠିଆ ଧରି ଗ୍ରାମବାସୀଙ୍କ ରାସ୍ତାରୋକ

ପାଣି ପାଇଁ ଖାଲି ମାଠିଆ ଧରି ଗ୍ରାମବାସୀଙ୍କ ରାସ୍ତାରୋକ 

ହିଞ୍ଜିଳିକାଟୁ,୧୦/୭ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନା ପୁଟିଆପଦର୍ ପଞ୍ଚାୟତ ବାଳକୃଷ୍ଣପୁର ଗ୍ରାମର ୧୧, ୧୨ ଓ ୧୩ ନଂ ୱାର୍ଡରେ ଗତ କିଛି ମାସ ହେବ ପାନୀୟ ଜଳ ଭଳି ସମସ୍ୟା ଲାଗି ରହିଥିବା ବେଳେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଶୁକ୍ରବାର ସକାଳ ୯ ଟା ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଖାଲି ଗରା,ମାଠିଆ ଓ ବାଲଟି ରଖି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଫଳରେ ନନ୍ଦିକ ଠାରୁ ଭାବନ୍ଧ ଯିବା ମୁଖ୍ୟ ରାସ୍ତାରେ ବହୁ ସମୟଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ରହିଥିଲା। ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିମୋଟର, ବସ୍ ଓ ଟ୍ରକ୍ ବହୁ ସମୟ ଧରି ଅଟକି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହି ଥିବାବେଳେ ଘଟଣା ସ୍ଥଳରେ ପୋଲିସ, ବ୍ଲକ୍ ପ୍ରଶାସନ ଓ ବିଭିଗୀୟ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସମସ୍ୟାର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଅସ୍ଥାୟୀ ଭାବେ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ ରାସ୍ତାରୋକ ହଟି ଆନ୍ଦୋଳନରୁ ଓହରିଥିଲେ । ସୂଚନା ଯୋଗ୍ୟ ଯେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବାଳକୃଷ୍ଣପୁର ଗ୍ରାମର ୧୧, ୧୨ ଓ ୧୩ ନଂ ୱାର୍ଡରେ ଗତ କିଛି ମାସ ହେବ ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ ପଞ୍ଚାୟତରେ ନିୟମିତ ଭାବରେ ପାଣି ସୁବିଧାରେ ମିଳୁନଥିବା ନେଇ ଗ୍ରାମବାସୀ ମାନେ ପୁର୍ବରୁ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ହେଲେ ଏହାର ସ୍ଥାୟୀ ସମାଧାନରେ ବିଳମ୍ୱ ହୋଇଥିଲା । ଯାହାଦ୍ୱାରା ଗ୍ରାମବାସୀଙ୍କୁ ନିୟମିତ ଭାବରେ ପାନୀୟ ଜଳର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ କହିବା ପ୍ରକାରେ ଗତ ୪ ରୁ ୬ ଦିନ ହେବ ଏହି ୱାର୍ଡରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ସେମାନେ ରାସ୍ତାରୋକ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ସହ ଯୋଗାଯୋଗ କରି ପଚାରିବାରୁ ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ପାନୀୟ ଜଳ ସମସ୍ୟାକୁ ନେଇ କୌଣସି ଲିଖିତ ଅଭିଯୋଗ ହୋଇନଥିବା ନେଇ ସ୍ଥାନୀୟ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ କହିଥିଲେ । ଗତ କିଛି ଦିନ ତଳେ ସେହି ଅଞ୍ଚଳରେ ବିଜୁଳି , ଘଡ଼ଘଡ଼ି ସହ ଭାରି ବର୍ଷା ହେବା କାରଣରୁ ପାଣି ସପ୍ଲାଏ ମୋଟର ପୋଡ଼ିଯାଇଥିବା କହିଥିଲେ ଏବଂ ମୋଟର ପୋଡ଼ିଯାଇଥିବା କାରଣରୁ ଗତ ୨ ରୁ ୪ ଦିନ ହେବ ସେହି ୱାର୍ଡରେ ଏଭଳି ସମସ୍ୟା ରହିଛି ବୋଲି କହିଥିଲେ । ଏହା ସହ ଏହାର ସମାଧାନ ପାଇଁ ତତ୍ପରତା ଦେଖାଇବା ସହ ପୋଡ଼ିଯାଇଥିବା ମୋଟରକୁ ମରାମତି ପାଇଁ ପଠାଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ କହିଛନ୍ତି । ଦିନେ ଦୁଇ ଦିନ ଭିତରେ ଏହାର ସମଧାନ ହୋଇଯିବ ଏବଂ ପୂର୍ବ ଭଳି ଲୋକେ ପାନୀୟ ଜଳ ପାଇପରିବେ ବୋଲି ମଧ୍ୟ କହିଛନ୍ତି । ସରକାର ପ୍ରତି ଗାଁକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଅନେକ ଯୋଜନା କରୁଛନ୍ତି , କିନ୍ତୁ ତୃଣମୂଳ ସ୍ତରରେ ଏହାର ସୁବିଧା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ପାଣି ଭଳି ମୌଳିକ ଆବଶ୍ୟକତା ପାଇଁ ଗ୍ରାମବାସୀଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବା ଆମ ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Related posts

ଉତ୍କଳ ବିକାଶ ପରିଷଦ ତରଫରୁ ଗାଁ’କୁ ଚାଲ ଅଭିଯାନରେ ସାମିଲ ହେବାକୁ ସଭାପତିଙ୍କ ନିବେଦନ

Sunil Chandra Nayak

ଚଇତି -୨୦୨୪ ପ୍ରଚାର ପ୍ରଶାର ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଟାଟା ପାୱାର ପଶ୍ଚିମ ଓଡ଼ିଶା ଲିମିଟେଡ୍‌ କର୍ମଚାରୀଙ୍କ ଦାଦାଗିରି: ଥାନାରେ ଏତଲା ଦେଲେ ସାମ୍ବାଦିକ 

masiha

Leave a Comment

error: Content is protected !!