ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

ବନ୍ଧୁଗାଁ ତା ୧୭/୮/୨୩// କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ବିଡ଼ିଓ ଅଭିଷେକ କୁମାର ସେଠୀ ଙ୍କ ଦ୍ଵାରା ଅଳ୍ପ କିଛି ଅନ୍ତର୍ଭୂକ୍ତ ମଧୁବାବୁ ଭତ୍ତା ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ସରପଞ୍ଚ , ସି ଆର ପି , ଅଙ୍ଗନୱାଡ଼ି କର୍ମି ଓ କିଛି ବ୍ୟକ୍ତି ଗତ ଲୋକ ମାନଙ୍କ ଦ୍ଵାରା ଅନ ଲାଇନ ଓ ଅଫ ଲାଇନ ମାଧ୍ୟମରେ ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ କରଯାଇଥିଲା। ଏଥି ମଧ୍ୟରୁ ୨୮୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ପାଇବା ପାଇଁ ଚିହ୍ନଟ ହୋଇଥିଲେ। ଏ ସି ଓ ଶ୍ରୀ ଯୋଗେଶ୍ୱର କୁମାର ନାୟକ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ ପୁନର୍ବାର ଅତି ଶୀଘ୍ର ୧୦୦ ରୁ ଉର୍ଦ୍ଧ ମଧୁବାବୁ ଭତ୍ତା ଯୋଜନାରେ ନୂତନ ଭାବେ ଅନ୍ତର୍ଭୁକ୍ତ କରାଯିବ । ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ଏତେ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଥିବାରୁ ଏ ସି ଓ ଙ୍କୁ ବ୍ଲକ ର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ,    ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

masiha

ମୋହନ ସରକାର ଭତ୍ତା ବୃଦ୍ଧି ପାଣିର ଗାର : ଏହାକୁ ବିରୋଧ କରି ବାରିପଦା ବିଜେଡି ପକ୍ଷରୁ ବିକ୍ଷୋଭ 

masiha

ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମାନଙ୍କ ଧାରଣା 42 ଦିନରେ

masiha

Leave a Comment

error: Content is protected !!