ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାଦଲ ଫଟା ବର୍ଷାରେ ସହରବାସୀ ଵେହାଲ

ମୟୂରଭଞ୍ଜ- ୧୭/୮ ( ମସିହା)ଆଜି ଅପରାହ୍ନ ୪ ଘଟିକା ରୁ ୭ ଘଟିକା ଯାଏଁ ବାଦଲ ଫଟା ୩ ଘଣ୍ଟା ଧରି ଅଵିରାମ ମୂଷଳ ଧାରାରେ ବର୍ଷା ହେବା ଫଳରେ ରାଇରଙ୍ଗପୁର ପୌରାଞ୍ଚଳର ଅବସ୍ଥା ଵେହାଲ ହୋଇଯାଇଛି । ରାଇରଙ୍ଗପୁର ପୌରାଞ୍ଚଳର ୨,୪, ୫ ,୬,୯,୧୩,୧୪ ନମ୍ବର ଓ୍ବାର୍ଡର ବହୁ ଲୋକଙ୍କ ଘରେ ପାଣି ପଶି ଯାଇଛି । କେଉଁଠି ନାଳ ଜାମ ତ କେଉଁଠି ନାଳ ପାଖରେ ବାଲି,ଚିପ୍ସ ପଡ଼ିଥିବା ଯୋଗୁଁ ନାଳରେ ପୋତି ହେବା ଫଳରେ ପାଣି ଯିବାରେ ଅସୁବିଧା ହୋଇଛି ।କେତେ ଯାଗାରେ ପୂର୍ବରୁ ପୌର କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ପୌରକତୃପକ୍ଷ କର୍ଣ୍ଣପାତ କରି ନାହାନ୍ତି ।ଯାହାଫଳରେ କିଛି ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ସୋଇଛନ୍ତି ।ଈଚିଣ୍ଡାର କେତେକ ଦୋକାନରେ ପାଣି ପଶି ଯାଇଛି ।କୁଚେଇବୁଡି ଗ୍ରାମର ଶିକ୍ଷକ ସମର ଦତ୍ତଙ୍କ ଘର ଭିତରେ ପାଣିର ଲହଡ଼ି ଖେଳୁଛି । ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅରବିନ୍ଦ ସ୍କୁଲ ନିକଟ ତଳ ରାସ୍ତାରେ ୪ ଫୁଟ ଉପରୃ ପାଣି ଲହଡ଼ି ଖେଳୁଛି । ଗରୀବ ଗୁରୁବାର ଙ୍କ ଘରେ ପାଣି ପଶି ଯିବାରୁ ସେମାନଙ୍କ ଆସବାବ ପତ୍ର ନଷ୍ଟ ହୋଇଯାଇଛି ।ଵାଲି,ଗୋଡି,ପଥର ପୋଲିଥିନ,ଜରି ପଡ଼ୁଥିବା ଯୋଗୁଁ ଅଧିକାଂଶ ନାଳ ପୋତି ହୋଇ ଯାଉଛି । ଯାହାଫଳରେ ନାଳରେ ପାଣି ନିଷ୍କାସନ ହୋଇ ପାରୁନାହିଁ । ମୁଖ୍ୟ ଅସୁବିଧା ହେଉଥିବା ନାଳ ପ୍ରତି ମଧ୍ୟ ପୌରପ୍ରଶାସନ ଅଣଦେଖା କରୁଛି ।ଦିର୍ଘ ୫ ବର୍ଷ ମଧ୍ୟରେ ଏଭଳି ବର୍ଷା କେବେ ଦେଖି ନାହାନ୍ତି ବୋଲି କୁହାକୁହି ହେଉଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

108 ବୋଟ ଆମ୍ବୁଲାନ୍ସ ଘାଟ ରୁ ଡ୍ୟାମ ଉପର ପର୍ଯ୍ୟନ୍ତ ପାହାଚ ପୁନଃ ନିର୍ମାଣ ଅବା ରୋଗୀଙ୍କୁ ନେବା ଆଣିବା ପାଇଁ ଲିଫ୍ଟ ବ୍ୟବସ୍ଥା ଆବଶ୍ୟକ

Sunil Chandra Nayak

ବର୍ଷୀୟାନ ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଲାଲ ଅଗ୍ରୱାଲ ଙ୍କ ପରଲୋକ 

masiha

କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଖଇରା ବ୍ଲକ ସମାଜସେବୀ

Sunil Chandra Nayak

Leave a Comment

error: Content is protected !!