ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବେଜେପି ନେତା ଠାକୁର ରଞ୍ଜିତ ଦାସ

ବାଲେଶ୍ଵର,୧୭/୮/୨୩-: ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଖଇରା-ସିମୁଳିଆ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗକୁ ନେଇ ଦାବି ଉପସ୍ଥାପନା କଲେ ଖଇରା ଅଞ୍ଚଳର ନେତା ତଥା ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ । ଶ୍ରୀ ଦାସ ତା ୧୭/୮/୨୩ ରିଖ ଗୁରୁବାର ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରି ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଖଇରାରେ ଏଲଆଇସି ଅଫିସ, ଷ୍ଟେଟ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ସ୍ଥାପନା ପାଇଁ ଦାବି କରିଥିଲେ ।ଦାବି ଅନୁଯାଇ ଅର୍ଥ ମନ୍ତ୍ରୀ ସମସ୍ତ ଦାବି ପୂରଣ କରିଥିବାରୁ ଶ୍ରୀ ଦାସ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ଖଇରା-ସିମୁଳିଆ ଅଞ୍ଚଳର ଗରିବ ଶ୍ରେଣୀର ଲୋକମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରିବା ସହିତ ଆଗାମୀ ଦିନରେ କିଭଳି ଆବାସ ଯୋଜନାରେ ଘର, ରାସନକାର୍ଡ, ଭର୍ତ୍ତା,ଚାଷ କାର୍ଯ୍ୟପାଇଁ ସହାୟତା, ରାସ୍ତା ଘାଟର ଉନ୍ନତି ତଥା କିପରି ସମସ୍ତ ସରକାରୀ ଯୋଜନାରେ ଲାଭ ଉଠାଇବେ ଏବଂ ଅଞ୍ଚଳରେ ବେକାରୀ ସମସ୍ୟା ଦୂରହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ ସେ ନେଇ ଦାବି ଉପସ୍ଥାପନା କରିଥିଲେ । ସେହିଭଳି ବାଲିଖଣ୍ଡ, ଡୁଙ୍ଗୁରା, ବର୍ତ୍ତନା, ଗଣ୍ଡିବେଡ଼ ବଜାରରେ ନ୍ୟାସନାଲ ବ୍ୟାଙ୍କ କରିବା ସହିତ ସିମୁଳିଆ-ଖଇରା ଅଞ୍ଚଳରେ ପ୍ରତ୍ୟକ ପଞ୍ଚାୟତ ମାନଙ୍କରେ ଏଟିଏମ ବସାଇବାକୁ ଦାବି ଜଣାଇଥିଲେ । ଶ୍ରୀ ଦାସଙ୍କ ଘର ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗ୍ରାମରେ ହୋଇଥିବା ବେଳେ ସେ ଅଞ୍ଚଳର ବିକାଶ ଉଦ୍ଦେଶ୍ୟରେ ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇ ଆଜି କେନ୍ଦ୍ର, ରାଜ୍ୟ ତଥା ନିଜ ଅଞ୍ଚଳରେ ନିଜର ଏକ ସ୍ୱତ୍ୱନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ସେ ବିଜେପି ଦଳରେ କେନ୍ଦ୍ର ଏବଂ ରାଜ୍ୟରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିବା ବେଳେ ସେ ବିଭିନ୍ନ ସମୟରେ କେନ୍ଦ୍ର ନେତୃତ୍ୱ ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ବିଭିନ୍ନ ସମୟରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଦାବି ଉପସ୍ଥାପନା କରିବା ସହିତ ଅଞ୍ଚଳର ଅନେକ ବିକାଶମୂଳକ କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି । ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆନୁଗତ୍ୟ ଭାବେ ବେଶ୍ ଜଣାଶୁଣା ଥିବାବେଳେ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ନେତ୍ତୃତ୍ୱଙ୍କ ଖୁବ ନିକଟର ହୋଇଥିବାରୁ ବିଭିନ୍ନ ସମୟରେ ସେମାନଙ୍କ ନିକଟରେ ଦାବି ଉପସ୍ଥାପନା କରି ବିଭିନ୍ନ କେନ୍ଦ୍ର ଯୋଜନା କାର୍ଯ୍ୟକାରୀ କରି ଅଞ୍ଚଳର ବିକାଶ କରିଥିବା ଦେଖିବାକୁ ମିଳିଛି । ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରସଂଶା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୁଳର ସଟ୍ ସର୍କିଟ ରୁ ବନ୍ଧାଗାଁର ରୋହିତ ବେହେରାଙ୍କ ଘରେ ଅଗ୍ନି କାଣ୍ଡ,ଅଳ୍ପେକ ବର୍ତିଲେ ଛୋଟ ଶିଶୁ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

masiha

ଆସନ୍ତା ୨୪ ତାରିଖରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ହେବାକୁ ଯାଉଛି ବିଶାଳ ସାଇ ଭଜନ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!