ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ମୁସଲିମ ଜମାତ କମିଟି ତଥା ମସଜିଦ ଏ ତାଜୁସୁରୀୟା ର ବୈଠକ ଓ କର୍ମକର୍ତ୍ତା ଚୟନ

ଭାଇଚାରା ଓ ସୌହାର୍ଦ୍ଦ୍ୟପୁର୍ଣ୍ଣ ବାର୍ତ୍ତା ନେଇ ଧର୍ମଗଡ ମୁସଲିମ ଜମାତ କମିଟି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ

ଧର୍ମଗଡ ମୁସଲିମ ଜମାତ କମିଟି ତଥା ମସଜିଦ ଏ ତାଜୁସୁରୀୟା ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ସ୍ଥିତ ମକତବ୍ ରେ ଅବଦୁଲ ରେହେମାନ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଉକ୍ତ ବିଶେଷ ବୈଠକରେ ମକତବ୍ ର ଉନ୍ନତିକରଣ, ଇମାମ୍ ସାହାବ ଙ୍କ ର ଦରମା ଓ ମକତବ୍ ର ରକ୍ଷଣାବେକ୍ଷଣ ସହ ସୁରୁଖୁରୁରେ ନମାଜ କାର୍ଯ୍ୟକ୍ରମ ପରିଚାଳିତ ହେବା ସଂପର୍କରେ ଆଲୋଚନା ହେବା ସହ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। 

୫ଟି ସଚୀବ ଭି କେ ପାଣ୍ଡିୟାନ ଙ୍କ ଧର୍ମଗଡ ଗ୍ରସ୍ତ ସମୟରେ ଧର୍ମଗଡ ମୁସଲିମ ଜମାତ କମିଟି ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଏନେଇ ମସଜିଦ ଏ ତାଜୁସୁରୀୟା ପରିସରରେ ଏକ କମ୍ୟୁନିଟି ହଲ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।କମ୍ୟୁନିଟି ହଲ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ ହୋଇଥଲା।

ମୁସଲିମ ଜମାତ କମିଟି ର ନୂତନ କାର୍ଯ୍ୟକର୍ତ୍ତା ମନୋନୀତ କରାଯାଇଥିଲା। ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ରଫିଉଦ୍ଧିନ୍ ଖାଁ ଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ କରାଯାଇଥିବା ବେଳେ ଆଫ୍ରୋଜ ଅହମ୍ମଦ, ସଂପାଦକ, ଶେଖ୍ ବରକତ୍ ଅଲ୍ଲୀ, ଉପ ସଭାପତି, ମହମ୍ମଦ ମୋକିମ୍, ସହ ସମ୍ପାଦକ,ଅଫଜଲ ଖାଁ କୋଷାଧ୍ୟକ୍ଷ ଓ ମହମ୍ମଦ ରଜାକ୍ ଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଇସଲାମ ମହମ୍ମଦ, ଅବଦୁଲ ରେହେମାନ, ମହମ୍ମଦ ମୁସ୍ତକିମ ଓ ଅବଦୁଲ ହାରୁନ ଙ୍କୁ କାର୍ଯ୍ୟକାରି ସଭ୍ୟ ଭାବରେ ମନୋନୀତ କରାଯାଇଥିଲା।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ନେଇ ସହରରେ ଭାଇଚାରା ଓ ସୌହାର୍ଦ୍ଦ୍ୟପୁର୍ଣ୍ଣ ବାର୍ତ୍ତା ନେଇ ଧର୍ମଗଡ ମୁସଲିମ ଜମାତ କମିଟି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସଭାପତି ରଫିଉଦ୍ଧିନ ଖାଁ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଳାହାଣ୍ଡିରେ ଗର୍ଜିଲା ଛାତ୍ରଶକ୍ତି: NEET ଦୁର୍ନୀତି ବିରୋଧରେ AISFର ବିଶାଳ ପ୍ରତିବାଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ହିଞ୍ଜିଳି ଥାନାକୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ

Leave a Comment

error: Content is protected !!