ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ବ୍ଲକରେ ଦଶମ ସମିତି ବୈଠକ ଅନୁଷ୍ଠିତ 

ରାୟଗଡା ବ୍ଲକରେ ଦଶମ ସମିତି ବୈଠକ ଅନୁଷ୍ଠିତ 

    ରାୟଗଡା ବ୍ଳକରେ ଦଶମ ସମିତି ବୈଠକ ସୁଶ୍ରୀ ଟୁନି ହୁଇକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା ଯୋଗଦେଇ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ନେଇଥିବା ପଦକ୍ଷେପମାନ ଗୃହରେ ଉପସ୍ଥାପନ ସହ ଲୋକଙ୍କ ନିକଟରେ ଯେପରି ସମସ୍ତ ସୁବିଧା ସୁଯୋଗ ପହଞ୍ଚିପାରିବ, ସେଥିପାଇଁ ଯତ୍ନଶୀଳ ହେବାକୁ ସଚେତନ କରିଥିଲେ। ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ଆପଲାସ୍ଵାମୀ କାଡ୍ରାକା ଉପସ୍ଥିତ ରହି ସରପଞ୍ଚ ଓ ସମିତି ସଭ୍ଯ,ସଭ୍ୟଙ୍କ ଦ୍ଵାରା ଉପସ୍ଥାପିତ ସମସ୍ୟା ଓ ବିଭାଗୀୟ ଅଧିକାରୀଙ୍କ ପଦକ୍ଷେପମାନ ଉପରେ ଆଲୋକପାତ କରିଥିଲେ। ବୈଠକରେ ସ୍ଵାସ୍ଥ୍ୟ, ପାନୀୟଜଳ, ଶିକ୍ଷା, କୃଷି, ଜଙ୍ଗଲ, ମହିଳା ଓ ଶିଶୁ ବିକାଶ , ସମାଜିକ ସୂରକ୍ଷା, ପି ଏମ ଆବାସ, ଆଦି ବିଭାଗୀୟ ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ନୂତନ ମଞ୍ଜୁରୀ ପ୍ରାପ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ସ୍ଥାନ ନିରୂପଣ ପରେ ନିର୍ମାଣ ଆରମ୍ଭ ହେବ ବୋଲି ସିଡିପିଓ ମୀନାକ୍ଷୀ ଦାଶ ପ୍ରକାଶ କରିବା ସହ ସୁଭଦ୍ରା ଯୋଜନାର ବ୍ୟବସ୍ଥା ବିଷୟରେ ସୂଚନା ପ୍ରଦାନ କରିଥିଲେ । ବର୍ତମାନ ସୁଦ୍ଧା ୮୨୯ ଜଣ ଙ୍କ ନାକଚ ଦରଖାସ୍ତ ଗୁଡିକର ପୁନଃ ଯାଞ୍ଚ ଚାଲିଛି , ଦରଖାସ୍ତକାରୀ ନିଜର ଇ-କେଆଇସିସି ଅଧୁନାତନ କରିବା ନିମନ୍ତେ ସଚେତନ କରିବାକୁ ଅନୁରୋଧ କରିଥିଲେ। ଜଳକଷ୍ଟ ଗ୍ରାମ ଗୁଡିକରେ ପାନୀୟଜଳର ବ୍ୟବସ୍ଥା କରିବା ସହ ସୋଲାର ପାନୀୟଜଳ ଯୋଗାଣ ର ମରାମତି ନିମନ୍ତେ ପ୍ରାଧାନ୍ୟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ଉପସ୍ଥିତ ରହି ମରାମତି ଆବଶ୍ୟକଥିବା ୫୪ ଗୋଟି ବିଦ୍ୟାଳୟ, ୮ ଗୋଟି ନୂତନ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଛି, ୪୨ ପରିବର୍ତ୍ତେ କେବଳ ୨୩ ଜଣ ନୂତନ ଶିକ୍ଷକ ନିଯୁକ୍ତି ହୋଇଥିବାରୁ ଶିକ୍ଷକ ଅଭାବ ଦୂର ହୋଇପାରିନଥିବା  ଗୃହରେ ପ୍ରକାଶ କରିଥିଲେ । ୮ ଗୋଟି ଥିବା ଏକକ ଶିକ୍ଷକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ନିମନ୍ତେ ଜିଲାପାଳ ଅନୁମୋଦନ କରିଥିବା ସେ ପ୍ରକାଶ କରିଛନ୍ତି। ରାୟଗଡା ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ବ୍ଲକରେ ୪୦୦ ରୁ ଉର୍ଦ୍ଧ ଅଧାରୁ ପାଠ ଛାଡିଥିବା ଶିଶୁ ରହିଛନ୍ତି। ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଚେଷ୍ଟା ଚାଲିଥିବା ଗୋଷ୍ଠୀ ଶିକ୍ଷାଧିକାରୀ କହି ନିର୍ବାଚିତ ପ୍ରତିନିଧିଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।

  ମଞ୍ଚରେ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ଜିଲ୍ଲା ପରିଷଦ ସଦସ୍ୟା ପଦ୍ମାବତୀ ମଣ୍ଡାଙ୍ଗୀ ଓ ସନ୍ଧ୍ୟା ପୂଲାକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ, ଏବିଡିଓ କାଲୁ ଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ ପ୍ରମୂଖ ମଞ୍ଚାସୀନ ଥିଲେ । ୨୮ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

Sunil Chandra Nayak

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

masiha

ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ବିଶ୍ବ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!