ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ୟାମ ପରିବାର ପକ୍ଷ ରୁ ମଙ୍ଗଳ ପାଠ ଓ ସାମୁହିକ ଏକାଦଶୀ ବ୍ରତ ଉଦଯାପନୀ 

ଶ୍ରୀ ଶ୍ୟାମ ପରିବାର ପକ୍ଷ ରୁ ମଙ୍ଗଳ ପାଠ ଓ ସାମୁହିକ ଏକାଦଶୀ ବ୍ରତ ଉଦଯାପନୀ 

ତୁଳସୀ ବିବାହ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା…

ସାମ୍ପ୍ରତିକ ସ୍ଥିତି ରେ ଉନ୍ନତି ଓ ଜଗତ କଲ୍ୟାଣ ନିମନ୍ତେ ଶ୍ରୀ ଶ୍ୟାମ ପରିବାର ପକ୍ଷ ରୁ ସ୍ଥାନୀୟ ଶ୍ୟାମ କୁଟୀର ପରିସର ରେ ଶ୍ରୀ ରାଣୀ ସତୀ ଦାଦିଜୀ ଙ୍କ ମଙ୍ଗଳ ପାଠ ଓ ସାମୁହିକ ଏକାଦଶୀ ବ୍ରତ ଉଦଯାପନୀ ହୋଇ ଯାଇଛି। ଏହି ଅବସରରେ ତୁଳସୀ ବିବାହ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଧର୍ମଗଡ ସହର ପରିକ୍ରମା କରିଥିଲା।ତିନିଦିନ ଧରି ଆୟୋଜିତ ଏହି ଭଗବତ କାର୍ଯ୍ୟକ୍ରମ ରେ ବଜରଙ୍ଗ ଲାଲ ଅଗ୍ରୱାଲ ସସ୍ତ୍ରିକ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଗଡ ଅଞ୍ଚଳ (ଶ୍ୟାମ ପରିବାର ସଦସ୍ୟ) ର ୪୦ ଯୋଡା ବ୍ରତୀ ଅଂଶ ଗ୍ରହଣ କରିଥିଲେ । ମୂଖ୍ୟ ପୂଜକ ଭାବେ ବନାରସ ର ପଣ୍ଡିତ ଅନିଲ ଶର୍ମା ଅନ୍ୟ ସାତ ଜଣ ବ୍ରାହ୍ମଣ ଙ୍କ ସହ ଯୋଗ ଦେଇ ପୂଜା କାର୍ଯ୍ୟ ସମ୍ପନ୍ନ କରି ଥିଲେ । ସନ୍ଧ୍ୟା ସମୟ ରେ ଶ୍ୟାମ ବାବା ଙ୍କ ଏକ ଭବ୍ୟ ରଥ ଯାତ୍ରା ରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ନଗର ପରିକ୍ରମା କରି ଥିଲେ । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ଭଣ୍ଡାରା (ପ୍ରସାଦ ସେବନ) ବ୍ୟବସ୍ଥା କରା ଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦରଲୀପଡା ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ଅବସ୍ଥା ଗୋଟିଏ କୋଠରୀରେ ରୋଷେଇ, ଓ ପାଠପଢା

masiha

ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାରସ୍ବତ ସମାରୋହ-୨୦୨୫

masiha

କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ବୈଠକ। ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮,୬୫ କୋଟି ସର୍ବସମ୍ମତି ରେ ଅନୁମୋଦନ …

Sunil Chandra Nayak

Leave a Comment

error: Content is protected !!