ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ 

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ 

ରାଉରକେଲା:ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ମ୍ୟୁନିସିପାଲ ମହାବିଦ୍ୟାଳୟର କୃତକାର୍ଯ୍ୟ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦିପ୍ତୀରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗ ମୁଖ୍ୟ ବିଜୟ ପାଢ଼ୀ ବିବରଣୀ ପ୍ରଦାନ କରି କହିଥିଲେ ଯେ ବାଣିଜ୍ୟରେ ୨୪୯ ରୁ ୨୪୬, କଳାରେ ୨୩୦ ରୁ ୧୮୬ ଓ ବିଜ୍ଞାନରେ ୨୩୪ ରୁ ୧୩୮ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସର୍ବୋଚ୍ଚ ନମ୍ବର ରଖିଥିବା ବାଣିଜ୍ୟ ବିଭାଗର ସ୍ନେହା ସିଂହ, ସ୍ବିଟି ଷଣ୍ଢ, ଶ୍ବେତା କୁମାରୀ ଚୋଉରାସିଆ , କଳା ବିଭାଗର ରାହୁଲ ଟେଟେ, ଜରା ଫାତମା, ରାକ୍ଷୀ ଯାଦବ ଏବଂ ବିଜ୍ଞାନ ବିଭାଗର ଶୁଭମ୍ ପଣ୍ଡିତ, ଋତିକି ପ୍ରସାଦ ମହାତୋ ଓ ଜିସନ୍ ଫିରୋଜଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କୃତି ବିଦ୍ୟାର୍ଥୀ ଓ ଅଭିଭାବକମାନେ ସେମାନଙ୍କ ଉତ୍ତରରେ ମହାବିଦ୍ୟାଳୟର ଶୃଙ୍ଖଳା ଓ ଶିକ୍ଷାଦାନ ପ୍ରକ୍ରିୟା ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଡ଼ଃ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶୈକ୍ଷିକ ବିକାଶରେ ଶାରୀରିକ, ମାନସିକ, ସାମାଜିକ ମୁଲ୍ୟବୋଧ ଓ ରାଷ୍ଟ୍ରୀୟ ଚେତନାର ଜାଗରଣ ବିଶେଷ ଗୁରୁତ୍ୱ ବହନ କରିଥାଏ। ଉପଯୁକ୍ତ ଶିକ୍ଷାୟତନ ପରିବେଶ, ସମର୍ପିତ ଶିକ୍ଷକ ଓ ସଚେତନ ଅଭିଭାବକର ମିଳିତ ପ୍ରୟାସରେ ଉତ୍ତମ ବିଦ୍ୟାର୍ଥୀ ନିର୍ମିତ ହୋଇପାରିବ । ଉକ୍ତ ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ । ସର୍ବଶ୍ରୀ ହେମନ୍ତ କୁମାର ପୁହାଣ, ବିଶ୍ବମ୍ବର ତ୍ରିପାଠୀ, ସୁରଜ୍ ତନ୍ତୀ, କୌଶିକ ଚୈଧୁରୀ, ମହାଶ୍ୱେତା ମହାପାତ୍ର, ଚନ୍ଦ୍ରଲେଖା ପଣ୍ଡା, ଆଶିର୍ବାଦ ମାଝୀ, ସଲିମ୍ , ପ୍ରମୋଦ ରଣା, ଡଃ ଅପର୍ଣ୍ଣା ଧର, ସଞ୍ଜୁକ୍ତା ବେହେରା, ଶିଳ୍ପୀ ଲାକ୍ରା, ନିରୁପମା ସେନାପତି, ଦେବରାଜ ବେହେରା, ତରୁଣ ମିଶ୍ର, ଲକ୍ଷ୍ମୀଧର ମିଶ୍ର, ରାଧାଶ୍ୟାମ ମହାପାତ୍ର, ବାପି ଓ ପିତାମ୍ବର ପ୍ରଭୃତି ସହଯୋଗ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବିଜୟଲକ୍ଷ୍ମୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଠିକାଦାର ସଂଘର ଆନ୍ଦୋଳନ ପ୍ରତ୍ୟାହାର 

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନରୁ ଭବାନିପାଟଣା ଅଭିମୁଖେ ମଶାଲ ଯାତ୍ରା

masiha

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଡ଼ିଓ

masiha

Leave a Comment

error: Content is protected !!