ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ୩୦ ପ୍ରତିଭା  ଭାଷା ହେଉଛି ବୈ।ଦ୍ଧିକ ବିଭବ

ଜାତୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ୩୦ ପ୍ରତିଭା 

ଭାଷା ହେଉଛି ବୈ।ଦ୍ଧିକ ବିଭବ 

ରାଉରକେଲା: ରାଜ୍ୟର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଆୟୋଜିତ ଜାତୀୟ ସମ୍ମିଳନୀ ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ବତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଭାଷାବିତ ଶଙ୍କର ପରିଡା, ଛତିଶଗଡ଼ର ଶିକ୍ଷାବିତ ଡ଼ଃ ମୀନକେତନ ଦାଶ ଓ ସମାଜସେବୀ ତଥା ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଶଶଧର ପଣ୍ଡା ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଉପଦେଷ୍ଟା ତଥା ଅତିଥି ଶ୍ରୀରାଉତ ଅନୁଷ୍ଠାନର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଉତ୍ତର ଆଧୁନିକ ଚିତ୍ରକଳା ସହ ଭାଷା ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଅସ୍ମିତା ସମ୍ପର୍କରେ ଆଲୋଚନା କରିଥିଲେ। ଭାଷା ହେଉଛି ବୈ।ଦ୍ଧିକ ବିଭବ ବୋଲି ମତ ରଖିଥିଲେ। ଏହି ଅବସରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୩୦ ଜଣ ପ୍ରତିଭାଧାରୀ ଙ୍କୁ ମଦର ଟେରେସା ସେବା ସମ୍ମାନ, ଡ଼ଃ ଏପିଜେ ଅବଦୁଲ କଲାମ ପ୍ରଫେସନାଲ ଆକ୍ଚିଭର ଆୱାର୍ଡ଼, ଶ୍ରେଷ୍ଠ ଗୁରୁ ସମ୍ମାନ, ସାହିତ୍ୟ ସାରଥୀ ସମ୍ମାନ,ଏକାମ୍ ପ୍ରତିଭା ରତ୍ନ ସମ୍ମାନ,ବିଦ୍ୟା ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ପ୍ରତିଭାଧାରୀ ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ସୈ।ଦାମିନୀ ଦାଶ, ଡ ଲୋପାମୁଦ୍ରା ଜେନା, ବବିତା ମହାନ୍ତି,ଡ ବସୁମତୀ ଶତପଥୀ,ମାନିକ୍ୟପ୍ରଭା ପ୍ରହରାଜ,ବନଜାବାସିନୀ ମହାନ୍ତି, ମନୋରଞ୍ଜନ ପରିଡା, ସୂର୍ଯ୍ୟକାନ୍ତି ଦାଶ, ଜିତେନ୍ଦ୍ର ବାରିକ, ସବିତା ମହାନ୍ତି,ଡ ସୁଶାନ୍ତ କୁମାର ମହାପାତ୍ର,ଡ ଶତୃଘ୍ନ ସାହୁ, ପ୍ରତାପ କୁମାର ପରିଡ଼ା, ଡ଼ଃ ମୀନକେତନ ଦାଶ,ଡ ତ୍ରିଲୋଚନ ପଣ୍ଡା,ଡ ଶିଶିର ନାୟକ,ବିନୟ କୁମାର ପଟ୍ଟନାୟକ, ସଂଗ୍ରାମ କିଶୋର ଭୂୟାଁ,ଲଳିତେନ୍ଦୁ ପଲାଉରୀ, ପ୍ରଦୀପ ଗୁରୁୱାରା, ପବିତ୍ରା ପାତ୍ର,ଉଷାମଣୀ ଆଚାର୍ଯ୍ୟ,ଆରଜୁ ବିବି,ଦୀପାରାଣୀ ପଟ୍ଟନାୟକ, ସୁଚିତ୍ରା ଦର୍ଜି,ମଞ୍ଜୁଳା ପ୍ରଧାନ,ମାଧବ ବେହେରା, ନିରଞ୍ଜନ ନାୟକ, ପ୍ରଦୀପ କୁମାର ଚୈ।ଧୁରୀ,ଡ ଗଗନ ଆଚାର୍ଯ୍ୟ, ରଞ୍ଜିତ ପ୍ରସାଦ ଜେନା ପ୍ରମୁଖଙ୍କୁ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ,ମେମୋଣ୍ଟୋ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ୱାରାଂଚିତି ଲିପି ପ୍ରବର୍ତ୍ତକ ଲାକୋ ବଦ୍ରାଙ୍କ ପୁଣ୍ୟ ତିଥି ପାଳିତ

Sunil Chandra Nayak

ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!