ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସି ଏମ କିଶାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସି ଏମ କିଶାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

      ସୁନ୍ଦରଗଡ଼, ୨୭/୦୮/୨୫: ଆଜି ସଂସ୍କୃତି ଭବନଠାରେ ସି ଏମ କିଶାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ଏହି ଅବସରରେ ଭୁବନେଶ୍ୱର ଠାରେ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ସ୍ଥିତ ଓ.ୟୁ. ଏ. ଟି. ସଭାଗୃହ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରାୟ ୫୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଭଉଣୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସିଧାସଳଖ ରବି ୨୦୨୫-୨୬ ର ସି ଏମ କିଶାନ ସହାୟତା ରାଶି ହସ୍ତାନ୍ତର କରିଥିଲେ।

ସଂସ୍କୃତି ଭବନଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁରେଶ ପୂଜାରୀ ,ମାନ୍ୟବର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ଓଡିଶା ବିଧାନ ସଭାର ମାନ୍ୟବର ଉପ- ବାଚସ୍ପତି ତଥା ମାନ୍ୟବର ତଳସରା ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ଅବସରରେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ କହିଥିଲେ ଯେ , କୃଷକ ମାନଙ୍କ ସଶକ୍ତିକରଣ ନିମନ୍ତେ ସରକାର ବିଭିନ୍ନ ଯୋଜନା ଗୁଡିକ କରିଛନ୍ତି, ସେହି ଯୋଜନା ଗୁଡ଼ିକ ମଧ୍ୟରେ ସି ଏମ କିଶାନ ଏକ ପ୍ରମୁଖ ଯୋଜନା। ଏହି ଯୋଜନା ହେଉଛି ଅକ୍ଷୟ ପାତ୍ର , ଯାହା କେବେ ସରେ ନାହିଁ। ଏହି ସହାୟତା ଚାଷୀ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବାରେ ସହାୟକ ହେବ। 

ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀ, ଚାଷ ଏବଂ ସେମାନଙ୍କ ଉତ୍ପାଦିତ ଶସ୍ୟ , ଉତ୍ପାଦ ର ମହତ୍ତ୍ଵ ଉପରେ ନିଜର ଅଭିଭାଷଣ ରଖିଥିଲେ। ଚାଷୀ ନିଜ ଚାଷ ଦ୍ଵାରା ସମଗ୍ର ସମାଜକୁ ଖାଇବା ଯୋଗାଇଥାଏ। ନିଜେ କଷ୍ଟ କରି ମଧ୍ୟ ସମାଜର ମଙ୍ଗଳ ସାଧିତ କରିଥାଏ। ସି ଏମ କିଶାନ୍ ର ଏହି ସହାୟତା ରାଶି ଚାଷୀ ମାନଙ୍କୁ ସଶକ୍ତ କରିବା ସହିତ ଚାଷ କୁ ସୁଦୃଢ କରିବ। ଆହୁରି ମଧ୍ୟ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ରହି ନାହିଁ ଏହା ବିଶ୍ଵର କୋଣ ଅନୁକୋଣରେ ପାଳିତ ହୋଇଥାଏ। ସେହିଭଳି ଜିଲ୍ଲା ତଥା ରାଜ୍ୟର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି କହିଥିଲେ।

ଆଜି ସି ଏମ କିଶାନ ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲାର ୧୮୫୯୫୫ ଜଣ ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ହସ୍ତାନ୍ତର ହୋଇଅଛି। ସେମାନଙ୍କ ମଧ୍ୟରୁ ବାଲିଶଙ୍କରା ବ୍ଲକରୁ ୧୪୭୬୬, ବଡ଼ଗାଁରୁ ୧୨୨୯୨, ବିଶ୍ରା ରୁ ୭୬୨୫, ବଣାଇରୁ ୯୩୭୦, ଗୁରୁଣ୍ଡିଆରୁ ୯୦୭୩, ହେମଗିରିରୁ ୯୮୬୪, କୋଇଡାରୁ ୬୨୫୫, କୁଆଁରମୁଣ୍ଡାରୁ ୧୩୧୭୮, କୁତ୍ରାରୁ ୧୧୯୭୫, ଲହୁଣୀପଡ଼ାରୁ ୧୨୩୫୧, ଲାଠିକଟାରୁ ୯୫୧୭, ଲେଫ୍ରିପଡ଼ାରୁ ୧୨୭୯୦, ନୂଆଗାଁରୁ ୧୫୫୪୯, ରାଜଗାଙ୍ଗପୁର ରୁ ୧୨୭୧୨, ସବଡେଗା ରୁ ୯୭୯୩, ସଦରରୁ ୯୬୯୭ ଏବଂ ଟାଙ୍ଗରପାଲି ବ୍ଲକରୁ ୯୧୪୮ ଜଣ ଚାଷୀ ରହିଛନ୍ତି।

ଏହି ଅବସରରେ ଚାଷୀ ମାନଙ୍କର ସି ଏମ କିଶାନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ଏବଂ ଚାଷୀ ପଞ୍ଜିକରଣରେ ଉତ୍ତମ ପ୍ରଦର୍ଶନ ନିମନ୍ତେ କ୍ଷେତ୍ର କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲାଲବିହାରୀ ମଲ୍ଲିକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଡି ଆଇ ଓ, ଏନ୍ ଆଇ ସି, ଶ୍ରୀ କାନ୍ଦ୍ରା ହେମ୍ବ୍ରମ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କୃଷି ବିଶେଷଜ୍ଞ , ଜନ ପ୍ରତିନିଧି ଏବଂ ବିଭିନ୍ନ ବ୍ଲକର ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅକ୍ଷୟ ତୃତୀୟାରେ ଧରଣୀମାତାଙ୍କୁ ପୋଢ ବଳି

Sunil Chandra Nayak

ଏଗାର ମାସ ହେଲା ହିତାଧିକାରୀଙ୍କୁ ମିଳିନି ଭତ୍ତା

ସୁସ୍ଥ ପଞ୍ଚାୟତ ଗଠନ ନେଇ ତାଲିମ

masiha

Leave a Comment

error: Content is protected !!