ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୀଶୁ ଙ୍କ ଜନ୍ମ ଦିନ ପାଇଁ ସଜେଇ ହୋଇଛି ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ

ଯୀଶୁ ଙ୍କ ଜନ୍ମ ଦିନ ପାଇଁ ସଜେଇ ହୋଇଛି ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ

ନବରଙ୍ଗପୁର:(୨୨/୧୨)(ରବିନାରାୟଣମହାନ୍ତି) ନବରଙ୍ଗପୁର ଜିଲ୍ଲା ର ସମସ୍ତ ଚର୍ଚ୍ଚ କୁ ସୁ ସଜିତ ଆଲୋକ ମାଳା ରେ ସଜା ଯାଇଛି।ଯୀଶୁ ଙ୍କ ଆଗମନ ପାଇଁ ଜିଲ୍ଲା ର ଖ୍ରୀଷ୍ଟ ବିଶ୍ବାସୀ ବିଶ୍ବାସୀନୀ ମାନେ ଡିସେମ୍ବର ପ୍ରଥମ ସପ୍ତାହ ଠାରୁ ଚର୍ଚ୍ଚ ସଜାଇବା ସହିତ ନିଜ ନିଜ ଘର ସଜେଇବାରେ ବ୍ୟସ୍ତ ରହିଥାନ୍ତି । ଗାଁ ରୁ ସହର କିମ୍ବା ରାଜ୍ୟ ଦେଶ ବାହାରୁ ରହିଥିବା ଖ୍ରୀଷ୍ଟ ବିଶ୍ବାସୀ ମାନେ ଏହି ଦିନ ରେ ପରିବାର ମିଳିତ ହୋଇ ନିଜ ନିଜର ଘରେ ବାହୁଡ଼ି ଆସିଥାନ୍ତି।ଧନୀ ହେଉ କି ଗରିବ ହେଉ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଚର୍ଚ୍ଚ କୁ ଯାଇଥାନ୍ତି। ଚର୍ଚ୍ଚ ଗୁଡ଼ିକ ରେ ଶିଶୁ ଯୀଶୁ ଙ୍କ ଜନ୍ମ ବୃତ୍ତାନ୍ତ ବିଷୟରେ ନୃତ୍ୟ ଗୀତ ସୁନା ପଦ ପରିବେଷଣ କରିବା ପାଇଁ ଅଭ୍ୟାସ କରିଥାନ୍ତି। ପାଳକ ମାନେ ଯୀଶୁ ଙ୍କ ଜନ୍ମ ବୃତ୍ତାନ୍ତ ବିଷୟ କିଭଳି ଶିକ୍ଷା ଦେବେ, ସେ ବିଷୟ ରେ ଅଧିକରୁ ଅଧିକ ଧ୍ୟାନ କରିଥାନ୍ତି। ଆଉ ମାତ୍ର ୨ଦିନ ପରେ ଶିଶୁ ଯୀଶୁ ଙ୍କ ଜନ୍ମ ଦିନ ସାରା ବିଶ୍ବବାସୀ ପାଳନ କରିବେ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ର ସଦରମହକୁମା ସହର ସମେତ ଉମରକୋଟ, ପାପଡ଼ାହାଣ୍ଡି, ଇନ୍ଦ୍ରାବତୀ ସମେତ ଜିଲ୍ଲା ର ସମସ୍ତ ବସ୍ତ୍ରାଳୟ ସମେତ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ରେ ଗହଳି ଚହଳି ଦେଖିବାକୁ ମିଳିଛି।ଏହି ପର୍ବ ନେଇ ପ୍ରାୟ ୩କୋଟି ଟଙ୍କା ରୁ ଉର୍ଦ୍ଧ ବ୍ୟବସାୟ ହୋଇଥିବା ସୂଚନା ମିଳିଛି।

( ମ ନି ସ )

Related posts

ରବିଧାନ ପଞ୍ଜିକରଣ ବାଦ ଯୋଗୁଁ ରାଜରାସ୍ତାକୁ ଓଲ୍ହାଇଲେ ଚାଷୀ,ଆନ୍ଦୋଳନରେ ସାମିଲ ହେଲେ ୩ ବ୍ଲକର ଚାଷୀ,ଅନିର୍ଦ୍ଧିଷ୍ଟ କାଳଯାଏଁ ଧର୍ମଘଟ

ନବରଙ୍ଗପୁର ଜିଲ୍ଲାର ଶିଆଳି ଖଲି ହାଇଦ୍ରାବାଦ ରେ ଚାହିଦା 

masiha

ବାସନ୍ତୀ କଲୋନି ସରକାରୀ ଡାକ୍ତରଖାନାରେ ଅବହେଳା ମାମଲା ,ଆଖି ଡ୍ରପ୍ ବଦଳରେ କାନ ଡ୍ରପ୍ ଦିଆଗଲା

Leave a Comment

error: Content is protected !!