ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇକୋର୍ଟ ଜର୍ଜ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ 

ହାଇକୋର୍ଟ ଜର୍ଜ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ 

ନବରଙ୍ଗପୁର:(୨୯|୩)(ରବି ନାରାୟଣ ମହାନ୍ତି)ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜର୍ଜ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ନବରଙ୍ଗପୁର ଜିଲ୍ଲା କୁ ଦିନିକିଆ ଗସ୍ତ କରି ଫେରିଛନ୍ତି। ୨୯ ତାରିଖ ଦିନ ଭବାନୀପାଟଣା ଠାରୁ ବାହାରି ଦିନ ସାଢେ଼ ଦୁଇଟା ସମୟରେ ନବରଙ୍ଗପୁର ସର୍କିଟ ହାଉସ୍ ଠାରେ ପହଞ୍ଚିଥିଲେ। ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଓ ଏସ ପି ମିହୀର ପଣ୍ଡା ଙ୍କ ସହ ବୈଠକ ପରେ ଜଷ୍ଟିସ ଜିଲ୍ଲା ଦୌରା ଜର୍ଜ ଅଦାଲତକୁ ଗସ୍ତ କରିଥିଲେ। ସେଠାରେ ଓକିଲ ସଂଘ ପକ୍ଷରୁ ଜଷ୍ଟିସ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ଜଷ୍ଟିସ ଯୁଡ଼ିସିଆଲ ଅଫିସର ମାନଙ୍କ ସହ ବୈଠକ କରିଥିଲେ। ଶେଷରେ ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ ମାଁ ଭଣ୍ଡାର ଘରଣୀ ମନ୍ଦିର ଗସ୍ତ କରି ମାଁ ଙ୍କ ଦର୍ଶନ ସାରି କୋରାପୁଟ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଡି ଜେ ସୁବ୍ରତ ମହାନ୍ତି, ରେଜିଷ୍ଟର୍ ସୁକାନ୍ତ କିଶୋର ଜେନା, ସି ଜେ ଏମ ସିମା ତ୍ରିପାଠୀ, ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ, ଉପ ସଭାପତି ହରି ନାରାୟଣ ବେହେରା, ସମ୍ପାଦକ ତପନ କୁମାର ସିଂହ, କୋଷାଧ୍ୟକ୍ଷ ଅନୀଲ ,ଦୀନବନ୍ଧୁ, ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡାଙ୍ଗା, ସି ଏଚ ବାବା ଯୁଗନ୍ଧର, ସିରାଜ୍ଉଦିନ ଅହମ୍ମଦ, ମୁନା ବେନିଆ , ଅତିରିକ୍ତ ସରକାରୀ ଅଧିବକ୍ତା ଡ. ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଆଇନଜୀବୀ କିଶୋର ପଟ୍ଟନାୟକ, ଇମ୍ରାନ୍ ସରିଫ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଆନ୍ତର୍ଜାତୀକ ମହିଳା ଦିବସ ପାଳନ 

Sunil Chandra Nayak

ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ “ଚିଲିକା ତାଲୁକ ଆଇନ୍ ସେବା କମିଟି” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!