ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟର ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁରସ୍କୃତ ହେବେ ମୟୂରଭଞ୍ଜ ମାଟି ର ପୁଅ ଭକ୍ତ ବତ୍ସଳ ବେହେରା

ରାଜ୍ୟର ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁରସ୍କୃତ ହେବେ ମୟୂରଭଞ୍ଜ ମାଟି ର ପୁଅ ଭକ୍ତ ବତ୍ସଳ ବେହେରା

 ମୟୂରଭଞ୍ଜ-୨୯/୦୩ // ନିଜର ଅସାଧାରଣ କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ମୟୂରଭଞ୍ଜର କନେଷ୍ଟବଳ ଭକ୍ତବତ୍ସଳ ବେହେରା। ଭକ୍ତବତ୍ସଳ ବେହେରା ମୟୂରଭଞ୍ଜ ଜିଲ୍ଲାର କନଷ୍ଟେବଳ ଭାବରେ ତାରିଖ ୨୨.୦୯.୨୦୧୮ ଠାରୁ ବାରିପଦାରେ ଅବସ୍ଥିତ ମୟୂରଭଞ୍ଜ ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ପୋଲିସ୍ ବିଭାଗର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ନିଜର ସମ୍ପୃକ୍ତ ଦାୟିତ୍‌କୁ ମଧ୍ୟ ସେ ଅତ୍ୟନ୍ତ ଉତ୍କୃଷ୍ଟ ଢଙ୍ଗରେ ନିର୍ବାହ କରିଛନ୍ତି, ଯାହା ପାଇଁ ତାଙ୍କୁ ତାଙ୍କର ଅସାଧାରଣ କାର୍ଯ ଏବଂ ଦକ୍ଷତା ପାଇଁ ଅନେକ ଥର ପୁରସ୍କୃତ କରାଯାଇଛି। ଗତ ବର୍ଷ 2024 ମସିହାରେ ସେ ପୋଲିସ୍ ମହାନିର୍ଦ୍ଦେଶକଙ୍କ ଦ୍ଵାରା DGP Disc ଆୱାର୍ଡ଼ ସହପୁରସ୍କୃତ ହୋଇଥିଲେ। ଚଳିତ ବର୍ଷ 2025 ମସିହାରେ ପୁଣିଥରେ ରାଜ୍ୟର ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ଵାରା ମୋନୋନିତ ହୋଇଛନ୍ତି ଏବଂ ଆସନ୍ତା 1.4.25 ତାରିଖରେ ହେବାକୁ ଥିବା 90th ଓଡ଼ିଶା ପୋଲିସ୍ ଗଠନ ଦିବସ ଉପଲକ୍ଷେ ଏହି ପୁରସ୍କାର ଏବଂ ଅର୍ଥ ରାଶି କଟକ ସ୍ଥିତ SP Headqarters ରେ ପ୍ରଦାନ କରାଯିବାର ବିଶେଷ ସୂତ୍ର ରୁ ଜଣା ପଡିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଶୁଣିଲାଣି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ଵ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷି

Sunil Chandra Nayak

ଏନଟିଏ ସ୍କୋର କାର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶୁଭଶ୍ରୀ

Sunil Chandra Nayak

କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା ଓ ସମ୍ପାଦକ ନିହାର ମିଶ୍ର 

Sunil Chandra Nayak

Leave a Comment

error: Content is protected !!