ବ୍ଲକସ୍ତରୀୟ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ
ବସ୍ତା,28/12 : ରାଜ୍ଯ ସରକାର ଙ୍କ କ୍ରୀଡା ଓ ଯୁବ କଲ୍ଯାଣ ବିଭାଗ ପ୍ରଯୋଜନା ରେ ଏବଂ ନୂଆ – ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ଯ ରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମଶୁଳୀ ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ଯାଳୟ ରେ ଆଜି ବ୍ଲକ ସ୍ତରୀୟ ସାଂସ୍କୃତିକ ପ୍ରତିଯୋଗୀତା ମହାବିଦ୍ଯାଳୟ ର ଅଧ୍ଯକ୍ଷ ଉମେଶ ଚନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ହୋଇଯାଇଛି , ଯୁବପିଢୀ ଙ୍କ ମଧ୍ଯ ରେ କ୍ରୀଡା , କଳା , ସାହିତ୍ଯ , ସଂସ୍କୃତି ଓ ସେବା କାର୍ଯ୍ଯ ର ଭାବଧାରା ଉଦ୍ରେଗ କରିବା ଉଦ୍ଯେଶରେ ଏହି କାର୍ଯ୍ଯକ୍ରମ ର ଆୟୋଜନ କରା ଯାଇଛି,ଏହି ଉତ୍ସବ ରେ ମହାବିଦ୍ଯାଳୟ ର ପରିଚାଳନା କମିଟି ର ସଭାପତି ସୃଷ୍ଟିଧର ପାତ୍ର ମୁଖ୍ଯ ଅତିଥି ଭାବରେ ପାତ୍ର ଯୋଗଦେଇ କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗ ର ଅଧ୍ଯାପକ ଦେବବ୍ରତ୍ତ ଦାସ ,ରାଜନିତୀ ବିଜ୍ଞାନ ର ଅଧ୍ଯାପକ ପ୍ରଫେସର ଦିବ୍ଯେନ୍ଦୁ କୁମାର ଗିରି , ପଦାର୍ଥ ବିଜ୍ଞାନ ର ଅଧ୍ଯାପକ ପ୍ରଭାତ ରଞ୍ଜନ ଦାସ , ବଟନି ବିଭାଗ ର ଅଧ୍ଯାପକ ଡକ୍ଟର ଶିବ ନାରାୟଣ ମହାପାତ୍ର ଯୋଗଦେଇ ଯୁବ ପ୍ରତିଭା ର ବିକାଶ ତଥା ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣ କୁ ପରିପ୍ରକାଶ କରିବା ଏବଂ ବିଭିନ୍ନ ସେବା କାର୍ଯ୍ଯ ସମେତ ସବୁ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିବା ପାଂଇ ଓଡିଶା ସରକାର ଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ମତବ୍ଯକ୍ତ କରିଥିଲେ, ଆଜିର ଉଦଘାଟନୀ କାର୍ଯ୍ଯକ୍ରମ ରେ ଅନୁଷ୍ଠିତ ସାଂସ୍କୃତିକ ପ୍ରତିଯୋଗୀତା ରେ ବସ୍ତା ବ୍ଲକ ର 8 ଟି ମହାବିଦ୍ଯାଳୟ ର ମୋଟ 141 ଜଣ ଛାତ୍ର ଛାତ୍ରୀ ନୃତ୍ଯ, ଓଡିଆ ତର୍କ ପ୍ରତିଯୋଗୀତା, ଚିତ୍ରାଙ୍କନ, କବିତା ଆବୃତ୍ତି, ସଙ୍ଗୀତ ଓ ଏକକ ଅଭିନୟ ଇତ୍ଯାଦି ବିଭିନ୍ନ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିଥିଲେ, ଏହି ପ୍ରତିଯୋଗୀତା ରେ କୃତକାର୍ଯ୍ଯ ଛାତ୍ର ଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବାର କାର୍ଯ୍ଯକ୍ରମ ରହିଛି,ରାଜ୍ଯ ର ଯୁବଶକ୍ତି କୁ ଗୁରୁତ୍ବ ଦେଇ ଖେଳ ଓ ଖେଳାଳୀ ଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ର ଅନ୍ତର୍ନିହିତ ପ୍ରତିଭା କୁ ବିକଶିତ କରିବା ପାଂଇ ରାଜ୍ଯ ସରକାର ଙ୍କ ଏହା ଅତ୍ଯନ୍ତ ସ୍ବାଗତ ଯୋଗ୍ଯ ପଦକ୍ଷେପ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ , ଶେଷରେ ନୂଆ ଓ ଯୁବ ଓଡିଶା ର ନୋଡାଲ ଅଫିସର ତଥା ଜୋଲୋଜି ବିଭାଗ ର ଅଧ୍ଯାପିକା ଲିପିକା ଜାନା ଧନ୍ଯବାଦ ଦେଇଥିଲେ, ଏହି କାର୍ଯ୍ଯକ୍ରମ କୁ ପରିଚାଳନା ରେ ଅଧ୍ଯାପକ ପରମାନନ୍ଦ ମହାନ୍ତି, ତାପସ ନୟନ ନନ୍ଦୀ, ନଗେନ୍ଦ୍ର ନାଥ ପାତ୍ର, ଅଜିତ କୁମାର ଭୂୟାଂ , ବଙ୍କିମ ଚନ୍ଦ୍ର ମୈକାପ, ଶ୍ରୀକାନ୍ତ ମହାପାତ୍ର, ସଞ୍ଜୟ କୁମାର ଦେ, ଦିଲ୍ଲୀପ ହାଜିରା, ସୂଦ୍ବେନା ଦେ, ମିତାରାଣୀ ଜେନା , ଲିଜା ସାହୁ , ଫ୍ଲୋରେସ ଗିରି, ବଂଶୀ ଧର ନାୟକ, ଲିପିକା ଜାନା, ସନ୍ତୋଷ କୁମାର ସାହୁ , ଶଶିକାନ୍ତ ଜେନା , ଶମ୍ଭୁନାଥ ଜେନା ପ୍ରମୁଖ ପରିଚାଳନା କରିଥିବା ବେଳେ ମହା ବିଦ୍ଯାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ମହାବିଦ୍ଯାଳୟ ର ସମସ୍ତ ଅଧ୍ଯାପକ ଅଧ୍ଯାପିକା ସହଯୋଗ କରିଥିଲେ।