ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୁମାନିଟି ଫାଉଣ୍ଡେସନର ଶିଶୁ ଦିବସ ପାଳନ

ହୁମାନିଟି ଫାଉଣ୍ଡେସନର ଶିଶୁ ଦିବସ ପାଳନ

ରାଉରକେଲା :ମାନବ ସେବା ପ୍ରତିଷ୍ଠାନ, ଜଗଦାରେ ହୁମାନିଟି ଫାଉଣ୍ଡେସନ ତରଫରୁ ଶିଶୁ ଦିବସ ବିଶେଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସମ୍ପୂର୍ଣ୍ଣ ବିକାଶ — ଶିକ୍ଷା, ସୃଜନଶୀଳତା, ନୈତିକ ମୂଲ୍ୟବୋଧ ଓ ସ୍ୱାସ୍ଥ୍ୟ ସଚେତନତା — ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ-ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ଅନୁପମା ଆଚାର୍ଯ୍ୟ, ଶୁଭଶ୍ରୀ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ବିଜୟାନନ୍ଦ ସୁନ୍ଦରାୟ, ସଂଗ୍ରାମ ପତି, ସଂଗ୍ରାମ ଜେନା, ସରସ୍ଵତୀ ନାୟକ, ଶଶିଲତା ହୋତା, ପ୍ରିୟଙ୍କା ପାଣି ଓ ରଶ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। ଶିଶୁମାନଙ୍କୁ ସକାଳ ର ଜଳଖିଆ ଓ କିଛି ଉପହାର ଦେଇ, ପ୍ରେରଣା ଓ ସମ୍ମାନ ଦେଇ ଶିଶୁ ଦିବସ ଟିକୁ ହସ ଖୁସି ରେ ପାଳନ କରାଯାଇଥିଲା। ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ରାୟଗଡା କ୍ରିକେଟ କ୍ଲବ ପକ୍ଷରୁ ଜିଲ୍ଲାର ପ୍ରଥମ ରାତ୍ରିକାଳୀନ ଆଲୋକିତ କ୍ରିକେଟ ପଡ଼ିଆର ଶୁଭ ଉଦଘାଟନ

Sunil Chandra Nayak

ବିଜୁଳି ଆଘାତରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

Sunil Chandra Nayak

Leave a Comment

error: Content is protected !!