ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଲିଙ୍ଗ ଦାବଜୋର ମୁଖ୍ୟମନ୍ତ୍ରୀ ସଡକ ରାସ୍ତା ଅତି ନିମ୍ନ ମାନର କାମରୁ ଭାଙ୍ଗିଗଲାଣି ରାସ୍ତା , ବିପଦକୁ କରୁଛି ନିମନ୍ତ୍ରଣ

ମହାଲିଙ୍ଗ ଦାବଜୋର ମୁଖ୍ୟମନ୍ତ୍ରୀ ସଡକ ରାସ୍ତା

ଅତି ନିମ୍ନ ମାନର କାମରୁ ଭାଙ୍ଗିଗଲାଣି ରାସ୍ତା , ବିପଦକୁ କରୁଛି ନିମନ୍ତ୍ରଣ

ଗୋଲାମୁଣ୍ଡା,ତା.୦୩ା୦୮-  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗଠାରୁ ଦାବଜୋର ମୁଖ୍ୟମନ୍ତ୍ରୀ ସଡକ ରାସ୍ତା କାର୍ଯ୍ୟ ସରିବାର ବର୍ଷେ ହେଉଣୁ ଭାଙ୍ଗି ପଡିଥିବା ବେଳେ ଏଥିିପାଇଁ ଉକ୍ତ ରାସ୍ତା ଦେଇ ଯାଉଥିବା ଅନେକ ବାଇକ ଆରୋହି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । 

  ମହାଲିଙ୍ଗଠାରୁ ଦାବଜୋର ରାସ୍ତା ଗତ ୨୦୨୩ ଡିସେମ୍ବର ମାସ ୧୩ ତାରିଖ ଦିନ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗତବର୍ଷ ଜୁନ ମାସ ତାରୀଖରେ କାର୍ଯ୍ୟ ସରିଥିବା ସୂଚନାଫଳକରୁ ଜଣାପଡୁଛି । ଏହି ରାସ୍ତା କାର୍ଯ୍ୟ ନୂଆପଡା ଜିଲ୍ଲାର ଏ ଶ୍ରେଣୀ ଠିକାଦାର ରୂପେଶ ଅଗ୍ରୱାଲ କରିଥିବା ଜଣାଯାଏ । ସୂଚନାଫଳକ ଅନୁସାରେ ୨୩ ଲକ୍ଷ ୧୭ ହଜାର ୩୭୩ ଟଙ୍କା ଅଟକଳ ମୂଲ୍ୟ ଦର୍ଶା ଯାଇଥିବା ବେଳେ ଏହାର ଅଟକଳ ପରିମାଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଏତେ କମ ପରିମାଣର ଅଟକଳ ମୂଲ୍ୟରେ ମୁଖ୍ୟମନ୍ତ୍ରୀ ସଡକ ରାସ୍ତା ହେବା ସଂମ୍ଭବପର ନୁହେଁ । ଏହି ରାସ୍ତା କାର୍ଯ୍ୟ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗଠାରୁ ବଲାଙ୍ଗିର ଜିଲ୍ଲା ଦାବଜୋର ପର୍ଯ୍ୟନ୍ତ ୬ କିମି ରାସ୍ତା ହୋଇଛି । କାର୍ଯ୍ୟ ଚାଲୁଥିବା ସମୟରେ ଏହି ରାସ୍ତାରେ ନିମ୍ନା ମାନର କାର୍ଯ୍ୟ ହେଉଥିବା ନେଇ ଅନେକ ଅଭିଯୋଗ ହୋଇଥିବା ବେଳେ ଅନେକ ଖବରକାଗଜରେ ନିମ୍ନା ମାନର କାମ ହେଉଥିବା ନେଇ ଖବର ପ୍ରସାରଣ ହୋଇଥିଲା । କିନ୍ତୁ ଏହି ଖବରକୁ ବେଖାତିର କରିଥିଲା ସଂପୃକ୍ତ ଠିକା ସଂସ୍ଥା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ । ଯାହାରି ଫଳରେ ରାସ୍ତାର ଅନେକ ଯାଗାରେ ରାସ୍ତା ଭାଙ୍ଗି ପଡିଥିବା ବେଳେ ଅନେକ ସ୍ଥାନରେ ରସ୍ତା ଦବି ଯାଇଛି । ଅନେକ ସ୍ଥାନରେ ପିଚୁ ଉଠି ପଡିଥିବା ବେଳେ ଅଣ୍ଡୁଏ ଆଣ୍ଡୁଏ ଖାଲ ହୋଇଯାଇଥିବାରୁ ବର୍ଷା ପାଣି ଭତ୍ତି ହୋଇ ଦିନକୁ ଦିନ ରାସ୍ତା ସୋଚନିୟ ହୋଇପଡିଲାଣି । ଏହି ରାସ୍ତା ଦେଇ ଅଞ୍ଚଳର ଲୋକେ ପଡୋଶି ନୁଆପଡା ଜିଲ୍ଲା ତଥା ଛତିଶଗଡକୁ ଯିବା ଆସିବା କରୁଥିବା ବେଳେ ରାସ୍ତାର ବଡ ବଡ ଖାଲରେ ପଡି ଅନେକ ବାଇକ ଆରୋହି ଦୁର୍ଘଟଣା ଶିକାର ହୋଇଥିବା ଅଭିଯୋଗ ହେଉଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଏକ ବର୍ଷ ହୋଇ ଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ୨୦୨୯ ମସିହା ଜୁନା ମାସ ୧୨ ତାରିଖ ପର୍ଯ୍ୟନ୍ତ ଅଛି । ସଂପୃକ୍ତ ରାସ୍ତା ବିଷୟରେ ମତାମତ ନେବାକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ତାଙ୍କର ମତାମତ ମିଳି ପାରିନାହିଁ । ଏହି ରାସ୍ତା ଧିରେ ଧିରେ ଖରାପ ହେବାକୁ ବସୁଥିବା ବେଳେଏହି ରାସ୍ତାକୁ ତୁରନ୍ତ ମରାମତି କରିବା ସହିତ ଭିଜିଲଲାନ୍ସ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବୀ କରୁଛନ୍ତି । 

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

୧- ନାରାୟଣ ପାଟଣା ରେ ନୂତନ ବିଡ଼ିଓଙ୍କ ଯୋଗଦାନ,୨- ଯନ୍ତ୍ରୀଙ୍କ ଉପସ୍ଥିତରେ ବ୍ରିଜ ଉପରେ ପଡିଲା ପିଚୁ, ଗାଡି ଚଲା ଚଳ ଆରମ୍ଭ 

masiha

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

Leave a Comment

error: Content is protected !!