ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

ରୁପ୍ରା, ୨୨/୧୦ (ମନିସ) : ନର୍ଲାବ୍ଲକ୍ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ଭାଲୁକଟା ଗ୍ରାମର ଉମାକାନ୍ତ ସାହୁଙ୍କ (୮୦ବର୍ଷ) ଆଜି ଭୋର ସମୟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ସମସ୍ୟାରୁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ରହିଥିଲେ। ସ୍ୱର୍ଗତ ଉମାକାନ୍ତ ଗ୍ରାମର ଧର୍ମାନୁଷ୍ଠାନ ସହ ଜଡିତ ରହିଥିଲେ। ତାଙ୍କ ପରଲୋକ ଖବର ଜଣାପଡିବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କର ଶେଷ ଦର୍ଶନ ନିମନ୍ତେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇଥିଲେ। ତାଙ୍କ ପଛରେ ପତ୍ନୀ ସତ୍ୟଭାମା ସାହୁ, ତିନିପୁଅ କେଶବ ସାହୁ (ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାର କର୍ମଚାରୀ), କ୍ଷମାନିଧି ସାହୁ ଓ ଶ୍ୟାମସୁନ୍ଦର ସାହୁଙ୍କ ସମେତ ତିନି ପୁତ୍ରବଧୁ ଛବିଲା ସାହୁ, କସ୍ତୁରୀ ସାହୁ ଓ ପ୍ରମିଳା ସାହୁ (ରୁପ୍ରା ଗ୍ରା. ପ ର ୱାର୍ଡ଼ ସଭ୍ୟା), ଚାରିଭାଇ ଝାଡେଶ୍ୱର ସାହୁ, ସୁରଥ ସାହୁ, ମୁରଲିଧର ସାହୁ ଓ ଜିତେନ୍ଦ୍ର ସାହୁ, ପୁତୁରା ବୋହୂ ନମ୍ରତା ସାହୁ (ନର୍ଲା ଜୋନ୍ ନଂ ୧ର ଜିଲ୍ଲା ପରିଷଦ ସଭ୍ୟା) ଓ ନାତିନାତୁଣୀ, ପଣନାତି ନାତୁଣୀ ତଥା ଆତ୍ମୀୟ ସ୍ୱଜନଙ୍କୁ ଛାଡି ପରଲୋକ ଗମନ କରିଛନ୍ତି। ନିଜ ଜମିରେ ଅନ୍ତିମ ସଂସ୍କାର କରାଯାଇଥିଲା, ବଡପୁଅ କେଶବ ମୁଖାଗ୍ନି ଦେଇଥିବା ବେଳେ ମଝିଆ ପୁଅ କ୍ଷମାନିଧି ଓ ସାନପୁଅ ଶ୍ୟାମସୁନ୍ଦର ଗୋଡପଟେ ଅଗ୍ନି ସଂଯୋଗ କରିଥିଲେ। 

ରିପୋର୍ଟ :- ନର୍ଲାବ୍ଲକ୍ ରୁପ୍ରା ରୁ ଅଜୟ ସେନାପତିଙ୍କ ରିପୋର୍ଟ୍

Related posts

Cuttack Sadar 42 Mouza cultural festival held.

masiha

ବିଷାକ୍ତ ସାପ କାମୁଡାରେ ନାବାଳିକା ଗୁରୁତର

masiha

ବାଲିଗୁଡାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!