ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ର ଜନସମ୍ପର୍କ ପଦଯାତ୍ରା 

ବିଜେଡି ର ଜନସମ୍ପର୍କ ପଦଯାତ୍ରା 

ଡାବୁଗାଁ, ୨୨/୧୦ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ନିର୍ବାଚନମଣ୍ଡଳୀର ଡାବୁଗାଁ ବ୍ଳକ ରେ ବୁଧବାର ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବଡ଼ଓଲମା ଗ୍ରାମ ପଞ୍ଚାୟତ ଠାରୁ ଗ୍ରାମ ପରିକ୍ରମା କରି ଡାବ୍ରିଗୁଡା(ଭାଲୁଗୁଡା)ପର୍ଯ୍ଯନ୍ତ ବିଜେଡି ର ଜନସମ୍ପର୍କ ପଦଯାତ୍ରାହୋଇଥିଲା l ଉକ୍ତ ପଦଯାତ୍ରାରେ ଡାବୁଗାଁ ବିଜେଡ଼ି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଡାବୁଗାଁ ବ୍ଳକ ଅଧ୍ଯକ୍ଷା ବୀଣା ମାଝୀ ଓ ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ଯ ଧନ ସିଂ ଭତ୍ରl ଓ ଗୁପ୍ତ ବିଶୋୟୀ , ବରିଷ୍ଠ ବିଜେଡି ନେତା ଏମ୍. ଆପ୍ପା ରାଓ, ଦୟାନିଧି ଭତ୍ରl, ରାମ କୁମାର ଗଣ୍ଡ, ରମେଶ ଚନ୍ଦ୍ର ମାଝୀ, ସାଲିମ ଧର ଭତ୍ରl,ବବୁଲ ତ୍ରିପାଠୀ, ଲଇଖନ ପନକl,ଶିବ ପ୍ରସାଦ ମିଶ୍ର,ହିରଣ୍ୟ ମାଝୀ, ଗେଦୁ ପଟ୍ଟନାୟକ, ସୁବାସ ବିଶୋୟୀ, ଉପେନ୍ଦ୍ର ବିଶୋୟୀ, ଜଳନ୍ଧର ବିଶୋୟୀ,ସଦାଶିବ ବିଶୋୟୀ, ଶୁଭଜିତ୍ ବେହୁରିଆ,ସୁକୁ ଭତ୍ରl, ବିପିନ ଡଙ୍ଗରି,ବିଜୟ ଭତ୍ରl, ଟି. ଯୁଗୁନୁ ବାବୁ,ଶୋଭା ହରିଜନ, ଡାବୁଗାଁ ନିର୍ବାଚନମଣ୍ଡଳୀ ର ଡାବୁଗାଁ, ପାପଡାହାଣ୍ଡି, କୋଷାଗୁମୁଡା ବ୍ଳକ ବିଜେଡି ର ସମସ୍ତ ସରପଞ୍ଚ,ସମିତି ସଭ୍ଯ ସଭ୍ଯା, ୱାର୍ଡ ମେମ୍ବର ପ୍ରମୂଖ ବହୁ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଅନ୍ୟୁନ ୫୦୦୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଉକ୍ତ ପଦଯାତ୍ରା ରେ ସାମିଲ ହୋଇ ଗାଁ ଗାଁ ରେ ବିଜେଡି ର ନୀତି ଆଦର୍ଶ ଓ ଜନହିତକର ଯୋଜନା ଉପରେ ଅବଗତ କରାଇଥିଲେ l ଜନସାଧାରଣ ଅବଗତ ହୋଇ ବିଜେଡି ନୀତି ଆଦର୍ଶ କୁ ସ୍ୱାଗତ କରି ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ଜୟ ଜୟ ଗାନ କରିଥିଲେ l ଭାଲୁଗୁଡା ଗ୍ରାମର ଶ୍ରୀ ଶ୍ରୀ ସୁନା ଦେଇ ମା ତେଲେଙ୍ଗାଣୀ ମନ୍ଦିର ପାର୍ଶ୍ବରେ ଥିବା ପଡିଆରେ ଏକ ବିରାଟ ସଭାର ଆୟୋଜନ କରାଯାଇ ଡାବୁଗାଁ ବିଜେଡି ସଭାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଲୋକପ୍ରିୟ ବିଧାୟକ ପ୍ରତି ପରିବାରର ମୁଣ୍ଡ ପିଛା ୫ କେଜି ବଦଳରେ ୧୦ କେଜି ଚାଉଳ, ୬୦ ବର୍ଷର ଲୋକଙ୍କୁ ୩୦୦୦ ଟଙ୍କା ପେନସନ୍,ପ୍ରତି ପରିବାରକୁ ସରକାରଙ୍କ ଯୋଜନା ରେ ଆବାସ ଗୃହ, ପ୍ରତି ଘରକୁ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଇବା ନିମନ୍ତେ ଚେଷ୍ଟା ଅବ୍ୟାହତ ରଖି ଜନସାଧାରଣଙ୍କ ସେବା କରିବା ବ୍ରତ ହେଉଛି ମୋର ଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ l ଡାବୁଗାଁ ବିଜେଡି ସଭାପତି ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଲୋକପ୍ରିୟ ବିଧାୟକ ସମସ୍ତ ଉପସ୍ଥିତ ମହିଳା ମାନଙ୍କ ପାଇଁ ଉପହାର ସ୍ଵରୂପ ଶାଢୀ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ବିଜେପିର ୭ମ କାର୍ଯ୍ୟକାରୀଣି ବୈଠକ

ବ୍ରହ୍ମପୁରର ଆଶାୟୀ ବିଧାୟିକା ପ୍ରାର୍ଥୀ ସରିତା

masiha

ଶଙ୍ଖ ଭବନରେ ବନ୍ଧୁଗାଁ ବ୍ଲକର ସରପଞ୍ଚ, ସମିତି ମେମ୍ବର ଓ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଓ ବ୍ଲକ ଉପାଧ୍ୟକ୍ଷାଙ୍କ ବିଜେଡିରେ ସାମିଲ 

masiha

Leave a Comment

error: Content is protected !!