ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଦଫା ଦାବି ପୂରଣ ନିମନ୍ତେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବି.ଇ.ଓ ଅଫିସ୍ ସମ୍ମୁଖରେ ଗଣ ଧାରଣା

ତିନି ଦଫା ଦାବି ପୂରଣ ନିମନ୍ତେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବି.ଇ.ଓ ଅଫିସ୍ ସମ୍ମୁଖରେ ଗଣ ଧାରଣା

କୋକସରା,୯/୯ // ରାଜ୍ୟ ସଙ୍ଘର ନିଷ୍ପତ୍ତି କ୍ରମେ କୋକସରା ବ୍ଲକର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ସ୍ଥାନୀୟ ବିଇଓ ଅଫିସ୍ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଦାବି ଗୁଡିକ ମଧ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ଠିକା ବ୍ୟବସ୍ଥା ଉଚ୍ଛେଦ, ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡ଼ର ଭୂକ୍ତ କରିବା ଏବଂ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ତିନି ଦଫା ଦାବିକୁ ନେଇ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ବିଇଓ ଅଫିସ୍ ସମ୍ମୁଖରେ ଧାରଣାରେ ବସି ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ପ୍ରତିବାଦ କରିଛନ୍ତି।ପ୍ରାଥମିକ ଶିକ୍ଷକ ସଂଘ କୋକସରା ବ୍ଲକର ସଭାପତି ଭୁରିଶ୍ରବା ଜାଲ(ଏୟୁପିଟିଏଫ) ଜିଲ୍ଲା ସଭାପତି (ଏନପିଏସ,ଓପିଟିଏ) ସତ୍ୟବାନ ପାଣିଗ୍ରାହୀ, ବ୍ଲକ ଉପ ସଭାପତି ବିର କିଶୋର ନାଗ, ଜିଲ୍ଲା ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ନାଏକ,ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ପାଢୀ, ଜିଲ୍ଲା ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ, ବ୍ଲକ ସଭାପତି(ଜେଟି) ସୁମନ ଅର୍ପିତ ପଣ୍ଡା, କୋଷାଧ୍ୟକ୍ଷ ଦିଲୀପ କୁମାର ସାହୁ, ମଦନ ମୋହନ ନାଏକ, ଅଜିତ କୁମାର ସାହୁ, ଗୋବର୍ଦ୍ଧନ ବେମାଲ, ଘାସିରାମ ନାଏକ, ସରୋଜ କୁମାର ପଣ୍ଡା, ହୃଷିକେଶ ନାଏକ, କପିଳ ଚନ୍ଦ୍ର ଶବର, ସନ୍ତୋଷ କୁମାର ପରିଡା ଓ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ରହି ଧାରଣା ଦେଇ ପ୍ରତିବାଦ ସହ ରାଜ୍ୟ ସରକାର ଦାବି ନମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ କହିଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବାଲୁକା କଳାରେ ସହିଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

masiha

୭୭ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ 

masiha

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

Sunil Chandra Nayak

Leave a Comment

error: Content is protected !!