ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼.ସୁରେଶ ବରାଡ଼ଙ୍କ କବିତା ସଂକଳନ “ଗୁରୁ” ଉନ୍ମୋଚିତ

ଡ଼.ସୁରେଶ ବରାଡ଼ଙ୍କ କବିତା ସଂକଳନ “ଗୁରୁ” ଉନ୍ମୋଚିତ

ବାଲେଶ୍ଵର,୧୦/୯/୨୦୨୩ – ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ କବି ତିଳକ ଡ଼. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ସଙ୍କଳନ “ଗୁରୁ” ଗତକାଲିି ଉନ୍ମୋଚିତ ହୋଇ ଯାଇଛି। ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତଥା ଲୋକ ନୋଡ଼ାଲ ବିଦ୍ୟାପୀଠ ମିଳିତ ଆନୁକୁଲ୍ୟରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଛାତ୍ରୀମାନେ ବନ୍ଦନା ତଥା ସ୍ବାଗତ ସଂଗୀତ ଗାନ କରିଥିଲେ । ବରିଷ୍ଠ ଶିକ୍ଷକ ଡ଼.ସୁରେଶ ଚନ୍ଦ୍ର ବରାଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵେତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁସ୍ତକ ଉନ୍ମୋଚନୀ ସଭାରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଭାଗବତ ଆଶ୍ରମର ମଠାଧୀଶ ବାବାଜୀ ଭଗବାନ ଦାସ ଉଦାସୀନ ମହାରାଜା ଯୋଗ ଦେଇ ଗୁରୁ ନାରଦଙ୍କ କରୁଣାରେ କିପରି ମାର୍କଣ୍ଡ ଋଷିଙ୍କର ଉଦ୍ଧାର ହୋଇଥିଲା ତାହା ବର୍ଣ୍ଣନା କରିବା ଛଳରେ କବିତା ସଂକଳନ “ଗୁରୁ” ସମାଜରେ ଲୋପ ପାଇବାକୁ ବସିଥିବା ଗୁରୁ ଶିଷ୍ୟ ସମ୍ପର୍କକୁ ଉଦଜୀବିତ କରିବା ନିମନ୍ତେ ଏକ ଟନିକ ଭଳି କାଯ୍ୟର୍ କରିବ ବୋଲି କହିଥିଲେ । ଏହା ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ପାଇଁ ଏକ ଅମୂଲ୍ୟ ନିଧି ବୋଲି ବର୍ଣ୍ଣନା କରିବା ସହ ଶ୍ରଦ୍ଧେୟ ସୁରଙ୍କୁ ପ୍ରଭୁ ଏଇମିତି ଶକ୍ତି ଦେଇଥାନ୍ତୁ ଓ ତାଙ୍କ ଲେଖନୀ ସହସ୍ରମୁଖ ହେଉ ବୋଲି ଆଶ୍ରୀର୍ବଚନ ପ୍ରଦାନ କରିଥିଲେ । 

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼.ଗୋବିନ୍ଦ ଚନ୍ଦ୍ର ଦାଶ କହିଥିଲେ, ନୟାଗଡ଼ ସାରସ୍ବତ ଭଣ୍ଡାରକୁ କବିଙ୍କର ଦାନ ପ୍ରଶଂସା ଯୋଗ୍ୟ । ତାଙ୍କର ପୂର୍ବ ପ୍ରକାଶିତ “ଲଡ଼ୁବାବା ବିଳାସ” ପରେ “କୁସୁମୀ” ସମେତ ୨୫ ଖଣ୍ଡ ପୁସ୍ତକ କବିଙ୍କର ଭକ୍ତିପ୍ରାଣତାର ଅନନ୍ୟ ଉଦାହରଣ । ସେ କହିଥିଲେ ତାଙ୍କ ଉପରେ ଗୁରୁଙ୍କର ଅହେତୁକୀ କୃପା ଯେ ରହିଛି ତାହାର ପ୍ରମାଣ ଏ କବିତା ଗ୍ରନ୍ଥ “ଗୁରୁ”। ଲଡ଼ୁବାବା ତଥା ଗୁରୁଙ୍କ କରୁଣା ବିନା ଏପରି ଗ୍ରନ୍ଥ ରଚନା ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କ ବକ୍ତବ୍ୟରେ ସେ ପୁଣି ଯୋଡ଼ି କାମନା କରିଥିଲେ ଯେ ପ୍ରଭୁଙ୍କର କରୁଣା ତାଙ୍କ ପ୍ରତି ଏହିପରି ଝରୁଥାଉ । ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କଲେ ଜୀବନରେ ସଫଳତା ତୁମମାନଙ୍କର ଚରଣ ଛୁଇଁବ ବୋଲି ଉପଦେଶ ଛଳରେ କହିଥିଲେ । ଅତିଥି ରୂପେ ଯୋଗଦେଇ ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ପ୍ରଧାନ କବିଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଓ ଛାତ୍ରଛାତ୍ରୀମାନଙ୍କର ଜୀବନରେ ସଫଳତା ପାଇଁ ଜଗନ୍ନାଥଙ୍କ ପାଖରେ ଅଳି କରିଥିଲେ । ଆୟୋଜିତ ବତ୍କୃତା ପ୍ରତିଯୋଗୀତାରେ ବିଭିନ୍ନ ବର୍ଗରେ ବିଭିନ୍ନ ଶ୍ରେଣୀର ସଫଳତା ପ୍ରାପ୍ତ କରିଥିବା ୨୧ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ପ୍ରଦାନ କାଯ୍ୟର୍କ୍ରମକୁ ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକ ପରିଚାଳନା କରିଥିଲେ । ଶିକ୍ଷକ ଚିନ୍ତାମଣି ମହାରଣା, ପ.ସର୍ବେଶ୍ଵର ଦାଶ, ମାନସ ରଂଜନ ସାହୁ, କୃପାସିନ୍ଧୁ ମିଶ୍ର, ରମେଶ ଚନ୍ଦ୍ର ମହାନ୍ତି, ଶୁଭେନ୍ଦୁ କୁମାର ପରିଡ଼ା, ମନୋରଂଜନ ରାଉତ, ଅଫିସ ସହାୟକ ଜଗନ୍ନାଥ ବାରିକ, ଭବାନୀ ବାଘ ଓ ଟୁନି ପ୍ରଧାନ କାଯ୍ୟର୍କ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ରଣସିଂହ ନିଜ ଜୀବନରେ ଗୁରୁଙ୍କର ଆଶ୍ରୀର୍ବାଦ କିପରି ବାସ୍ତବ ରୂପ ନେଇଛି ତାହାର ସ୍ମୃତି ଚାରଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଆରାଧନା ଗୋୈଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାହିତ୍ୟ ଆସର 

masiha

ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ

Sunil Chandra Nayak

ଐତିହାସିକ ଶକ୍ତି ପୀଠରେ ମହାଶିବରାତ୍ରି

masiha

Leave a Comment

error: Content is protected !!