ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁନିସିପାଲ କଲେଜରେ ଉଦ୍ୟୋଗୀ ଦକ୍ଷତା ବିକାଶ ଓ କ୍ୟାମ୍ପସ ଜାଇକା ୨୦୨୫ ଅନୁଷ୍ଠିତ 

ମ୍ୟୁନିସିପାଲ କଲେଜରେ ଉଦ୍ୟୋଗୀ ଦକ୍ଷତା ବିକାଶ ଓ କ୍ୟାମ୍ପସ ଜାଇକା ୨୦୨୫ ଅନୁଷ୍ଠିତ 

ରାଉରକେଲା: ମ୍ୟୁନିସିପାଲ କଲେଜ ରାଉରକେଲା, ବାଣିଜ୍ୟ ବିଭାଗ ପକ୍ଷରୁ କ୍ୟାମ୍ପସ୍ ଜାଇକା-୨୦୨୫ କଲେଜ ପରିସରରେ ଉଦ୍ୟୋଗୀ ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ବାଣିଜ୍ୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବାସ୍ତବ ଜୀବନରେ ସେମାନଙ୍କର ଉଦ୍ୟୋଗୀ ଦକ୍ଷତା ଏବଂ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଖାଦ୍ୟ ମହୋତ୍ସବ ଆୟୋଜନ କରାଯାଇଛି। ଯେଉଁଥିରେ ୨୦ଟି ଖାଦ୍ୟ ଷ୍ଟଲରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପ୍ରଫେସର ହରିହର ଦାଶଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତ ପ୍ରଫେସର ବିଜୟଲକ୍ଷ୍ମୀ ଦେଓ, ଅର୍ପିତା ମହାପାତ୍ର, ଗୋଲକ ବିହାରୀ ଦଳବେହରା,ସୁନୀଲ କୁମାର ମହାନ୍ତି, ଦିପ୍ତୀ ରଞ୍ଜନ ମହାନ୍ତି ଏବଂ ବାଣିଜ୍ୟ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ମାନେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ଅଧିବେଶନରେ ସ୍ୱାଗତ ଭାଷଣ ପ୍ରଧ୍ୟାପକ ବିଜୟ କୁମାର ପାଢ଼ୀ ପ୍ରଦାନ କରିଥିଲେ। ବାଣିଜ୍ୟ ବିଭାଗର ଅଧ୍ୟାପକ ଆକାଶ ଚନ୍ଦ୍ର ଦାସ ସମସ୍ତ ଯୁବ ଉଦ୍ୟୋଗୀମାନେ ଜଣେ ଦାୟିତ୍ୱବାନ ଉଦ୍ୟୋଗୀ ହେବା ପାଇଁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ନିଜ ଅଭିଭାଷଣରେ ଆଧୁନିକ ସମାଜରେ ଯୁବ ଉଦ୍ୟୋଗୀ ମାନଙ୍କର ଭୂମିକା ବିଷୟରେ ଆଲୋକ ପାତ କରିଥିଲେ ଏବଂ ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିମାନେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରିଛନ୍ତି। ବିଭିନ୍ନ ବିଭାଗର ପ୍ରାୟ ୧୧୦୦ +୩ ଛାତ୍ରଛାତ୍ରୀ, କର୍ମଚାରୀ ସଦସ୍ୟ ଏବଂ ଅଭିଭାବକ କାର୍ଯ୍ୟକ୍ରମ ପରିଦର୍ଶନ କରି, ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବାଣିଜ୍ୟ ବିଭାଗ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଇଥିଲା l କାର୍ଯ୍ୟକ୍ରମ ଶେଷରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ବାଣିଜ୍ୟ ବିଭାଗର ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି କାର୍ଯ୍ୟକ୍ରମ ରିପୋର୍ଟ ଉପସ୍ଥାପନ କରିଥିଲେ ଏବଂ ଅଧ୍ୟାପିକା ସୁଦୀପ୍ତି କେରକେଟ୍ଟା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

masiha

ବିଦ୍ୟୁତ ବିଭଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଭବାନୀପାଟଣା ରୁ ଜୁନାଗଡ଼ ସ୍ଥାନାନ୍ତର ପାଇଁ ହାଇକୋର୍ଟ ରେ ପିଆଇଏଲ ଦାଖଲ

Sunil Chandra Nayak

୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ

masiha

Leave a Comment

error: Content is protected !!