ରାଇଘର ୨୩/୧ (ଡି.ଏନ୍.ଏ ) ରାଇଘର ବ୍ଲକରେ ଥିବା ଫୁଟାନଡ଼ା ଓ କୁନ୍ଦେଇ ସିଆର୍ପିଏଫ୍ ୧୨ ବାଟାଲିୟାନ୍ ପକ୍ଷରୁ ସୋମବାର ଜନସମ୍ପର୍କ ଶିବିର ( ସିଭିକ୍ ଏକ୍ସନ୍ ପ୍ରୋଗ୍ରାମ ) ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ବର୍ଷ ଛୋଟ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧାଙ୍କ ନିମନ୍ତେ ନିତ୍ୟ ବ୍ୟବହାର କରୁଥିବା ଜିନିଷ ସହିତ କ୍ରିଡ଼ା ଓ ଶିକ୍ଷା ସମ୍ପର୍କିତ ଜିନିଷ ପତ୍ର ଏହିଭଳି ଜନସମ୍ପର୍କ ଶିବିର ରେ ପ୍ରଦାନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ମହିଳା ରୋଷେଇ ଉପକରଣ ସାମଗ୍ରୀ ଉପରେ ଦୃଷ୍ଟି ଦିଆଯାଇଥିଲା l
ସୋମବାର ଫୁଟାନଡ଼ା ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆର୍ପିଏଫ୍ ୧୨ ବାଟାଲିୟାନ୍ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା | ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କ୍ୟାମ୍ପର କମାଣ୍ଡେଣ୍ଟ୍ ଏନ୍.କେ.କେ. ପ୍ରସାଦ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍ ଅଜୟ କୁମାର , ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ହଳଦୀ ପଂଚାୟତର ସମିତି ସଭ୍ୟା ସସ୍ମିତା ମାଝୀ ପ୍ରମୂଖ ଉପସ୍ଥିତ ଥିଲେ l ଏହି ଅବସରରେ ଫୁଟାନଡ଼ା, ଖାଲେପାରା, ହଳଦୀ, ଗୋନା , ଅଞ୍ଚଳା ଆଦି ଗ୍ରାମର କିଛି ଗରୀବ ପରିବାରକୁ ପ୍ରେସର କୁକୁର , ହାଣ୍ଡି ,କଡ଼େଇ ଚଟୁ ଆଦି ବଣ୍ଟନ କରାଯାଇଥିଲା | ଉପସ୍ଥିତ ଅତିଥି ମାନେ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ସିଆର୍ପିଏଫ୍ ଯବାନ ମାନଂକ ପ୍ରତି ଅଂଚଳବାସୀଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ l
ଏଥିସହିତ କୁନ୍ଦେଇ ଠାରେ ମଧ୍ୟ ସେଠାକାର ସିଆର୍ପିଏଫ୍ ୧୨ ବାଟାଲିୟାନ୍ ପକ୍ଷରୁ ଆଜି ଏକ ଜନସମ୍ପର୍କ ଶିବିରର ଆୟୋଜନ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କ୍ୟାମ୍ପର କମାଣ୍ଡେଣ୍ଟ୍ ଏନ୍.କେ.କେ. ପ୍ରସାଦ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଇନିସ୍ପେକଟର୍ ମାଥେଓ କେ.ଏସ., କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ , ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଦଶରଥ ନାଗ, କୁନ୍ଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନ ବିହାରୀ ଦାସ, ଖୁଡ଼ୁକୁ ସରପଞ୍ଚ ଦୟାନନ୍ଦ ଗଣ୍ଡ , ଶୁଭେନ୍ଦୁ ସିଂ ପ୍ରମୂଖ ଯୋଗ ଦେଇଥିଲେ | ଏହି ଅବସରରେ ହାଟଭରାଣ୍ଡି , କୁନ୍ଦେଇ , ଖୁଡ଼ୁକୁ ଆଦି ଗ୍ରାମର ଲୋକଙ୍କୁ ସେହିଭଳି ପ୍ରେସର କୁକୁର, କଡ଼େଇ , ହାଣ୍ଡି ଭଳି ରୋଷେଇ ବ୍ୟବହାର ଜିନିଷ ପ୍ରଦାନ କରାଯାଇଥିଲା | ଏହି ଶିବିର ରେ କୁନ୍ଦେଇ ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ସିଆର୍ପିଏଫ୍ ଜାବାନ୍ ମାନଙ୍କ କର୍ତବ୍ୟ ନିଷ୍ଠା ଓ ଗ୍ରାମବାସୀଙ୍କ ସହଯୋଗ ଉପରେ ଆଲୋକପାତ କରଯାଇଥିଲା l