ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟମ୍ୱଦା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ ର ଉପ ସଭାପତି ସୁରେନ୍ଦ୍ର କୁଲଦୀପ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଠାକୁରଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଏଥିରେ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭୂତି ଭୂଷଣ ଟାକ୍ରୀ,ଲକ୍ଷ୍ମୀପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ତ୍ରିନାଥ ମହାପାତ୍ର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଉପରେ ବିଜ୍ଞାନର ଆବଶ୍ୟକତା ଓ ବ୍ୟବହାର କୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ତରଫରୁ ଏକ କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟରୁ ଦୁଇ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏଥିରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀଙ୍କୁ ତିନି ଭାଗରେ ବିଭକ୍ତ କରି ଗଣିତ ଓ ବିଜ୍ଞାନ ବିଷୟକୁ ନେଇ କୁଇଜ୍ ପ୍ରତିଯୋଗୀତା ହୋଇଥିଲା।

ସର୍ବ କନିଷ୍ଠ ବିଭାଗରେ ଚମ୍ପୀ ପ୍ରାଥମିକ ସ୍କୁଲର ସୁହାନ ଖରା ପ୍ରଥମ,ବନ୍ଦିକାର ପ୍ରାଥମିକ ବିଦ୍ୟାଳୟର ପାଇଲେସ ମିଣ୍ୟାକା ଦ୍ଵିତୀୟ ଓ କାଣୀ ମୂଷା ପ୍ରାଥମିକ ବିଦ୍ୟାଳୟର ପାନେନାଲ ସିର୍କା ତୃତୀୟ।କନିଷ୍ଠ ବିଭାଗରେ ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟର ଟେମେଶ୍ୱରି ଖରା ପ୍ରଥମ ଓ ସୁମିତ୍ରା କଣ୍ଡା ଦୋରା ତୃତୀୟ ହୋଇ ଥିବା ବେଳେ କାଣୀ ମୂଷା ପ୍ରାଥମିକ ବିଦ୍ୟାଳୟର କରନ୍ ହିଆଲ ଦ୍ଵିତୀୟ ହୋଇଥିଲେ।ସେଇପରି ବରିଷ୍ଠ ବିଭାଗରେ ସାଙ୍ଗାନ୍ନା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବାବୁଲା ମାଝୀ ପ୍ରଥମ ଓ ଦଶମ ଶ୍ରେଣୀ ଛାତ୍ରୀ ପାୟଲ ଚୌଧୁରୀ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ମିନାପାଇ ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ବବିତା ମୁସ୍କା ତୃତୀୟ ସ୍ଥାନ ପାଇଥିଲେ।ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ବିଚାରକ ଭାବେ ବିଭିନ୍ନ ବିଦ୍ୟାଳୟର ନଅ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ କ୍ଲଷ୍ଟରର ସିଆରସିସି ଓ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ

Related posts

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ

ଡାମରପୁର ଜେନାପାଟଣା ଗ୍ରାମର ଦୌପଦୀ ସାହୁ ଙ୍କ ପରଲୋକ

Sunil Chandra Nayak

ନୂଆପଡା ଜିଲ୍ଳାରେ ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!