ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡାରେ ବୃହତ ଚାରା ରୋପଣ କାର୍ଯ୍ୟକ୍ରମ

ରିଷିଡାରେ ବୃହତ ଚାରା ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରିଷିଡା ଠାରେ ଦ୍ଵିତୀ୍ୟ ପର୍ଯ୍ୟାୟର ବୃହତ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଲାଇଛି l ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟର ଶ୍ରୀ ରବି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଆଜି ଦିନରେ ବୃକ୍ଷ ରୋପଣର ଉପକାରିତା ବିଷୟରେ କହିଥିଲେ l ଅଧ୍ୟାପକ ଗିରିରାଜ ଗହୀର, ଅଧ୍ୟାପକ ଦୁଷ୍ମନ୍ତ ମିର୍ଦ୍ଧା ମଞ୍ଚାସିନ ହୋଇ ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ନୀଳାମ୍ବର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ୧୫୦ଟି ଚାରା ରୋପଣ କରାଯାଇଥିଲା l ଖେଳ ଶିକ୍ଷକ ଲଳିତ କୁମାର ଦାସ, ଡ଼ି.ଇ.ଓ ସୌମ୍ୟରଂଜନ ତ୍ରିପାଠୀ, ଜଗଦୀଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ ଓ କଳ୍ପନା ରଣା ସାହାଯ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲା ମଙ୍ଗଳ ବିଭାଗରେ ଚରମ ଅବହେଳା,ରହିବା ଗୃହ ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକ

masiha

ନର୍ଲା ଭାୟା ମ. ରାମପୁର ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ଗୁରୁତର 

Sunil Chandra Nayak

ଆଜି ଆସିବେ ମା ଅସ୍ଥାୟୀ ମନ୍ଦିରରେ ନଅ ଦିନ ପାଇବେ ପୂଜା 

masiha

Leave a Comment

error: Content is protected !!