ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡାରେ ବୃହତ ଚାରା ରୋପଣ କାର୍ଯ୍ୟକ୍ରମ

ରିଷିଡାରେ ବୃହତ ଚାରା ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରିଷିଡା ଠାରେ ଦ୍ଵିତୀ୍ୟ ପର୍ଯ୍ୟାୟର ବୃହତ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଲାଇଛି l ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟର ଶ୍ରୀ ରବି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଆଜି ଦିନରେ ବୃକ୍ଷ ରୋପଣର ଉପକାରିତା ବିଷୟରେ କହିଥିଲେ l ଅଧ୍ୟାପକ ଗିରିରାଜ ଗହୀର, ଅଧ୍ୟାପକ ଦୁଷ୍ମନ୍ତ ମିର୍ଦ୍ଧା ମଞ୍ଚାସିନ ହୋଇ ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ନୀଳାମ୍ବର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ୧୫୦ଟି ଚାରା ରୋପଣ କରାଯାଇଥିଲା l ଖେଳ ଶିକ୍ଷକ ଲଳିତ କୁମାର ଦାସ, ଡ଼ି.ଇ.ଓ ସୌମ୍ୟରଂଜନ ତ୍ରିପାଠୀ, ଜଗଦୀଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ ଓ କଳ୍ପନା ରଣା ସାହାଯ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନ ର ପ୍ରତୀକ , ବଙ୍ଗୀୟ ଦମ୍ପତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ

masiha

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

Sunil Chandra Nayak

Leave a Comment

error: Content is protected !!