ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର କେନ୍ଦ୍ରୀୟ ଦଳ ଙ୍କ ଡାବୁଗାଁ ବ୍ଲକ ଗସ୍ତ

ଡାବୁଗାଁ, ୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ କେନ୍ଦ୍ରୀୟ ଦଳ ବୁଧବାର ଗସ୍ତ କରିଛନ୍ତି | ଉକ୍ତ କେନ୍ଦ୍ରୀୟ ଦଳର ଅଧିକାରୀ ଯୁଗୋଳ କିଶୋର ଗରଡା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ | ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର ଅଧୀନ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ବ୍ୟକ୍ତିଗତ ପାଇଖାନା, ଅଙ୍ଗନୱାଡି କେନ୍ଦ୍ର ଗୃହ, ଏଏନଏମ ସେଣ୍ଟର ଗୃହ, ଗୋଷ୍ଠୀଗତ ପାଇଖାନା ଆଦି ବୁଲି ଦେଖି ତଦାରଖ କରିଥିଲେ | ଏହି ସମୟରେ ନବରଙ୍ଗପୁର ଡିଆରଡିଏ ର ଶୁଭଶ୍ରୀ ଜେନା, ଅଧିକାରୀ ଡାବୁଗାଁ ବିଡିଓ ଶରତ ମାଝି, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ନେଟୀ, ବିଆରସି ରାଜ କିଶୋର ଦାଶ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ସରପଞ୍ଚ ରଞ୍ଜୁ ଭତ୍ରା, ଗ୍ରାମ ରୋଜଗାର ସେବକ ହରିଦାସ ବିଶ୍ଵାସ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠିତ

Sunil Chandra Nayak

ଧର୍ମଗଡ଼ ଦେଇ ହାଇଦ୍ରାବାଦ ଭଲ୍ ବୋ ବସ ସେବା ଆରମ୍ଭ ହେବ

masiha

ଜିଲ୍ଲାରେ ହୋଇପାରୁନି ଶିକ୍ଷକ ପଦୋନ୍ନତି , ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Leave a Comment

error: Content is protected !!