ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

ରାଉରକେଲା/ ରାଉରକେଲା ହକର୍ସ ଆସୋସିଏସନ୍ ତରଫରୁ ୨୬ ମଇ ଆନ୍ତର୍ଜାତିକ ହକର୍ସ ଦିବସ ପାଳନ ଅବସରରେ ଆଦର୍ଶ ସାହିତ୍ୟ ଘର ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ବ ଓ ମଂଚ ସଂଯୋଜନାରେ ଆଲୋଚ୍ୟ ବିଷୟ ‘ ହକରମାନଙ୍କର ଅବଦାନ ଓ ଅବସ୍ଥାନ’ ସଂପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ବଣେଇ ର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମାଜର ପ୍ରତିନିଧି ମୃତ୍ୟୁଞ୍ଜୟ ମହାପାତ୍ର, ପ୍ରମେୟ ର ପ୍ରତିନିଧି ନରହରି ଦାସ, ସମ୍ବାଦର ପ୍ରତିନିଧି ଆଶିଷ ଗଡନାୟକ, ଧରିତ୍ରୀ ର ପ୍ରତିନିଧି ସଂଗ୍ରାମ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହକର୍ସ ମାନଙ୍କର ସମସ୍ୟା, ସାମାଜିକ ସୁରକ୍ଷା,ସ୍ବାସ୍ଥ୍ୟ ବୀମା, ଦୁର୍ଘଟଣା ଜନିତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମୁଣ୍ଡା ଏହି ସମସ୍ୟା ସଂପର୍କରେ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ଆସୋସିଏସନ୍‌ର ସଂପାଦକ ବିମାନ ମାଇତି ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ୧୦ଜଣ ବରିଷ୍ଠ ହକର ଭାଇଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁରୁଦ୍ଧ ଜେନା,କିଶୋର ରାଉତ, ଆର୍ତ୍ତତ୍ରାଣ ବେହେରା,ମନୋଜ ପଟ୍ଟନାୟକ ପ୍ରମୁଖ ନିଜ ସମସ୍ୟା ସଂପର୍କରେ ବକ୍ତବ୍ଯ ରଖିଥିଲେ । ଶେଷରେ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ହକର ଭାଇମାନେ ଯୋଗଦେଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କେନ୍ଦୁପତ୍ର ଫଡ଼ିରେ ଶିଶୁଶ୍ରମିକ , ସତ କହିବାରୁ ମୁନ୍ସୀ ପଦବୀରୁ ନିଲମ୍ବିତ

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣଜୟନ୍ତୀ ଆସନ୍ତା ୯ ରୁ…

Sunil Chandra Nayak

ଭବାନୀପାଟଣା ଠାରେ ପ୍ରଥମ ଦିଶା କମିଟି ୨୦୨୩-୨୪ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!